ଚା ପିଇବା ର ମଜା ଏବଂ ସାଙ୍ଗ ମାନଙ୍କର ସାଥ। ମଣିଷ ର ଜୀବନ ରେ ଆଉ ଦରକାର? କୋରୋନା ଭାଇରସ ପାଇଁ ଦୁନିଆର କେତେକ ଯାଗା ଲକଡାଉନରେ ମାସ ମାସ ଧରି ପଡିରହିଛି। କିଛି ଯାଗାରେ ଅନଲକ ପକ୍ରିୟା ଆରମ୍ଭ ହୋଇସାରିଛି। କିନ୍ତୁ କିଛି ଯାଗା ଅଛି ଯେଉଁଠି କୋରୋନା ସଂକ୍ରମଣ ବଢିବା କାରଣରୁ ପୁଣି ଥରେ ଲକଡାଉନ ଲାଗୁ କରାଯାଇଛି। ଏହା ଭିତରେ ଗ୍ରେଟର ମେନଚେସ୍ଟର ରେ ପୋଲିସ ଲକଡାଉନ ସମୟରେ ଜଣେ ବ୍ୟକ୍ତି ଙ୍କୁ ରାସ୍ତାରୁ ଧରି ଥିଲେ। ଯେତେବେଳେ ତାକୁ ବାହାରକୁ ଆସିବାର କାରଣ ପଚରା ଗଲା ସେତେବେଳେ ସେ ଯେଉଁ ଉତ୍ତର ଦେଲେ ଏହାକୁ ଶୁଣି ପୋଲିସ ତାଙ୍କ ଉପରେ ୨୦ ହଜାର ଟଙ୍କା ର ଜୋରିମନା ଲଗେଇ ଥିଲେ। ବାସ୍ତବରେ ରେ ସେହି ବ୍ୟକ୍ତି ନିଜର ସାଙ୍ଗ ମାନଙ୍କ ସହ ଚା ପିଇବା ର ଇଛା ହୋଇଥିଲା।
କୋରୋନା ଭାଇରସ ନିୟମ ର ଉଲ୍ଲଙ୍ଘନ କରି ଜଣେ ବ୍ୟକ୍ତି କୁ ପୋଲିସ ତାଙ୍କ ସାଙ୍ଗ ଙ୍କ ଘରକୁ ଯିବା ଅଭିଯୋଗ ରେ ଫାଇନ ଲଗେଇବା ଘଟଣା ସାମ୍ମନା କୁ ଆସିଛି। ଏହି ଘଟଣା ଘଟିଛି ଓ୍ବିଗାନ ର ପାଖ ଲଣ୍ଡନ ରେ। ଯେଉଁଠି ଜଣେ ବ୍ୟକ୍ତି କର୍ଫ୍ୟୁ ସମୟରେ ନିଜ ସାଙ୍ଗ ଘରେ ପହଁଚି ଥିଲା।
ମୈନଚେସ୍ଟର ଇଭନିଙ୍ଗ ନ୍ୟୁଜ ରିର୍ପୋଟ ଅନୁସାରେ ୟୁକେ ରେ ଲଗା ଯାଇଥିବା ସରକାରୀ ପ୍ରତିବନ୍ଧ ଅନୁସାରେ ଲୋକମାନେ ସେ ପର୍ଯ୍ୟନ୍ତ ପରିବାର କିମ୍ବା ସାଙ୍ଗ ମାନଙ୍କ ସହ ଦେଖା କରି ପାରିବେ ନାହିଁ ଯେ ପର୍ଯ୍ୟନ୍ତ ସେମାନେ ଘରୋଇ ଜିନିଷ ଏବଂ ଜରୁରୀ କାର୍ଯ୍ୟ ପାଇଁ ବାହାର କୁ ଯାଇ ନାହାଁନ୍ତି।
ଏକ ଫେସବୁକ ପୋଷ୍ଟ ରେ ଜୀଏମପିର ଗୋଲବୋର୍ନ ଏବଂ ଲୋଟନ ଟିମ ର ଅଧିକାରୀ ମାନେ ଲେଖିଲେ ଆମେ ବର୍ତ୍ତମାନ ଲକଡାଉନ ୨.୦ ରେ ଅଛୁ। ରସ୍ଟ୍ରିକ୍ସନ ଭିତରେ ଜଣେ ବ୍ୟକ୍ତି କୁ ଫାଇନ ଦେବାକୁ ପଡିଥିଲା କାରଣ ସେ ମିଛ କହି ନିଜ ସାଙ୍ଗ କୁ ଦେଖା କରିବାକୁ ଯାଇଥିଲା।
ପୋଲିସ ପୋଷ୍ଟ ରେ ଖୁଲାସା କରିଲେ କି ଫାଇନ ଦେଇଥିବା ବ୍ୟକ୍ତି ଜଣକ ମିଛ କହି ନିଜର ସାଙ୍ଗ ସହ ଚା ପିଇବା କୁ ଯାଇଥିଲେ। ଏହାପରେ ସେହି ବ୍ୟକ୍ତି ଲକଡାଉନ ନିୟମକୁ ଅଣଦେଖା କରି ନିଜ ସାଙ୍ଗ ଘରେ ଯାଇ ପହଁଚି ଥିଲା।
ପୋଲିସ ସେହି ବ୍ୟକ୍ତି କୁ ତାଙ୍କ ସାଙ୍ଗ ଘରୁ ଧରିଥିଲା। ଯେତେବେଳେ ତାଙ୍କୁ ପଚରା ଯାଇଥିଲା କି ଏଠାକୁ ଆସବାର କାରଣ କ’ଣ ? ସେ କହିଥିଲେ ମୋ ସାଙ୍ଗ ସହିତ ଗୋଟିଏ କପ ଚା ପିଇବା ପାଇଁ ଆସିଥିଲି। ପୋଲିସ ତୁରନ୍ତ ସେହି ବ୍ୟକ୍ତି ନାଁ ରେ ୨୦ ହଜାର ଟଙ୍କାର ଚାଲଣ କାଟି ଥିଲା।
ୟୁକେ ରେ ବର୍ତ୍ତମାନ ଲକଡାଉନ ୨ ଲାଗୁ କରାଯାଇଛି। ଏହା ଦ୍ବାରା ଲୋକମାନେ କାମ ପାଇଁ ,ଏକ୍ସରସାଇଜ ପାଇଁଂ,ମେଡିକାଲ ଏର୍ମଜେନ୍ସି ପାଇଁ , ଖାଇବା ପାଇଁ କେବଳ ଘରୁ ବାହାରି ପାରିବେ। ନେହେଲେ ତାଙ୍କୁ ଫାଇନ ଦେବାକୁ ପଡିବ।
ଗୋଟିଏ ଜାଗା ରେ ଲୋକମାନଙ୍କ ର ପାର୍ଟି କରିବା ବ୍ୟାନ ହୋଇଛି। ଏହା ସହିତ ପ୍ରାଇଭେଟ ଗାର୍ଡନ ରେ ମଧ୍ୟ ଗେଦରିଙ୍ଗ ପାଇଁ ମନା ହୋଇଛି। ଦୁଇ ଅଲଗା ଅଲଗା ପରିବାର ର ଲୋକ ପାର୍କ ରେ ପରସ୍ପର ଦେଖା କରିପାରିବେ। ୟୁକେ ରେ ହଠାତ କୋରୋନା ସଂକ୍ରମଣ ବଢିବା କାରଣ ରୁ ଲକଡାଉନ ୨ ଜାରୀ ହୋଇଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।