ପତି-ପତ୍ନୀଙ୍କ ବିବାଦ ତ ସାଧାରଣ। ପ୍ରତ୍ୟେକ ଦମ୍ପତିଙ୍କ ମଧ୍ୟରେ କଳହ ଲାଗି ରହିଥାଏ। ମାତ୍ର ସମ୍ପର୍କକୁ ଭଲ ପାଇବା ଯୋଡି ରଖିଥାଏ। କେତେକ ଦମ୍ପତି ନିଜ ଭିତରେ ହୋଇଥିବା ବଡ଼ ବଡ଼ ଝଗଡ଼ାକୁ ମଧ୍ୟ ତୁରନ୍ତ ସମାଧାନ କରିନିଅନ୍ତି। ହେଲେ କିଛି ସମ୍ପର୍କ ବୁଝାମଣାର ଅଭାବରେ ଭାଙ୍ଗି ଯାଇଥାଏ। ଏପରି ଝଗଡା ହୋଇଥାଏ ଯେ କଥା ଡିଭୋର୍ସ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ।
ଅଧିକାଂଶ ମାମଲାରେ ଜଣେ ପାର୍ଟନର ଧୋଖା ଦେଲେ ଅନ୍ୟ ଜଣେ ଡିଭୋର୍ସ ଦେବା ପାଇଁ ଭାବିଥାଏ। କିନ୍ତୁ ଆପଣ କଳ୍ପନା ମଧ୍ୟ କରିନଥିବେ ଯେ କେବଳ ଅଇଁଠା ବାସନ କାରଣରୁ ଡିଭୋର୍ସ ହୋଇ ପାରିବ। ସୋସିଆଲ ମିଡ଼ିଆରେ ଜଣେ ବ୍ୟକ୍ତି ନିଜ କାହାଣୀ ସେୟାର କରିବାକୁ ଯାଇ କହିଥିଲେ ଯେ କିପରି କେବଳ ବେସିନରେ ଅଇଁଠା ବାସନ ରଖିଦେବାରୁ ତାଙ୍କ ସ୍ତ୍ରୀ ତାଙ୍କୁ ଡିଭୋର୍ସ ଦେଇ ଅଲଗା ହୋଇଯାଇଛନ୍ତି। ସୋସିଆଲ ମିଡ଼ିଆରେ ବ୍ୟକ୍ତି ଜଣଙ୍କର ଏପରି ସେୟାର ପରେ ଲୋକମାନେ ତାଙ୍କ ସହ ଡିଭୋର୍ସର ବିଭିନ୍ନ କାରଣ ଉପରେ ଆଲୋଚନା କରିଛନ୍ତି। ବ୍ୟକ୍ତି ଜଣକ ମଧ୍ୟ ନିଜ ଅନୁଭବରୁ ଡିଭୋର୍ସ ହେବାର ଛୋଟ ଛୋଟ କାରଣ ଗୁଡ଼ିକ କହୁଛନ୍ତି।
ସୋସିଆଲ ମିଡ଼ିଆରେ ମେଥ୍ୟୁ ଫ୍ରେ ନାମକ ଜଣେ ବ୍ୟକ୍ତି ନିଜ ଡିଭୋର୍ସର କାହାଣୀ ସେୟାର କରିଥିଲେ। ସେୟାର କରିବାର ଏକ ମାସ ଭିତରେ ଏହି ପୋଷ୍ଟକୁ ୩୦ ଲକ୍ଷ ଲୋକ ପଢିଥିଲେ।
ମେଥ୍ୟୁ ଓହିୟୋରେ ରୁହନ୍ତି। ସେ କହିଛନ୍ତି ଯେ ତାଙ୍କ ଡିଭୋର୍ସ କେବଳ ବେସିନରେ ଅଇଁଠା ବାସନ ରଖିବା କାରଣରୁ ହୋଇଥିଲା।
ଏହି ଅଇଁଠା ବାସନ ପାଇଁ ହୋଇଥିବା ଝଗଡାକୁ ନେଇ ପତି ପତ୍ନୀଙ୍କ ମନ ଖରାପ ହୋଇଯାଇଥିଲା। ପରେ ସେମାନେ ଡିଭୋର୍ସ ହୋଇଯାଇଥିଲା। ତେବେ ଦୁଇଜଣ ପରସ୍ପରକୁ ୧୩ ବର୍ଷ ହେବ ଜାଣିଥିଲେ ଏବଂ ସେମାନଙ୍କ ବିବାହକୁ ୯ ବର୍ଷ ହୋଇଥିଲା।
ଏହି ପୋଷ୍ଟଟିକୁ ଅନେକ ଲୋକ ପଢିଲେଣି। ଡିଭୋର୍ସ ପରେ ମେଥ୍ୟୁଙ୍କୁ ଆମେରିକାକୁ ଛାଡିଲେ ୟୁରୋପ, ଅଷ୍ଟ୍ରେଲିଆ, ନ୍ୟୁଜଲ୍ୟାଣ୍ଡ, ସାଉଥ ଆଫ୍ରିକା ଏବଂ ଫିଲିଫାଇନ୍ସରୁ ମଧ୍ୟ ମେଲ ଆସିଥିଲା। ସମସ୍ତେ ଡିଭୋର୍ସ ଉପରେ ମେଥ୍ୟୁଙ୍କ ସହିତ ଆଲୋଚନା କରିବାକୁ ଚାହୁଁଥିଲେ।
ମେଥ୍ୟୁ ଏବେ ଅନଲାଇନରେ ଲୋକଙ୍କୁ ଡିଭୋର୍ସର ଛୋଟ ଛୋଟ ସଂକେତ ବିଷୟରେ କହୁଛନ୍ତି। ମେଥ୍ୟୁଙ୍କ ମୁତାବକ ବିବାହ ସମ୍ପର୍କରେ ଆପଣ ଏପରି ଛୋଟ ଛୋଟ ଭୁଲ କରିଥାନ୍ତି ଯାହାକୁ ନେଇ ଆପଣଙ୍କ ପାର୍ଟନର ଆପଣଙ୍କ ଉପରେ ଚିଡ଼ ଚିଡା ରହିଥାନ୍ତି। ଧୀରେ ଧୀରେ ଏହି ଛୋଟ ଭୁଲ ଏତେ ବଡ଼ ରୂପ ଧାରଣ କରିଥାଏ ଯେ ମାମଲା ଡିଭୋର୍ସ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ।
ମେଥ୍ୟୁ ଏହା ଉପରେ ଏକ ବହି ମଧ୍ୟ ଲେଖିଛନ୍ତି। ଏହାଛଡା କୋଚିଂଗ ମାଧ୍ୟମରେ ମେଥ୍ୟୁ ଏପର୍ଯ୍ୟନ୍ତ ଅନେକ ଲୋକଙ୍କର ସାହାଯ୍ୟ କରିସାରିଛନ୍ତି। ସେମାନଙ୍କ ମଧ୍ୟରେ ଏପରି କିଛି ଲୋକ ଯେଉଁମାନେ ନିଜର ବିବାହକୁ ନେଇ ଅନେକ ଭ୍ରମରେ ଅଛନ୍ତି।
ମେଥ୍ୟୁଙ୍କ କହିବା କଥା ଯେ ସେ ନିଜ ବିବାହ ତ ବଞ୍ଚାଇ ପାରିଲେ ନାହିଁ, ମାତ୍ର ତାଙ୍କ ଚେଷ୍ଟା ରହିବ ଯେମିତି ସେ ଆଉ କାହାର ବିବାହ ଭାଙ୍ଗିବାକୁ ଦେବେ ନାହିଁ।