ବିଛା ପାଇଁ ହୋଇଗଲେ ଧନୀ, ୭୦ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ ଏକ ଗ୍ରାମ ବିଷ, ଏବେ କୋଟି କୋଟି ଟଙ୍କାର ମାଲିକ

ଅଜବପ୍ରକାରର ଫେସନକୁ ଅନୁସରଣ କରି ଧନ ଉପାର୍ଜନ କରୁଥିବା ଲୋକଙ୍କର ଦୁନିଆରେ କୌଣସି ଅଭାବ ନାହିଁ | ୨୫ ବର୍ଷର ମହମ୍ମଦ ହମିଦ ବୋସ୍ତା ମଧ୍ୟ ଏପରି ଲୋକଙ୍କ ମଧ୍ୟରେ ଶାମିଲ ଅଛନ୍ତି | ମିଶରରେ ରହୁଥିବା ମହମ୍ମଦ ହମିଦ ବିଛା ବିଷ ବିକ୍ରି କରିଥାନ୍ତି | ଏହି ଅଜବପ୍ରକାରର ଶୌକ ଦିନେ ତାଙ୍କୁ ଏତେ ଅଧିକ ଧନୀ ଏବଂ ସଫଳ ବନାଇ ଦେବ, ଏକଥା ସେ ନିଜେ ମଧ୍ୟ ଭାବି ନଥିଲେ | ଏକ ଗ୍ରାମ ବିଷ ପରିବର୍ତ୍ତେ ତାଙ୍କୁ ପ୍ରାୟ ୭୩ ଲକ୍ଷ ଟଙ୍କା ମିଳୁଛି |

କେଉଁ କାମରେ ଲାଗିଥାଏ ଏହି ବିଷ- ମିଶରର ମରୁଭୂମୀ ଏବଂ ତଟୀୟ ଅଞ୍ଚଳରେ ବିଛା ଧରିବାର ଶୌକ ପାଇଁ କିଛି ବର୍ଷ ପୂର୍ବରୁ ହିଁ ମହମ୍ମଦ ହମିଦ ଅର୍କିଓଲୋଜିରେ ଡିଗ୍ରୀ ପାଠ ଛାଡି ଦେଇଥିଲେ | ସେ ଏହି ବିଛା ଗୁଡିକର ବିଷ ବାହାର କରିଥାନ୍ତି ଯାହାର ବ୍ୟବହାର ଔଷଧ ତିଆରି କରିବାରେ କରାଯାଇଥାଏ |

ବଡ଼ କମ୍ପାନୀର ମାଲିକ- ମାତ୍ର ୨୫ ବର୍ଷ ବୟସରେ ମହମ୍ମଦ ହମିଦ “କାୟରୋ ବେନୋମ କମ୍ପାନୀ”ର ମାଲିକ ହୋଇଯାଇଛନ୍ତି | ଏହା ଏପରି ଏକ ପ୍ରୋଜେକ୍ଟ ଅଟେ ଯେଉଁଥିରେ ଭିନ୍ନ ଭିନ୍ନ ପ୍ରଜାତିର ୮୦,୦୦୦ ହଜାରରୁ ଅଧିକ ବିଛା ଏବଂ ସାପ ରଖାଯାଇଥାଏ | ଏହି ସାପ ଏବଂ ବିଛା ଗୁଡିକର ବିଷ ବାହାରକରି ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀ ଗୁଡିକୁ ବିକ୍ରି କରିଦିଆଯାଇଥାଏ |

କିପରି ବାହାର କରାଯାଇଥାଏ ବିଷ- ୟୁବି ଲାଇଟ (ଅଲଟ୍ରାଭାଓଲେଟ ଲାଇଟ) ସାହାଯ୍ୟରେ ଧରିଥିବା ବିଛାର ବିଷ ବାହାର କରିବା ପାଇଁ ହାଲୁକା ଇଲେକ୍ଟ୍ରିକ ଝଟକା ଦିଆଯାଇଥାଏ | ଇଲେକ୍ଟ୍ରିକ ଝଟକା ଲାଗିବା ମାତ୍ରେ ବିଛା ମାନଙ୍କର ବିଷ ବାହାରକୁ ଆସିଯାଇଥାଏ ଏବଂ ଏହାକୁ ଷ୍ଟୋର କରିନିଆଯାଇଥାଏ |

କେତେ କାମରେ ଆସିଥାଏ ଏକ ଗ୍ରାମର ବିଷ- ରାଇଟର୍ସର ଏକ ରିପୋର୍ଟ ମୁତାବକ, ବିଛାର ଏକ ଗ୍ରାମ ବିଷରୁ ପ୍ରାୟ ୨୦,୦୦୦ରୁ ୫୦,୦୦୦ ପର୍ଯ୍ୟନ୍ତ ବିଷରୋଧକ ଡୋଜ ପ୍ରସ୍ତୁତ କରାଯାଇ ପାରିବ | ବିଷରୋଧକ ଡ୍ରଗ୍ସ ପ୍ରସ୍ତୁତ କରୁଥିବା ସମୟରେ ବିଛାର ବିଷର ପରିମାଣରେ ସାବଧାନତା ଅବଲମ୍ବନ କରାଯାଇଥାଏ |

କେଉଁଠାରେ ହୋଇଥାଏ ବିଷର ବିତରଣ- ମୋହମ୍ମଦ ହମିଦ ବୋସ୍ତା ବିଛା ଗୁଡିକର ଏହି ବିଷ ୟୁରୋପ ଏବଂ ଆମେରିକାରେ ସପ୍ଲାଇ କରିଥାନ୍ତି, ଯେଉଁଠାରେ ଏହାର ବ୍ୟବହାର ବିଷରୋଧକ ଡୋଜ ଏବଂ ହାଇପରଟେନସନ ପରି ସମସ୍ତ ରୋଗର ଔଷଧ ପ୍ରସ୍ତୁତ କରିବାରେ କରାଯାଇଥାଏ | ବିଛାର ଏକ ଗ୍ରାମ ବିଷ ବିକ୍ରି କରିବାରେ ତାଙ୍କୁ ୧୦ ହଜାର ୟୁଏସ ଡଲାର ଅର୍ଥାତ ରେ ୭୩ ଲକ୍ଷ ଟଙ୍କା ମିଳିଥାଏ |

କାହିଁକି ବ୍ୟୟବହୁଳ ଅଟେ ଏହି ବିଷରୋଧକ ଡ୍ରଗ୍ସ – ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏବଂ ପ୍ରିଭେନସନର ରିପୋର୍ଟ ମୁତାବକ, ଆମେରିକାରେ ପ୍ରତ୍ୟେକ ବର୍ଷ ପ୍ରାୟ ୮୦,୦୦୦ ଲୋକଙ୍କୁ ବିଷଧର ସାପ କିମ୍ବା ବିଛା କାମୁଡିଥାନ୍ତି | ଏହି ବିଷାକ୍ତ ଜୀବଙ୍କ ଦ୍ୱାରା କାମୁଡିବା ଦ୍ୱାରା ମଣିଷକୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ପଡିଥାଏ | କିନ୍ତୁ ଦୁର୍ଭାଗ୍ୟବଶତଃ ବିଷରୋଧକ ଡ୍ରଗ୍ସର ବଜାର ବହୁତ ଛୋଟ ଅଟେ | ହୁଏତ ଏହି କାରଣରୁ ଏହି ଔଷଧ ଗୁଡିକର ମୂଲ୍ୟ ବହୁତ ଅଧିକ ହୋଇଥାଏ |

ବିଷାକ୍ତ ଷ୍ଟିଙ୍ଗ ଦ୍ୱାରା କିପରି ହୋଇଥାଏ ମୃତ୍ୟୁ- ବିଷାକ୍ତ ଜୀବଙ୍କର ବିଷ ମଣିଷର ଶରୀରରେ ଉପସ୍ଥିତ ଥିବା ଟିସୁ ଗୁଡିକୁ ତୀବ୍ରତାର ସହିତ ନଷ୍ଟ କରିଦେଇଥାନ୍ତି | ଏଥିରେ ହେମରେଜ କିମ୍ବା ରେସ୍ପିରେଟୋରି ଆରେଷ୍ଟର ସମସ୍ୟା ବଢ଼ିଯାଇଥାଏ | ଏହି ବିଷ ଏତେ ଅଧିକ ଯନ୍ତ୍ରଣାଦାୟକ ଏବଂ ପ୍ରାଣଘାତି ହୋଇପାରେ ଯେ କିଛି ମୁହୂର୍ତ୍ତ ମଧ୍ୟରେ ମୃତ୍ୟୁ ହୋଇଯାଇପାରେ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *