ଜଙ୍ଗଲରେ ଅନେକ ଭୟଙ୍କର ପଶୁପକ୍ଷୀ ରୁହନ୍ତି, କିନ୍ତୁ ହାତୀର ଶକ୍ତି ଆଗରେ ଅନ୍ୟ କେହି ପଶୁପକ୍ଷୀ ସମାନ ହେବେ ନାହିଁ।ସୋସିଆଲ ମିଡିଆରେ ମଧ୍ୟ କେତେକ ଜାଗାରେ ହାତୀର ଶକ୍ତି ଦେଖିବାକୁ ମିଳେ। ଆଜିକାଲି ପୁଣି ସେମିତି ଗୋଟେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଯାହାକୁ ଦେଖିଲା ପରେ ସମସ୍ତେ ଜାଣି ପାରିବେ ଯେ ହାତୀ ପରି ଶକ୍ତିଶାଳୀ ଆଉ କେହି ନାହାଁନ୍ତି।
ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଥିବା ଏହି ଭିଡିଓରେ ଗୋଟେ ଖୋଲା ପଡ଼ିଆରେ ଗୋଟେ ହାତୀ ହଠାତ୍ ଡ୍ରୋଜର୍ ଆଗକୁ ଆସିଯାଇଥିଲା ହାତୀ କୁ ଦେଖି ଡ୍ରୋଜର୍ ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କଲା। କିନ୍ତୁ ହାତୀଟି ତାର ଶୁଣ୍ଢରେ ଡ୍ରୋଜର୍ କୁ ଠେଲିଦେଲା। ଏହି ଭିଡିଓ ଦେଖିବା ପରେ ସମସ୍ତେ ବୁଝିପାରିବେ ଯେ କାହିଁକି ହାତୀର ଶକ୍ତି ସାମ୍ନାରେ ସବୁକିଛି ହାର ମାନିଯାଏ।
View this post on Instagram
ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓ ଖୁବ୍ ଶୀଘ୍ର ଭାଇରାଲ ହେଉଛି । ଏହି ଭିଡିଓ ୱାଇଲ୍ଡଆନିମଲ୍ସକ୍ରିଏସନ୍ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟ ଦ୍ୱର ସେୟାର କରାଯାଇଛି । ଯାହାର ତାଳେ ଲେଖାଯାଇଛି – ହାତୀ ବନାମ ଜେସିବି ମେସିନ୍ … ଲୋକମାନେ ମଧ୍ୟ ଏହି ଭିଡିଓରେ ନିଜର ପ୍ରତିକ୍ରିୟା ଲେଖିଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି – ମୁଁ ବୁଝିପାରୁ ନି କିଏ ମୂର୍ଖ, ମଣିଷ ନା ପଶୁ ।