ଏମିତି ଖତରନାକ କାମ କରିବା ପୂର୍ବରୁ ଭାବିବାକୁ ପଡେ ୧୦୦ ଥର, ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ: ଦେଖନ୍ତୁ ଭିଡିଓ

ଯଦି ଆପଣ ନିକଟରେ ଏକ ସାପ ଦେଖନ୍ତି, ତେବେ ସେଠାରୁ ଦୌଡ଼ି ପଳାଇବା ହିଁ ଉଚିତ୍ ହେବ । ତେବେ ଅଳ୍ପ କେତେକ ଲୋକ ଥାଆନ୍ତି, ଯେଉଁମାନେ ସାପ ପାଖକୁ ଯାଇ ସାପକୁ ଧରିବାକୁ ଚେଷ୍ଟା କରିଥାନ୍ତି, ନହେଲେ କୌଣସି ସପେରାକୁ ଡାକିବାକୁ ପଡିଥାଏ । ସୋସିଆଲ ମିଡିଆରେ ଏକ ଜବରଦସ୍ତ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଜଙ୍ଗଲରେ ଏକ ସମୟରେ ଶହ ଶହ ସାପ ଛାଡୁଥିବାର ନଜର ଆସିଛନ୍ତି । ଭିଡିଓଟିକୁ ଦୁଇ ଦିନ ପୂର୍ବେ memewalanews ଆକାଉଣ୍ଟରୁ ଇନଷ୍ଟାଗ୍ରାମରେ ଅପଲୋଡ୍ ହୋଇଥିଲା । ଉପଭୋକ୍ତାମାନେ ଦାବି କରିଛନ୍ତି ଯେ ବ୍ୟକ୍ତିଜଣକ ଏକା ସାଥିରେ 300 ସାପ ଛାଡିଛନ୍ତି । ସାପ ଗଦା ଦେଖିବା ପରେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ ।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଜଙ୍ଗଲର ଖୋଲା ପଡ଼ିଆରେ ଜଣେ ବ୍ୟକ୍ତି ସବୁଜ ରଙ୍ଗର ଅଖା ଭିତରୁ ସାପ ଗଦା କାଢୁଥିବାର ଦେଖାଯାଏ । ଅଖାରେ ଥିବା ସାପ ସଂଖ୍ୟା ଦେଖି ଦର୍ଶକ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ବ୍ୟକ୍ତି ଜଣଙ୍କ ନିର୍ଭୟରେ 300 ସାପରେ ପୂର୍ଣ୍ଣ ଅଖା ଖାଲି କରିଦେବା ଦେଖି ଉପଭୋକ୍ତାମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଏହି ଭିଡ଼ିଓଟି ଅନେକଙ୍କ ପାଇଁ ଏକ ଖରାପ ସ୍ୱପ୍ନ ଭଳି ଅଟେ । ଏପରି ବିପଜ୍ଜନକ କାର୍ଯ୍ୟ କରିବା ପୂର୍ବରୁ ଲୋକଙ୍କୁ ଶହେ ଥର ଚିନ୍ତା କରିବାକୁ ପଡିଥାଏ, ଏହାପରେ ମଧ୍ଯ ଏପରି କରିବା କଷ୍ଟକର ହୋଇଥାଏ । ସାପର ଗଦା ଛାଡ଼ ଗୋଟିଏ ସାପ ଦେଖି ଲୋକମାନେ ସେଠାରୁ ଦୌଡ଼ି ପଳାଇବେ ।

 

View this post on Instagram

 

A post shared by Meme wala (@memewalanews)

ଭିଡିଓରେ ଏହି ବ୍ୟକ୍ତି ଜଣକ ନିଜ ଖାଲି ହାତରେ ସାପ ବସ୍ତା ଖୋଲିଥିବାର ନଜର ଆସିଛନ୍ତି । ଭିଡିଓ ଦେଖି ଆପଣ ଭାବିବେ ଯେ ଏହା ତାଙ୍କ ପାଇଁ କୌଣସି ବଡ କଥା ନୁହେଁ । ଏଥିସହିତ ସାପଗୁଡ଼ିକ ଅଖା ଭିତରୁ ବାହାରକୁ ଆସିବା ମାତ୍ରେ ଜଙ୍ଗଲକୁ ଦ୍ରୁତ ଗତିରେ ଦୌଡୁଥିବା ନଜର ଆସିଛନ୍ତି । ଏହି ସମୟରେ,ଯେପରି ସାପଗୁଡ଼ିକ ପରସ୍ପର ସହ ଫସି ନଯାଆନ୍ତି ସେଥିପାଇଁ ବ୍ୟକ୍ତି ଜଣକ ସାପଗୁଡ଼ିକୁ ମଧ୍ୟ ଅଲଗା କରୁଥିବାର ନଜର ଆସିଛନ୍ତି । ସାପଗୁଡିକ କିଛି ସମୟରେ ସେଠାରୁ ଚାଲିଗଲେ । କିଛି ସେକେଣ୍ଡର ଏହି ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

Leave a Reply

Your email address will not be published. Required fields are marked *