ବଲିଉଡର ଡ୍ରିମ ଗାର୍ଲ ଭାବରେ ପରିଚିତ ଅଭିନେତ୍ରୀ ଏବଂ ମଥୁରାରୁ ସଂସଦ ହେମା ମାଳିନୀ ୭୨ ବର୍ଷର ହୋଇଗଲେଣି| ୧୬ ଅକ୍ଟୋବର ୧୯୪୮ରେ ଜନ୍ମ ଗ୍ରହଣ କରିଥିବା ହେମାଙ୍କୁ ତାଙ୍କ ମାଆ ଜାୟାଲକ୍ଷ୍ମୀ ବହୁତ ସାହାଯ୍ୟ କରିଥିଲେ| ହେମା ମାଳିନୀ ବଲିଉଡକୁ ୧୯୬୮ ମସିହାରେ ଆସିଥିବା ଫିଲ୍ମ “ସପ୍ନୋ କା ସୌଦାଗର”ରୁ ଡେବ୍ୟୁ କରିଥିଲେ| ହେମା ମାଳିନୀ ୧୯୮୦ରେ ଧର୍ମେନ୍ଦ୍ରଙ୍କ ବିବାହ କରିଥିଲେ| କୁହାଯାଏ ଯେ, ଧର୍ମେନ୍ଦ୍ର ନିଜର ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କୁ ଛାଡପତ୍ର ନଦେଇ ହେମା ମାଳିନୀଙ୍କ ବିବାହ କରିଥିଲେ| ଏମିତିରେ ବିବାହର ୪୦ ବର୍ଷ ପରେ ମଧ୍ୟ ହେମାଙ୍କ ପତ୍ନୀର ମାନ୍ୟତା ମିଳିପାରି ନାହିଁ|
ସୂଚନାଯୋଗ୍ୟ ଯେ, ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କର ପ୍ରଥମ ଭେଟ ଖ୍ୱାଜା ଅହମଦ ଅବାସଙ୍କ ଫିଲ୍ମ “ଆସମାନ ମହଲ”ର ପ୍ରିମିୟମ ଅବସରରେ ୧୯୬୫ ମସିହାରେ ହୋଇଟଂରହିଲା| ୧୯୬୫ ମସିହାରେର ଧର୍ମେନ୍ଦ୍ର ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଭାବରେ ସ୍ଥାପିତ ହୋଇସାରିଥିଲେ ଏବଂ ହେମା ଗୋଟିଏ ମାତ୍ର ଫିଲ୍ମରେ ଅଭିନୟ କରିଥିଲେ, ଯାହାକି ଫ୍ଲପ ଥିଲା|
ତେବେ ଧୀରେ ଧୀରେ ଉଭୟ ପରସ୍ପର ପ୍ରତି ଆକର୍ଷିତ ହେବାକୁ ଲାଗିଲେ| ଏଥିମଧ୍ୟରେ ତାଙ୍କ ପ୍ରେମ ଶୀର୍ଷରେ ପହଞ୍ଚିଥିଲା ଫିଲ୍ମ “ଶୋଲେ”ର ଶୁଟିଂ ସମୟରେ, ଯେତେବେଳେ ଦୁଇଜଣ ସାଙ୍ଗରେ ଅନେକ ସମୟ ଅତିବାହିତ କରିଥିଲେ| “ଶୋଲେ”ର ଗୋଟିଏ ଦୃଶ୍ୟରେ ଧର୍ମେନ୍ଦ୍ର ଜାଣିଶୁଣି ହେମାଙ୍କ ପାଖରେ ରୁହନ୍ତି| ଏଥିପାଇଁ ସେ କୃ ମେମ୍ବରଙ୍କୁ ଲାଞ୍ଚ ମଧ୍ୟ ଦେଇଥିଲେ|
ହେମାଙ୍କ ପ୍ରେମରେ ଧର୍ମେନ୍ଦ୍ର ଏପରି ପାଗଳ ଥିଲେ ଯେ,ସେ ନିଜର ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କୁ ଛାଡି ନଥିଲେ ଏବଂ ମୁସଲିମ ଧର୍ମ ଆପଣେଇ ହେମାନଙ୍କୁ ମଧ୍ୟ ବିବାହ କରି ନେଇଥିଲେ| ଯେତେବେକେ ଧର୍ମେନ୍ଦ୍ର ୨ ମାଇଁ ୧୯୮୦ ମସିହାରେ ହେମାଙ୍କ ସହିତ ବିବାହ କରିଥିଲେ ସେତେବେଳେ ଧର୍ମେନ୍ଦ୍ରଙ୍କର ଝିଅର ମଧ୍ୟ ବିବାହ ହୋଇସାରିଥିଲା| ସେହିପରି ବଡ ପୁଅ ସନ୍ନି ଦେୱଲ ଫିଲ୍ମକୁ ଆସିବା ପାଇଁ ପ୍ରସ୍ତୁତି କରୁଥିଲେ|
ହେମା ମାଳିନୀ ଧର୍ମେନ୍ଦ୍ରଙ୍କର ପ୍ରେମକୁ ପାଇବା ପାଇଁ ଅନେକ ତ୍ୟାଗ କରିଥିଲେ| ହେମା ବିବାହ ପାଇଁ ଧର୍ମେନ୍ଦ୍ରଙ୍କର ଏହି ସର୍ତ୍ତ ମଧ୍ୟ ମାନି ଦେଇଥିଲେ ଯେ ଧର୍ମେନ୍ଦ୍ର ଏହି ବିବାହ ପାଇଁ ତାଙ୍କ ପ୍ରଥମ ପତ୍ନୀ କିମ୍ବା ସ୍ତ୍ରୀ ପିଲାଙ୍କୁ ଛାଡ଼ିବେ ନାହିଁ| ହେମା ମାଳିନୀ ମଧ୍ୟ ଧର୍ମେନ୍ଦ୍ରଙ୍କ ତାଙ୍କର ଏହି ଅଭାବ ସହିତ ଆପଣେଇ ନେଇଥିଲେ|
ଏକ ସାକ୍ଷାତକାରରେ ହେମା ମାଳିନୀ କହିଥିଲେ ଯେ, ମୁଁ ଯେଉଁ ମୁହୂର୍ତ୍ତରେ ଧରମଙ୍କୁ ଦେଖିଲି ସେତେବେଳେ ହିଁ ଜାଣି ପାରିଥିଲି ସେ ମୋ ପାଇଁ ହିଁ ହୋଇଛନ୍ତି| ମୁଁ ତାଙ୍କ ସହିତ ଜୀବନ ବିତାଇବାକୁ ଚାହୁଁଥିଲି କିନ୍ତୁ ଏହା ମଧ୍ୟ ଚାହୁଁନଥିଲି ଯେ ଏହି ବିବାହ ଦ୍ୱାରା କାହାରିକୁ ମଧ୍ୟ ଦୁଃଖ ମିଳୁ|
ହେମା କହିଥିଲେ ଯେ, ମୁଁ କେବେ ହେଲେ ପ୍ରଥମ ପତ୍ନୀ କିମ୍ବା ତାଙ୍କ ପିଲାଙ୍କ ଜୀବନରେ ଦାଖଲ ଦେଇ ନାହିଁ| ମୁଁ ତାଙ୍କୁ ବିବାହ ନିଶ୍ଚିନ୍ତ କରିଛି କିନ୍ତୁ ତାଙ୍କୁ ତାଙ୍କ ପ୍ରଥମ ପରିବାର ଠାରୁ ଦୁରେଇ ଦେବାକୁ କେବେହେଲେ ଚେଷ୍ଟା କରି ନାହିଁ| ହୁଏତ କେବେ ହେଲେ ପ୍ରକାଶଙ୍କ ବିଷୟରେ କୁହେ ନାହିଁ କଇନ୍ତିଓ ତାଙ୍କର ସମ୍ମାନ କରେ| ମୋ ଝିଅମାନେ ମଧ୍ୟ ଧରମଙ୍କର ପରିବାରକକୁ ସମ୍ମାନ କରନ୍ତି|
ସୂଚାନଯୋଗ୍ୟ ଯେ, ହେମା ମାଳିନୀ ମୁମ୍ବାଇ ସ୍ଥିତ ନିଜ କୋଠା “ଆଦିତ୍ୟ”ରେ ରୁହନ୍ତି, ଯେତେବେଳେ ଧର୍ମେନ୍ଦ୍ର ମୁମ୍ବାଇ ପାଖରେ ସ୍ଥିତ ମୋନାବାଳାରେ ନିଜ ଫାର୍ମହାଉସରେ ରହିଥାନ୍ତି| ଦୁଇଝିଅ ଇଶା ଏହଂ ଆହାନଙ୍କ ବିବାହ ହୋଇ ସାରିଛି| ତେବେ ହେମା ଏବଂ ଧର୍ମେନ୍ଦ୍ର ମଝିରେ ମଝିରେ ନିଜ ପରିବାରକୁ ଭେଟିବା ପାଇଁ ଆସନ୍ତି|
ଧର୍ମେନ୍ଦ୍ରଙ୍କ ପ୍ରଥମ ବିବାହ ୧୯ବର୍ଷ ବୟସରେ ପ୍ରକାଶ କୌରଙ୍କ ସହିତ ହୋଇସାରିଥିଲା| ଧର୍ମେନ୍ଦ୍ର ନିଜ ପ୍ରଥମ ପତ୍ନୀ ପ୍ରକାଶଙ୍କ ଠାରୁ ଛାଡପତ୍ର ନେବାକୁ ଚାହୁଁ ନଥିଲେ| ସେଥିପାଇଁ ସେ ହେମାଙ୍କ ସାମ୍ନାରେ ସର୍ତ୍ତ ରଖିଥିଲେ ଯେ ସେ ବିବାହ ପରେ ମଧ୍ୟ ନିଜର ପ୍ରଥମ ପତ୍ନୀ ଏବଂ ପରିବାରକୁ ଛାଡି ପାରିବେ ନାହିଁ| ହେମା ମଧ୍ୟ ତାଙ୍କର ଏହି ସର୍ତ୍ତକୁ ମାନି ନେଇଥିଲେ|
ଦୁଇଝିଅଙ୍କ ସହ ହେମା ମାଳିନୀ ଏବଂ ଅନ୍ୟ ପଟରେ ସନ୍ନି ଏବଂ ବବି ଦେୱଲ|