ଶାହାରୁଖ ଖାନ ଙ୍କ ପୂର୍ବ ଦୁଇ ବର୍ଷ ଧରି କୌଣସି ଚଳଚ୍ଚିତ୍ର ଆସିନାହିଁ । ଏଥି ପାଇଁ ସେ ପ୍ରଶଂସକ ସହ ଯୋଡ଼ି ହେବା ପାଇଁ ମଙ୍ଗଳ ବାର ଦିନ ସେମାନଙ୍କ ସହ ଯୋଡ଼ି ହୋଇଥିଲେ।ଏହି ସମୟରେ ପ୍ରଶଂସକ ମାନେ କିଛି ପ୍ରଶ୍ନ ମଧ୍ୟ କରିଥିଲେ। ପୁଣି ଖାନ ସମସ୍ତ ପ୍ରଶ୍ନ ର ମଜାଦାର ଉତ୍ତର ମଧ୍ୟ ଦେଇଥିଲେ। ଶାହାରୁଖ ଖାନ # ASK SRK ର ସେଶନ ରଖିଥିଲେ। ସେ ତାଙ୍କ କାମ, ପରିବାର ସହିତ କେତେ ଭାଗ ବିଷୟରେ ମଧ୍ୟ କଥା ହୋଇଥିଲେ। ଅଭିନେତା ଏହା ମଧ୍ୟ କହିଥିଲେ ସେ ଯେବେ ସାଙ୍ଗ ମାନଙ୍କ ସହ ଖାଇଥାନ୍ତି ତାର ବିଲ ଦେଇ ନଥାନ୍ତି।
ଏହି କଥାବାର୍ତ୍ତା ସମୟରେ ଜଣେ ପ୍ରଶଂସକ ଶାହାରୁଖ ଖାନ ଙ୍କୁ ପଚାରିଥିଲେ କି, ଆପଣ ଫେମସ ହୋଇ ନଥିବା ସାଙ୍ଗ ମାନଙ୍କ ସହ ଡିନର କରୁଥିବା ବେଳେ ବିଲ ଆପଣ ଦିଅନ୍ତି ନା ସେମାନେ। ଏହା ଉପରେ ଅଭିନେତା ଉତ୍ତର ରଖିଥିଲେ ଫେମସ ହେବା ଜରୁରୀ ନୁହେଁ ବିଲ ସେମାନେ ଦେଇ ଥାନ୍ତି କାରଣ ମୁଁ ପଇସା ନେଇ ବୁଲେ ନାହିଁ।
ଏହି କଥାବାର୍ତ୍ତା ସମୟରେ ଜଣେ ପ୍ରଶଂସକ ଶାହାରୁଖ ଖାନ ଙ୍କୁ ପଚାରିଥିଲେ କି, ମନ୍ନତ (ଘର) କଣ ବିକ୍ରି ହେବ ? ଏହା ଉପରେ ଶାହାରୁଖ ମଜାଳିଆ ଉତ୍ତର ଦେଇଥିଲେ। ଭାଇ ମନ୍ନତ ବିକ୍ରି କରାଯାଇ ନଥାଏ ମୁଣ୍ଡ ନୁଆଇ ମାଗିବାକୁ ପଡ଼ିଥାଏ। ମନେ ରଖିବ ତ ଜୀବନରେ କିଛି ପାଇ ପାରିବ।
ଶାହାରୁଖ ଖାନ ଏବେ ଆଇ ପି ଏଲ ଦେଖିବା ପାଇଁ ପତ୍ନୀ ଏବଂ ଝିଅ ସହିତ ଦୁବାଇ ରେ ପହଞ୍ଚି ଥିଲେ।ଏହି ସମୟରେ ତାଙ୍କର କେତେକ ଫଟୋ ସୋସିଆଲ ମିଡିଆରେ ସାମ୍ନା କୁ ଆସିଥିଲା। ଯେଉଁଥିରେ ତାଙ୍କର ବଦଳିଥିବା ଲୁକ ଦେଖିବାକୁ ମିଳିଥିଲା।
ଶାହାରୁଖ ଖାନ ଦୁଇ ବର୍ଷ ହେଲାଣି କୌଣସି ଚଳଚ୍ଚିତ୍ର ରେ କାମ କରି ନାହାନ୍ତି। ସେ ଶେଷ ଥର ୨୦୧୮ ରେ ରିଲିଜ ହୋଇଥିବା ଜିରୋ ରେ ଦେଖିବାକୁ ମିଳିଥିଲେ। ହେଲେ ଏ ଚଳଚ୍ଚିତ୍ର କିଛି ଖାସ କମାଲ କରି ପାରି ନଥିଲା। ଏହା ପରେ ତାଙ୍କର ଗୋଟେ ଚଳଚ୍ଚିତ୍ର ମଧ୍ୟ ରିଲିଜ ହୋଇନାହିଁ।
ଏହି ସମୟରେ ତାଙ୍କୁ ନେଇ କିଛି ମିଥ୍ୟା ପ୍ରଚାର ଆସୁଛି କି ସେ ବହୁତ ଶୀଘ୍ର କମ ବ୍ୟାକ କରୁଛନ୍ତି। ଏଟଲି ର ଚଳଚ୍ଚିତ୍ର ବାବଦରେ କୌଣସି ଅଫିସିଆଲ ପ୍ରଚାର ହୋଇନାହିଁ। କିନ୍ତୁ କୁହାଯାଉଛି କି କିଙ୍ଗ ଖାନ ଏଟଲି ସହିତ କାମ କରିବାକୁ ଚାହୁଁଛନ୍ତି। ଶାହାରୁଖ ଏହା ପୂର୍ବରୁ ପଠାନ ଜରିଆରେ ବହୁତ ପ୍ରଶଂସା ପାସୋରି ଥିଲେ। କେବଳ ଏତିକି ନୁହେଁ ଏହା ମଧ୍ୟ କୁହା ଯାଉଛି କି ଏହି ଚଳଚ୍ଚିତ୍ର ରେ ଶାହାରୁଖ ଦୀପିକା ପାଦୁକନ ଙ୍କ ସହିତ ଦେଖା ଯିବେ।
SRK ରାଜକୁମାର ହେରାନି ଙ୍କ ସୋଷଲ କମେଡି ଚଳଚ୍ଚିତ୍ର ରେ ଦେଖା ଯିବେ। କିନ୍ତୁ ଏହା କୁହାଯାଉଛି କି ଶାହାରୁଖ ଖାନ ସାଉଥର ଏଟଲି ଙ୍କ ଚଳଚ୍ଚିତ୍ର ଦେଖା ଦେବେ ବୋଲି।
ଏହା ପ୍ରଥମ ଥର ନୁହେଁ ଶାହାରୁଖ ଖାନ ଯେବେ ପରଦା ଉପରେ ଦୁଇଟି ଭୂମିକା ନଭେଇବେ। ଏହା ପୂର୍ବରୁ ସେ ୮ ଥର ଡବଲ ରୋଲ ଚଳଚ୍ଚିତ୍ର ରେ କାମ କରି ସାରିଛନ୍ତି। ଯେଉଁଥିରେ ଫ୍ୟାନ, ରାବନ, ପହେଲି,ଇଂଲିଶ ବାବୁ, ଦେଶି ମ୍ୟାନ, କରନ ଅର୍ଜୁନ,ଡନ, ଡୁପ୍ଲିକେଟ୍ ଏବଂ ଓମ ଶାନ୍ତି ଓମ ଚଳଚ୍ଚିତ୍ର ରେ କାମ କରି ସାରିଛନ୍ତି । ଯଦି ଶାହାରୁଖ ଏଟଲି ଙ୍କ ସହ କାମ କରିବେ ତ ତାଙ୍କର ଏହା ନବମ ଡବଲ ରୋଲ୍ ଚଳଚ୍ଚିତ୍ର ହେବ ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।