ଆଜି ପର୍ଯ୍ୟନ୍ତ ଆପଣ ମାନେ କେତେ ଖବର ବିଷୟରେ ଦେଖି-ଶୁଣି ଥିବେ, ଯେଉଁଥିରେ ଲୋକମାନେ ଦାବି କରନ୍ତି କି ସେମାନେ ଭୂତ ଦେଖିଛନ୍ତି।କେତେ ଲୋକ ଏହି କଥାକୁ ସତ୍ୟ ବୋଲି ମାନିଥାନ୍ତି ତ ଆଉ କେତେଲୋକ ଏହାକୁ ଏଡିଟିଙ୍ଗ ବୋଲି କହି ଅଣଦେଖା କରିଥାନ୍ତି।ଭୂତ ଉପରେ ବିଶ୍ଵାସ କରୁଥିବା ଲୋକମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ କରି ଦେଉଥିବା ବେଳେ ବାକି ଲୋକ ଏହାକୁ ପରି କଳ୍ପନା ବୋଲି ଆଖ୍ୟା ଦେଇଛନ୍ତି। କିନ୍ତୁ ଏହି ସମୟରେ ଅଷ୍ଟ୍ରେଲିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଦ୍ଵାରା ଶେୟାର କରାଯାଇଥିବା ଫଟୋ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଯାଇଛି। ଏହି ଫଟୋରେ ସେ ନିଜର ମରିଯାଇଥିବା ଜେଜେବାପାଙ୍କୁ କବଜା କରିଥିବାର ଦାବି କରିଛନ୍ତି। ସବୁଠାରୁ ମଜାଦାର କଥା ଏହା ହେଉଛି କି ଭୂତକୁ ରୋଷେଇ ଘରେ ବାସନ ଧୋଉଥିବାର ଦେଖିବାକୁ ମିଳିଛି।
ଫେସବୁକରେ କରିଛନ୍ତି ଶେୟାର
ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ରହୁଥିବା ଜଣେ ବ୍ୟକ୍ତି ଯେମିତି ହିଁ ନିଜ ଫେସବୁକ ପେଜରେ ଏକ ଫଟୋ ପୋଷ୍ଟ କରିଛନ୍ତି, ତାହା ଚର୍ଚ୍ଚାକୁ ଆସି ଯାଇଛି। ବ୍ୟକ୍ତି ଜଣଙ୍କ ସାଉଥ ଅଷ୍ଟ୍ରେଲିଆରେ ନିଜ ଜେଜେବାପାଙ୍କ ମୃତ୍ୟୁ ପରର ଫଟୋକୁ ପୋଷ୍ଟ କରିଥିଲେ। ଏହି ଫଟୋଟି ତାଙ୍କୁ ତାଙ୍କ ମାଆ ପଠାଇ ଥିଲେ। କିନ୍ତୁ ଯେତେବେଳେ ବ୍ୟକ୍ତି ଜଣଙ୍କ ଫଟୋଟିକୁ ନିରୀକ୍ଷଣ କରି ଦେଖିଥିଲେ ସେତେବେଳେ ଜାଣିବାକୁ ପାଇଲେ କି ରୋଷେଇ ଘରର ଦ୍ଵାରରେ ଛିଡ଼ା ହୋଇ କେହି ଜଣେ ବାସନ ଧୋଉଥିଲେ। ଏହାପରେ ତାଙ୍କ ହାତ-ପାଦ ଥରି ଯାଇଥିଲା। ଯେତେବେଳେ ସେ ଭଲ ଭାବରେ ପ୍ରତିବିମ୍ବଟିକୁ ଦେଖିଥିଲେ ତ ସେ ଜାଣିବାକୁ ପାଇଥିଲେ କି ସେ ତାଙ୍କ ଜେଜେବାପା।
ବାସନ ଧୋଉଥିବାର ନଜର ଆସିଥିଲା ଭୂତ
ଏହି ଫଟୋକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଚର୍ଚ୍ଚା ହେଉଛି। ଲୋକମାନେ ଭୂତକୁ ବାସନ ଧୋଉଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ବ୍ୟକ୍ତି ଜଣଙ୍କ ଫଟୋ ସହ ଲେଖିଛନ୍ତି କି ଏହା ତାଙ୍କ ଜେଜେବାପାଙ୍କର ଯୁବକ ସମୟର ଭୂତ ଅଟେ।କାରଣ ସେ ମୃତ୍ୟୁ ସମୟରେ ଅଳ୍ପ ପରିମାଣରେ ମୋଟା ଥିଲେ। ହେଲେ, ନିଜ ଯୁବକ ସମୟରେ ସେ ସଂପୂର୍ଣ୍ଣ ଭାବେ ଏମିତି ହିଁ ଦେଖା ଯାଉଥିଲେ।ଫଟୋରେ ଏହି ପ୍ରତିବିମ୍ବକୁ ଦେଖି ବ୍ୟକ୍ତିଜଣଙ୍କ ମାଆଙ୍କର ବି ହୋଶ ଉଡି ଯାଇଥିଲା।
ଲୋକମାନେ କରିଥିଲେ କମେଟ
ଫଟୋଟି ଶେୟାର ହେବାପରେ ହଜାର ହଜାର ଲୋକ ଏହା ଉପରେ ମତ ଦେଇଥିଲେ। ବ୍ୟକ୍ତି ଜଣକଙ୍କର କହିବା କଥା ହେଉଛି କି ଜେଜେବାପାଙ୍କର ମୃତ୍ୟୁ ପରେ ଏହି ଘର ଖାଲି ରୁହେ। ଏହାକୁ ବିକ୍ରି କରିବା ପାଇଁ ବୋର୍ଡ ଲଗାଯାଇଛି। ହେଲେ ଏବେ ବୋଧହୁଏ କେହି ଏଇ ଘରକୁ କିଣିବା ପାଇଁ ଚାହୁଁଛନ୍ତି। ସେହି ସମୟରେ କେତେ ଲୋକ ଏହା ଉପରେ କମେଟ ବି କରିଥିଲେ। ଜଣେ ବ୍ୟକ୍ତି ଲେଖିଥିଲେ କି କଣ ମୃତ୍ୟୁ ପରେ ବି ବାସନ ଧୋଇବାକୁ ପଡ଼ିଥାଏ ? ସେଠାରେ କିଛି ବ୍ୟକ୍ତି ଘରର ନୂଆ ମାଲିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।