ଜଣେ ଫ୍ୟାନ(Fan)ରଶ୍ମିକା ମନ୍ଦାନା(Rashmika Mandanna) ଆଇପିଏଲର ପ୍ରିୟ ଟିମ ବିଷୟରେ ପଚାରିଥିଲେ। ଯାହା ଉପରେ ଅଭିନେତ୍ରୀ ଜଣଙ୍କ ଏମିତି ଜବାବ ଦେଇଥିଲେ, ଯାହାକୁ ଶୁଣି ଫ୍ୟାନ୍ସ ଝୁମି ଉଠିଥିଲେ। ସୋସିଆଲ ମିଡ଼ିଆରେ ଭିଡିଓ ଜୋରରେ ଭାଇରାଲ ହେଉଛି।
ସାଉଥ ଇଣ୍ଡିଆନ ଅଭିନେତ୍ରୀ ରଶ୍ମିକା ମନ୍ଦାନା(Rashmika Mandanna)ଙ୍କର ଫ୍ୟାନ ଫଲୋଇଙ୍ଗ ସାରା ଭାରତରେ ରହିଛନ୍ତି। ତାଙ୍କର କ୍ୟୁଟ ଏକ୍ସପ୍ରେସନ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ। ଯଦିଓ ରଶ୍ମିକା କୈାଣସି ବଲିଉଡ ସିନେମା କରିନାହାନ୍ତି, କିନ୍ତୁ ତାଙ୍କର ଫ୍ୟାନ ଫଲୋଇଙ୍ଗ କୈାଣସି ସୁପରଷ୍ଟାରଙ୍କ ଠାରୁ କମ ନୁହେଁ। ସାଉଥ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେହି ସମୟରେ ଜଣେ ଫ୍ୟାନ(Fan)ରଶ୍ମିକା ମନ୍ଦାନା(Rashmika Mandanna) ଆଇପିଏଲର ପ୍ରିୟ ଟିମ ବିଷୟରେ ପଚାରିଥିଲେ। ଯାହା ଉପରେ ଅଭିନେତ୍ରୀ ଜଣଙ୍କ ଏମିତି ଜବାବ ଦେଇଥିଲେ, ଯାହାକୁ ଶୁଣି ଫ୍ୟାନ୍ସ ଝୁମି ଉଠିଥିଲେ। ସୋସିଆଲ ମିଡ଼ିଆରେ ଭିଡିଓ ଜୋରରେ ଭାଇରାଲ ହେଉଛି।
ଜଣେ ଫ୍ୟାନ ପଚାରିଛନ୍ତି- ମ୍ୟାମ ଆପଣଙ୍କ ପ୍ରିୟ ଆଇପିଏଲ ଟିମ କେଉଁଟା ଅଟେ? ଏହା ଉପରେ ଅଭିନେତ୍ରୀ କହିଥିଲେ- ‘ଇ ସାଲା କପ ନମଦେ’ ଅର୍ଥାତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଇ ସାଲା କପ ନମଦେ ଆରସୀବୀର ସ୍ଲୋଗାନ ଅଟେ। ଜବାବ ଶୁଣିବା ମାତ୍ରେ ହିଁ ଆରସୀବୀ ଫ୍ୟାନ୍ସମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ହାତରେ ହାର୍ଟର ସାଇନ କରି ଏହି ଜବାବ ଦେଇଥିଲେ।
A fan asked #RashmikaMandanna about her favorite team in #ipl ☺
She replied : " EE sala cup namde"#rcb #playbold #cskchampion2021 #IPL2021 #ViratKohli #RCBvsDC pic.twitter.com/6GOzDywyqo— Pratik (@Pratik21144947) April 27, 2021
ରଶ୍ମିକା ମନ୍ଦାନା(Rashmika Mandanna) ୨୩ବର୍ଷର ଅଟନ୍ତି ଏବଂ ତାଙ୍କୁ ‘କର୍ଣ୍ଣାଟକ କ୍ରଶ’ ମଧ୍ୟ କୁହାଯାଏ। ରଶ୍ମିକା ମନ୍ଦାନା ତେଲୁଗୁ ଏବଂ କନ୍ନଡ଼ ଇଣ୍ଡଷ୍ଟ୍ରିର ସବୁଠାରୁ ଦାମି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି। ରଶ୍ମିକା ୨୦୧୬ରେ ‘କିରିକ ପାର୍ଟି’ ସହିତ କନ୍ନଡ଼ ସିନେମା ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। କିନ୍ତୁ ୨୦୧୭ରେ ସେ ଦୁଇଟି ସୁପରହିଟ ସିନେମା ‘ଚମକ’ ଏବଂ ‘ଅଞ୍ଜନୀ ପୁତ୍ର’ କରିଥିଲେ।
୨୦୧୮ରେ ରଶ୍ମିକା ‘ଚଲୋ’ରୁ ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ଏବଂ ସିନେମାଟି ସୁପରହିଟ ହୋଇଥିଲା। ରଶ୍ମିକା ମନ୍ଦାନା ‘ଗୀତ ଗୋବିନ୍ଦମ’ ଏବଂ ‘ଡିୟର କମରେଡ’ରେ ବିଜୟ ଦେବରାକୋଣ୍ଡାଙ୍କ ସହିତ ନଜର ଆସି ସାରିଛନ୍ତି ଏବଂ ଦୁଇଟି ଯାକ ସିନେମା ସୁପରହିଟ ହୋଇଥିଲା।