ପଞ୍ଜାବ ରେ ଏକ ଦର୍ଦନାକ ଘଟଣା ସାମ୍ନା କୁ ଆସିଛି ଯେଉଁଠି ଏକ ବ୍ୟକ୍ତି ଘରୋଇ କଳହ କାରଣରୁ ଆତ୍ମହତ୍ୟା କରିଛନ୍ତି । ଆଶ୍ଚର୍ଯ୍ୟ କଥା ଏହା କି ମରିବା ପୂର୍ବରୁ ଫେସବୁକ ଲାଇଭ କରିଥିଲେ ଯେଉଁଠି ସେ ନିଜର ଦୁଃଖଦ କଥା ସବୁ କହିଥିଲେ । ତା ପରେ ପଙ୍ଖା ରେ ଓଢଣୀ ଦ୍ଵାରା ଗଳା ରେ ଲଗାଇ କହିଲେ କି ସେ ଏବେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି । ପତ୍ନୀ ସହ ବହୁତ ଦୁଃଖୀ ହୋଇ ସାରିଛି।
ଏହି ଘଟଣା ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ମୋହାଲି ର ନୟାଗ୍ରାମ ରେ ଶୁକ୍ରବାର ସକାଳେ ସାମ୍ନା କୁ ଆସିଛି । ଯେଉଁଠି ୪୨ ବର୍ଷୀୟ ପ୍ରଦୀପ କୁମାର ଫେସବୁକ ରେ ଲାଇଭ ଆସି କହିବାକୁ ଲାଗିଲେ କି ନିଜର ପତ୍ନୀ ଓ ତାଙ୍କ ଦୁଇ ଭଉଣୀ ମାନେ ଶାଳି ପାଇଁ ମରିବା କୁ ଯାଉଛନ୍ତି । ସେମାନେ ମୋ ଘରକୁ ପୁରା ବରବାଦ କରି ଦେଇଛନ୍ତି । ମୋ ମୃତ୍ୟୁ ର କାରଣ ମଧ୍ୟ ସେଇମାନେ ଅଟନ୍ତି ।
ପ୍ରଦୀପ କୁମାର ଫେସବୁକ ରେ କହିଲେ କି – ମୋର ପୁରା ପଇସା ଆଗରୁ ମୋ ପତ୍ନୀ ମୋ ଠାରୁ ନେଇ ଯାଇଛି । ଘରେ ପ୍ରାୟ ୫ ଲକ୍ଷ ଟଙ୍କା ଥିଲା ଯାହା ସେ ଭଉଣୀ ମାନଙ୍କ ସାହାଯ୍ୟରେ ଚୋରି କରି ନେଇ ଯାଇଛି ।
ଯୁବକ ଜଣଙ୍କ କହିଲେ – ମୋର ଶେଷ ଇଚ୍ଛା ଏହା କି ମୋର ମା ଓ ପିଲା ଙ୍କୁ ଆମର ଅମୃତସର ଘରେ ପହଁଞ୍ଚାଇ ଦେବେ । ବାସ୍ ଏତିକି କହି ଯୁବକ ପ୍ରାୟ ଗୋଟେ ମିନିଟ ୫ ସେକେଣ୍ଡ ପର୍ଯ୍ୟନ୍ତ କହିବା ପରେ ପଙ୍ଖା ରେ ଝୁଲି ଗଲେ ।
ମୃତକ ଙ୍କ ୧୧ ବର୍ଷ ର ବଡ଼ ପିଲା ଯେବେ ବାହାରେ ଖେଳୁଥିବା ସମୟରେ ପାଣି ପିଇବା ପାଇଁ ଘର ଭିତର କୁ ଆସିଲା ସେତେବେଳେ କବାଟ ବନ୍ଦ ଥିବା ଦେଖିବାକୁ ପାଇଲା । ସେ ବାପା ଙ୍କୁ ଡାକିବାକୁ ଲାଗିଲା କିନ୍ତୁ କୌଣସି ଜବାବ ଆସିଲା ନାହିଁ । ତା ପରେ ଝରକା ଦେଇ ଭିତରକୁ ଦେଖିଲା ତ ବାପା ପଙ୍ଖା ରୁ ଝୁଲୁ ଥିବାର ଦେଖିବାକୁ ପାଇଲେ । ତାପରେ ସେ କାନ୍ଦି କାନ୍ଦି ସାଙ୍ଗ ମାନଙ୍କୁ କହିଲା । ସାଙ୍ଗ ମାନେ ଝରକା ଦେଇ କବାଟ ଖୋଲିଲେ । ପଡୋଶୀ ଙ୍କୁ ଡାକି ଆଣିଲେ ଓ ତାପରେ ପୋଲିସ କୁ ଖବର ଦେଲେ ।
ପୋଲିସ ହିସାବରେ ପ୍ରଦୀପ କୁମାର ଏକ ସେଲୁନ ରେ କାମ କରୁଥିଲେ । ୨୦୦୬ ରେ ପ୍ରଦୀପ କୁମାର ଓ ସୀମା ଲଭ ମ୍ୟାରେଜ କରିଥିଲେ । ଦୁହିଁଙ୍କର ଦୁଇଟି ସନ୍ତାନ ଅଛି ଗୋଟିଏ ୧୨ ବର୍ଷ ର ଆଉ ଜଣେ ୯ ବର୍ଷ ର ଅଟେ । ପତି ପତ୍ନୀ ଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଏସଏଚଓ ଥାନା ନୟାଗ୍ରାମ ଅଶୋକ କୁମାର କହିଲେ କି ମୃତକ ଙ୍କ ଶଶୁର ଘର ଲୋକଙ୍କ ଉପରେ ମକଦ୍ଦମା ରୁଜୁ କରାଯାଇଛି ।