ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ #FirstSalary ଟ୍ରେଣ୍ଡ କରୁଛି | ଏହି ହାଜଟ୍ୟାଗ ବ୍ୟବହାର କରି ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଏହା ଉପରେ ନିଜର ପ୍ରଥମ ଦରମା ବିଷୟରେ କହୁଛନ୍ତି | ଏମିତିରେ ଏହି ଟ୍ରେଣ୍ଡକୁ ଅନୁସରଣ କରୁଥିବା ଲୋକଙ୍କ ମଧ୍ୟରେ ବଲିଉଡ ସେଲିବ୍ରେଟି ମଧ୍ୟ ପଛରେ ରହି ନାହାନ୍ତି |
ଲୋକପ୍ରିୟ ୱେବ ସିରିଜ “ମିର୍ଜାପୁର”ର ଅଭିନେତା ଅଲି ଫଜଲଙ୍କ ଠାରୁ ଆରମ୍ଭ କରି ଅନେକ ବଡ଼ ଡ଼ାଇରେକ୍ଟର ମାନେ ମଧ୍ୟ ନିଜର ପ୍ରଥମ ଦରମାର ଖୁଲାସା କରିଛନ୍ତି | କେବଳ ଏତିକି ନୁହେଁ, ସେଲିବ୍ରେଟି ପ୍ରଥମ ଦରମା ସହିତ ଏହା ମଧ୍ୟ କହିଛନ୍ତି ଯେ ସେ କେଉଁ କାମ ବଦଳରେ ଏହି ପ୍ରଥମ ଦରମା ପାଇଥିଲେ | ଏହି ପ୍ୟାକେଜରେ ଆମେ ଏପରି କିଛି ସେଲିବ୍ରେଟିଙ୍କ ପ୍ରଥମ ଦରମା ବିଷୟରେ କହିବାକୁ ଯାଉଛୁ |
ଅଲି ଫଜଲ:
ଫିଲ୍ମ ମିର୍ଜାପୁରର ଗୁଡ୍ଡୁ ପଣ୍ଡିତ ଅର୍ଥାତ ଅଲି ଫଜଲ ନିଜର ପ୍ରଥମ ରୋଜଗାର ବିଷୟରେ କହିବାକୁ ଯାଇ ଲେଖିଛନ୍ତି ଯେ, ପ୍ରଥମ ଦରମା ୮୦୦୦ ଟଙ୍କା ଥିଲା | ସେ ୧୯ ବର୍ଷ ବୟସରେ କଲେଜ ଫିସ ପୈଠ କରିବା ପାଇଁ ଏକ କଲ ସେଣ୍ଟରରେ କାମ କରିଥିଲେ | ତେବେ ଅଲି ଫଜଲ ଦୀର୍ଘ ସମୟରୁ ଅଭିନେତ୍ରୀ ରିଚା ଚଡ୍ଡାଙ୍କୁ ଡେଟ କରୁଛନ୍ତି |
ସୋନମ କପୁର:
ସୋନମ କପୁରଙ୍କ ପ୍ରଥମ ଦରମା ୩ ହଜାର ଟଙ୍କା ଥିଲା | ଏହି ଟଙ୍କା ସେ ସଞ୍ଜୟ ଲୀଲା ଭନ୍ସାଲୀଙ୍କୁ ଆସିସ୍ଟ କରିବା ବଦଳରେ ଉପାର୍ଜନ କରିଥିଲେ |
ଅମିତାଭ ବଚ୍ଚନ:
ଅମିତାଭ ବଚ୍ଚନଙ୍କୁ ପ୍ରଥମ ଦରମା ହିସାବରେ ମାତ୍ର ୫୦୦ ଟଙ୍କା ମିଳିଥିଲା | ଏହି ଟଙ୍କା ସେ କୋଲକାତାର ଏକ ଶିପିଙ୍ଗ ଫର୍ମରେ କାମ କରିବା ବଦଳରେ ଉପାର୍ଜନ କରିଥିଲେ |
ଦିବ୍ୟାଙ୍କା ତ୍ରିପାଠୀ:
ଦିବ୍ୟାଙ୍କା ତ୍ରିପାଠୀଙ୍କ ପ୍ରଥମ ଦରମା ୨୫୦ ଟଙ୍କା ଥିଲା | ଦିବ୍ୟାଙ୍କାଙ୍କ କହିବା ମୁତାବକ,”ମୁଁ ଭୋପାଲରେ ନିଜର ପ୍ରଥମ ଆଙ୍କରିଙ୍ଗ କରିଥିଲେ | ଏଥିପାଇଁ ମୋତେ ୨୫୦ ଟଙ୍କାର ଚେକ ଦିଆଯାଇଥିଲା | ମୁଁ ଏହି ଚେକକୁ ଆଜି ପର୍ଯ୍ୟନ୍ତ କେସରେ କରାଇ ନାହିଁ | ଏହା ମୋ ପାଇଁ ବହୁତ ମୂଲ୍ୟବାନ ଅଟେ |”
ଅକ୍ଷୟ କୁମାର:
ଅକ୍ଷୟ କୁମାରଙ୍କୁ ପ୍ରଥମ ଦରମା ଭାବରେ ୧୫୦୦ ଟଙ୍କା ମିଳିଥିଲା | ଏହି ଟଙ୍କା ତାଙ୍କୁ ବ୍ୟାଙ୍କକ ରେ ଏକ ରେସ୍ତୁରାଣ୍ଟରେ ଜଣେ ୱେଟର ଭାବରେ କାମ କରିବା ବଦଳରେ ମିଳିଥିଲା |
ସୟାନୀ ଗୁପ୍ତା:
ଅଭିନେତ୍ରୀ ସୟାନୀ ଗୁପ୍ତା କହିଛନ୍ତି ଯେ- ପ୍ରଥମ ଦରମା : ୧୨,୫୦୦ ଟଙ୍କା, ବୟସ- ୨୧ ବର୍ଷ, କାମ- ପବ୍ଲିସିଙ୍ଗ ହାଉସ/ଇନ୍ଫ୍ରାସ୍ଟ୍ରକଚର ରିସର୍ଚ୍ଚ ଫର୍ମରେ ମାର୍କେଟିଙ୍ଗ ଏବଂ ସେଲସ ଏଜିକ୍ୟୁଟିଭ | ସୟାନୀ “ଆର୍ଟିକଲ ୧୫”, “ଫେନ”, “ଜଲି LLB ” ପରି ଫିଲ୍ମରେ କାମ କରିଛନ୍ତି |
ଶାହରୁଖ ଖାନ:
ଶାହରୁଖ ଖାନଙ୍କୁ ପ୍ରଥମ ଦରମା ଜଣେ ଏଣ୍ଟ୍ରି କିପର ଭାବରେ ମିଳିଥିଲା | ଦିଲ୍ଲୀରେ ଗାୟକ ପଙ୍କଜ ଉଧାସଙ୍କ ଏକ କନସର୍ଟରେ କାମ କରିବା ପାଇଁ ୫୦ ଟଙ୍କା ମିଳିଥିଲା | ଏହି ଟଙ୍କାରେ ଶାହରୁଖ ଖାନ ତାଜମହଲ ଦେଖିବା ପାଇଁ ଆଗ୍ରା ଯାଇଥିଲେ |
ରିତିକ ରୋଶନ:
ରିତିକ ରୋଶନ ଜଣେ ଚାଇଲଡ ଆର୍ଟିଷ୍ଟ ଭାବରେ କ୍ୟାରିୟରର ପ୍ରାରମ୍ଭ କରିଥିଲେ | ଏହା ବଦଳରେ ତାଙ୍କୁ ପ୍ରଥମ ଦରମା ୧୦୦ ଟଙ୍କା ମିଳିଥିଲା, ଯାହାକୁ ନେଇ ସେ ନିଜ ପାଇଁ ଏକ ଟୟ କାର କିଣିଥିଲେ |
ପୁଲକିତ ସମ୍ରାଟ:
ନିକଟରେ ରିଲିଜ ଫିଲ୍ମ “ତୈଶ”ରେ ନଜର ଆସିଥିବା ପୁଲକିତ ସମ୍ରାଟଙ୍କ ମୁତାବକ, ତାଙ୍କୁ ପ୍ରଥମ ଦରମା ହିସାବରେ ୧୫୦୦ ଟଙ୍କା ମିଳିଥିଲା | ସେତେବେଳେ ତାଙ୍କ ବୟସ ୧୬ ବର୍ଷ ଥିଲା | ସେ ଏହି ଟଙ୍କା ଗ୍ୟାସ ଷ୍ଟେସନରେ ପେଟ୍ରୋ କାର୍ଡ ବିକ୍ରି କରି ଉପାର୍ଜନ କରିଥିଲେ |
ଅନୁଭବ ସିହ୍ନା:
“ମୂଲକ”, “ଆର୍ଟିକଲ ୧୫” ଏବଂ “ଥପଡ଼” ପରି ଫିଲ୍ମ ବନାଇ ସାରିଛନ୍ତି ଡ଼ାଇରେକ୍ଟର ଅନୁଭବ କହିଛନ୍ତି ଯେ-“ପ୍ରଥମ ଦରମା-୮୦ ଟଙ୍କା, ବୟସ- ୧୮ ବର୍ଷ, କାମ- ସପ୍ତମ ଶ୍ରେଣୀ ଛାତ୍ରକୁ ମୁଁ ଗଣିତ ଟ୍ୟୁସନ ଦେଇଥିଲି | ଇଞ୍ଜିନିୟରିଙ୍ଗ କଲେଜରେ ପଢିବା ସମୟରେ ସିଗାରେଟ ପିଇବା ପାଇଁ ମୁଁ ଏହି ଟଙ୍କା ଉପାର୍ଜନ କରିଥିଲି |
ହଂସଲ ମେହେତା:
ବର୍ତ୍ତମାନ ସମୟରେ ୱେବ ସିରିଜ “ଦ ସ୍କାମ ୧୯୯୨” ଏବଂ “ଛଲାଙ୍ଗ” ପରି ଫିଲ୍ମକୁ ନିର୍ଦେଶନା କରି ଚର୍ଚ୍ଚାରେ ଥିବା ହଂସଲ ମେହେତା କହିଛନ୍ତି ଯେ – ପ୍ରଥମ ଦରମା-୪୫ ଟଙ୍କା, ବୟସ-୧୬ ବର୍ଷ, କାମ- ଇଣ୍ଟରଶାପୀ କେପ୍ସ କର୍ଣ୍ଣରରେ ସେଲସମ୍ୟାନ ଭାବରେ ଜିନ୍ସ ଏବଂ କାଜୁଆଲ ପୋଷାକ ବିକ୍ରିକରି ଉପାର୍ଜନ କରିଥିଲେ, ତାହା ପୁଣି ଜୁନିୟର କଲେଜର ୱାର୍ଡ଼ରବ କିଣିବା ପାଇଁ |
ମୀଜାନ ଜାଫରୀ:
ଅଭିନେତା ଜାଭେଦ ଜାଫରୀଙ୍କ ପୁଅ ମୀଜାନ ଜାଫରୀଙ୍କୁ ପ୍ରଥମ ଦରମା ଭାବରେ ୧୫୦୦୦ ଟଙ୍କା ମିଳିଥିଲା | ସେ ଏକ ଫିଲ୍ମ ପାଇଁ ଆସିଷ୍ଟାଣ୍ଟ ଡ଼ାଇରେକ୍ଟରର କାମ କରିଥିଲେ | ମୀଜାନ ବଲିଉଡ ଅଭିନେତା ଜାଭେଦ ଜାଫରୀଙ୍କ ପୁଅ ଅଟନ୍ତି ଏବଂ ୨୦୧୯ରେ ଫିଲ୍ମ “ମଲାଲ”ରୁ ସେ ଡେବ୍ୟୁ କରିସାରିଛନ୍ତି |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।