ମୟୁର ପଙ୍ଖ ଘରେ କେଉଁଠି ରଖିଲେ ଧନ ବଢ଼ିଥାଏ, ଆଦୌ ଡେରି କରନ୍ତୁ ନାହିଁ ଆଜି ହିଁ ଜାଣନ୍ତୁ

ଆଜିର ଏହି ମହଙ୍ଗା ଦୁନିଆ ରେ ଧନ ହିଁ ଲୋକମାନଙ୍କର ଭଗବାନ ପାଲଟି ଗଲାଣି। ଆଜି କାଲି ର ଲୋକମାନେ ଯେତେ ଟଙ୍କା କମାଇଲେ ମଧ୍ୟ ତାହା ଠାରୁ ଅଧିକ ଖର୍ଚ୍ଚ ହୋଇ ଯାଉଛି। ଆଜିର ଯୁଗରେ ଖୁବ କମ ଲୋକ ଏମିତି ଥିବେ ଯାହାକୁ ଟଙ୍କାର ଅଭାବ ହେଉନଥିବ। ଯଦି ବି ଯାହାର ପାଖରେ ପର୍ଯ୍ୟାପ୍ତ ପରିମାଣ ର ଟଙ୍କା ରହୁଛି ସେମାନଙ୍କର ଅଧିକ ଟଙ୍କା କମାଇବାର ଇଛା ରହୁଛି। ଧନର ମୋହ ସେହି ପରି ହିଁ ହୋଇଥାଏ। ଯେତେ ଥିଲେ ମଧ୍ୟ ମନ ଭରେ ନାହିଁ।

ଏମିତିକି ବହୁ ପରିଶ୍ରମ ପରେ ଆପଣଙ୍କୁ ଆପଣଙ୍କ ଇଛା ଅନୁସାରେ ଟଙ୍କା ମିଳି ପାରିନଥାଏ ଏବଂ ଯଦି ଆସି ବି ଯାଏ ତେବେ ତାହା ମଧ୍ୟ ରହି ନଥାଏ। ଏମିତିରେ ମନ ଜାଣି ଥାଏ ଯେ ଭାଗ୍ୟ ଖରାପ ଚାଲିଛି ବୋଲି। ଏମିତି ଏକ ଉପାୟ ଅଛି ଯାହା ଦ୍ଵାରା ଟଙ୍କା ଆସିବାର ବାଟ ଖୋଲିଯିବ ଓ ବହୁତ ଦିନ ପର୍ଯ୍ୟନ୍ତ ମଧ୍ୟ ଘରେ ରହିବ। ଆଉ ଏଥିପାଇଁ ଆମକୁ ବେଶୀ କିଛି କରିବାକୁ ପଡ଼ିବ ନାହିଁ। କେବଳ ତିନୋଟି ମୟୁର ପଙ୍ଖ ର ବ୍ୟବହାର କରିବାକୁ ପଡ଼ିବ। ଏହାର ବ୍ୟବହାର କିପରି କରିବାକୁ ପଡ଼ିବ ଆସନ୍ତୁ ଜାଣିବା…

ମୟୁର ପଙ୍ଖ କଣ?

ଏହା ଏକ ଶକ୍ତିଶାଳୀ ଚମତ୍କାରୀ ଯନ୍ତ୍ର ଅଟେ ଏବଂ ଏହା ତନ୍ତ୍ର ବିଦ୍ୟାରେ ବହୁତ କାମରେ ଆସିଥାଏ। କେବଳ ଏବେ ନୁହେଁ ପ୍ରାଚୀନ କାଳରୁ ଏହାର ବ୍ୟବହାର କରାଯାଉଅଛି। ଶାସ୍ତ୍ର ଜ୍ୟୋତିଷ ସବୁଠାରେ ଏହାର ବ୍ୟବହାର ଉଲ୍ଲେଖ ରହିଛି। ଭଗବାନ କୃଷ୍ଣ ଙ୍କର ମୁକୁଟରେ ମୟୁର ପଙ୍ଖ ର ବ୍ୟବହାର କରାଯାଏ। ଏହି ମୟୁର ପଙ୍ଖକୁ ବିଦ୍ୟାଦେବୀ ସରସ୍ୱତୀ, ଧନଦେବୀ ମାତା ଲକ୍ଷ୍ମୀ, ଶ୍ରୀକୃଷ୍ଣ, କାର୍ତ୍ତିକ, ହନୁମାନ ସମସ୍ତଙ୍କର ସହିତ ଯୋଡ଼ା ଯାଇଥାଏ। ଏହି ମୟୁର ପଙ୍ଖ କୁ ଯଦି ଆପଣ ବଂଶୀ ସହିତ ରଖିବେ ତେବେ ସମ୍ପର୍କରେ ମଧୁରତା ଆସିଥାଏ। ଘରେ ଯଦି ନକାରାତ୍ମକ ଉର୍ଜା ବଢିଯାଏ ତେବେ ଏହାକୁ କେମିତି ଦୂର କରିବା କେମିତି ଏହାର ବିନାଶ କରିବା ଏହାପାଇଁ ଆପଣ ଏକ ମୟୁର ପଙ୍ଖ କୁ ସନ୍ଧ୍ୟା ଆଳତୀ ପରେ ଜୋରେ ଜୋରେ ହଲାନ୍ତୁ।

ଯାହାଦ୍ଵାରା ଆପଣଙ୍କ ଘରେ ଥିବା ନକାରାତ୍ମକ ଉର୍ଜା ଚାଲି ଯାଇଥାଏ। ଏହା ଆପଣ ପ୍ରତିଦିନ କରନ୍ତୁ ଏହା ବହୁତ ଭଲ ହୋଇଥାଏ। ଏହାଦ୍ବାରା ଆପଣଙ୍କର ଘରର ନକାରାତ୍ମକ ଉର୍ଜା ବାହାରକୁ ଚାଲି ଯାଇଥାଏ ଏବଂ ଯେଉଁ ଘରେ ସାକାରାତ୍ମକ ଉର୍ଜା ଅଧିକ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି। ଏହି ସବୁକୁ ଧ୍ୟାନ ରଖି ମୁଁ ଆପଣଙ୍କୁ କହିବି ଯେ ଘରର ସେହି କେଉଁ ତିନୋଟି କୋଣ ରହିଛି ଯେଉଁଠାରେ ମୟୁର ପଙ୍ଖ ରଖିଲେ ଆପଣଙ୍କର ଘର ସବୁବେଳେ ସାକାରାତ୍ମକ ଉର୍ଜା ରେ ଭରପୁର ରହିବ ଏବଂ ଲକ୍ଷ୍ମୀ ସବୁବେଳେ ବାସ କରିବେ। ଆପଣଙ୍କ ଘରେ କୌଣସି ଏକ ଶୁଭ ଦିନରେ ମୟୁର ପଙ୍ଖ କୁ ଏମିତି ଏକ ଯାଗାରେ ରଖିବେ ଯେଉଁଠିକି ସମସ୍ତଙ୍କ ଦୃଷ୍ଟି ପଡ଼ିବ। ମୟୁର ପଙ୍ଖ ନାକାରାତ୍ମକ ଉର୍ଜା କୁ ନିଜ ଆଡକୁ ଟାଣି ନେଇଥାଏ।

ତେଣୁ ସେଥିପାଇଁ ଏହାକୁ ଘରର ଏମିତି ଏକ ଯାଗାରେ ରଖନ୍ତି ଯେମିତିକି ଏହା ସମସ୍ତଙ୍କ ନଜର ରେ ଆସିବ। ମୟୁର ପଙ୍ଖ ର ଏହି ଉପାୟ ନା କେବଳ ଆପଣଙ୍କର ଜୀବନରେ ଆପଣଙ୍କର ପରିବାର ରେ ସମସ୍ତଙ୍କର ଜୀବନରେ ମଧ୍ୟ ସୁଖ ସମୃଦ୍ଧି ଆଣି ଦେଇଥାଏ। ଏହି ଉପାୟ ଆପଣ କୌଣସି ଏକ ଶୁଭ ଦିନରେ କରି ପାରିବେ। ମୟୁର ପଙ୍ଖ ର ବ୍ୟବହାର ସବୁ ଯାଗାରେ ହୋଇଥାଏ। ଯେମିତିକି ବିଦ୍ୟାର୍ଥୀ ମାନେ ନିଜ ବହି ଭିତରେ ଅଭି ମନ୍ତ୍ରିତ ମୟୁର ପଙ୍ଖ ରଖିଥାନ୍ତି।

ଏହା ସେମାନଙ୍କ ପାଇଁ ରାମବାଣ ସଦୃଶ୍ୟ ସାବ୍ୟସ୍ତ ହୋଇଥାଏ। ଘରର ସବୁ ରୁମ ରେ ଗୋଟିଏ ଗୋଟିଏ ମୟୁର ପଙ୍ଖ ରଖିଲେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ। ଯଦି ଆପଣଙ୍କର ରାହୁ କେତୁ ବା କାଳ ସର୍ପ ଦୋଷ ରହିଛି ତେବେ ଆପଣ ନିଜ ପାଖରେ ମୟୁର ପଙ୍ଖ ରଖନ୍ତୁ। ଏହାଦ୍ବାରା ଆପଣଙ୍କର ବହୁତ ଭଲ ଲାଭ ହୋଇଥାଏ। ଯଦି ଆପଣଙ୍କର ଘରେ କୌଣସି ଶିଶୁ ଜିଦିଆ ହୋଇ ଯାଉଛି ତେବେ ତାକୁ ମୟୁର ପଙ୍ଖ ହଲାଇ ପବନ କରାଇଲେ ତାହାର ଜିଦି ପଣ କମ ହୋଇଥାଏ ନଚେତ ଆପଣଙ୍କର ଘରର ଫ୍ୟାନ ରେ ମୟୁର ପଙ୍ଖ ଲଗାଇ ଦିଅନ୍ତୁ।

ଏହାଦ୍ବାରା ପିଲାର ଜିଦି ଧିରେ ଧିରେ କମ୍ ହେବାକୁ ଲାଗିବ। ଯଦି ଆପଣଙ୍କର ଘରେ ନବଜାତ ଶିଶୁ ରହିଛି ତେବେ ତାହାର ନିଜର ଦୋଷ ହଟାଇବା ପାଇଁ ତାହାର ବିଛଣା ପାଖରେ ଗୋଟିଏ ମୟୁର ପଙ୍ଖ ରଖି ଦିଅନ୍ତୁ। ଏହାଦ୍ବାରା ନିଜର ଦୋଷ ଛାଡ଼ିଯିବ। ଆଉ ଯଦି ଘରେ ଟଙ୍କା ଅଣ୍ଟୁ ନାହିଁ ଟଙ୍କା ଆସୁନାହିଁ ଖର୍ଚ୍ଚ ଅଧିକା ହେଉଛି କିମ୍ବା ଯେତେ ଟଙ୍କା ଆସିଲେ ବି ମଧ୍ୟ ସରିଯାଉଛି ତେବେ ଘରର ଦକ୍ଷିଣ ପୂର୍ବ କୋଣରେ ଏହି ମୟୁର ପଙ୍ଖ କୁ ରଖିଲେ ଲାଭ ହୋଇଥାଏ। ମୟୁର ପଙ୍ଖ ଘରେ ରଖିଲେ କୁହାଯାଏ ସାପ ପଶି ନଥାଏ। ଯଦି ଆପଣଙ୍କ ଘର ଆଖ ପାଖରେ ସାପର ଡେରା ରହିଛି ତେବେ ଘରର ସାମ୍ନାରେ ମୟୁର ପଙ୍ଖ ରଖି ଦିଅନ୍ତୁ। ଘରର କେଉଁ ତିନୋଟି କୋଣ ରେ ମୟୁର ପଙ୍ଖ ରଖିଲେ ଆପଣଙ୍କର ଧନ ଯଶ ଗୁଣା ବଢ଼ିଥାଏ ଆସନ୍ତୁ ଜାଣିବା ।

ଆପଣଙ୍କର ଆଲମିରା ଯେଉଁଠାରେ ଆପଣ ଟଙ୍କା ରଖୁଛନ୍ତି ସେହିଠାରେ ମୟୁର ପଙ୍ଖ ରଖନ୍ତୁ। ଏହାଦ୍ବାରା ଆପଣଙ୍କର ଧନ ବଢିବ ଏବଂ ଖର୍ଚ୍ଚ ମଧ୍ୟ କମ ହେବ। ଦ୍ଵିତୀୟ ଜାଗା ହେଉଛି ମୟୁର ପଙ୍ଖ ଘରର ଠାକୁର ଙ୍କୁ ଯେଉଁଠାରେ ରଖୁଛନ୍ତି କିମ୍ବା ଉତ୍ତର ପୂର୍ବ କୋଣରେ ରଖନ୍ତୁ। ପ୍ରତିଦିନ ପୂଜାକଲା ବେଳେ ଏହି ମୟୁର ପଙ୍ଖ କୁ ପୂଜା କରନ୍ତୁ। ଆପଣ ଦେଖିବେ ଆପଣଙ୍କର ଭାଗ୍ୟ ଚମକି ଉଠିବ ଏବଂ ଧନ ଆଗମନ ର ବାଟ ଖୋଲିଯିବ।

ତୃତୀୟ ଜାଗା ହେଉଛି ମୟୁର ପଙ୍ଖ ଆପଣଙ୍କର ବିଛଣା ତଳେ ରଖନ୍ତୁ। ଏହାଦ୍ବାରା ଆପଣ ଶୋଇଲେ ଆପଣଙ୍କ ଭିତରେ ପଜେଟିଭ ଶକ୍ତି ଆସିବ। ଆପଣଙ୍କର ଜୀବନରେ ସଫଳତା ଆସିବ। ଆପଣଙ୍କର ଘରର ମୁଖ୍ୟ ଦ୍ବାର ସାମ୍ନାରେ ଗଣେଶ ଙ୍କର ମୂର୍ତ୍ତି ବା ଫଟୋ ଲଗାଇ ତିନୋଟି ମୟୁର ପଙ୍ଖ ଲଗାନ୍ତୁ। ଏହାଦ୍ବାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଘର ଉପରେ ନଜର ପଡ଼ିବ ନାହିଁ। ଏହି ସବୁ ଉପାୟ କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ମାନଙ୍କର ଅନ୍ତ ଘଟିବ ଏବଂ ଧନ ଆସିବାର ମାର୍ଗ ମଧ୍ୟ ଖୋଲିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *