ସ୍ୱର ସମ୍ରାଟ ଭାବେ ଖ୍ୟାତି ଅର୍ଜନ ଲାଭ କରିଥିବା ସେହି ମହିୟସୀ ମହିଳା ଆଉ କେହି ନୁହନ୍ତି, ଲତା ମଙ୍ଗେସକର। ମାତ୍ର ୧୩ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ। ପାଖାପାଖି ୫୦ ଦଶକ ଧରି ସେ ପ୍ରାୟ ୩୬ ରୁ ଅଧିକ ଭାଷାରେ ୩୩୦୦୦ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି। କିନ୍ତୁ ତାଙ୍କୁ ଯେତେବେଳେ ୩୩ ବର୍ଷ ହୋଇଥିଲା, ସେତେବେଳେ ତାଙ୍କୁ ମାରିଦେବା ପାଇଁ ଚେଷ୍ଟା କରାଯାଇଥିଲା, ମାତ୍ର ଭଗବାନଙ୍କ ଦୟାରୁ ସେ ନୂଆ ଜୀବନ ପାଇଥିଲେ। ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅକୁହା କଥା ଏବଂ ଗୀତିକାର ଜୀବନର ସଂଗ୍ରାମ..
ଇଣ୍ଟରନେଟ ପୋର୍ଟାଲ୍ ବଲିଉଡ ହଙ୍ଗାମା ରିପୋର୍ଟସ ଅନୁସାରେ
ଯେତେବେଳେ ଲତାଜୀଙ୍କୁ ପଚରାଗଲା, ଏହା ସତ କି ଡାକ୍ତରମାନେ ଆପଣଙ୍କୁ କହିଥିଲେ ଯେ ଆପଣ ଆଉ ଗୀତ ଗାଇ ପାରିବେ ନାହିଁ ? ଏହାର ଉତ୍ତରରେ ଲତାଜୀ କହିଛନ୍ତି- ଏହା ଠିକ ନୁହେଁ। ଏହା ଏକ କାଳ୍ପନିକ କାହାଣୀ, ମୋତେ ଦିଆଯାଇଥିବା ଧୀର ବିଷ ଚାରିପାଖରେ ନିର୍ମିତ।
ଲତା ମଙ୍ଗେଶକରଙ୍କ ଅନୁଯାୟୀ ସେ ଡକ୍ଟର କପୁରଙ୍କ ଚିକିତ୍ସାରୁ ଧୀରେ ଧୀରେ ସୁସ୍ଥ ହୋଇଥିଲେ। ଏହା ସତ୍ୟ ଯେ ତାଙ୍କୁ ଧୀର ବିଷ ଦିଆଯାଇଥିଲା। କିନ୍ତୁ ଡକ୍ଟର କପୁରଙ୍କ ଚିକିତ୍ସା ଏବଂ ତାଙ୍କର ବିଶ୍ୱାସ ତାଙ୍କୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିପାରିିଲା। ପ୍ରାୟ ତିନିମାସ ଶଯ୍ୟାରେ ରହିବା ପରେ, ସେ ପୁଣି ଗୀତଗୁଡ଼ିକୁ ରେକର୍ଡ କରିବାରେ ସକ୍ଷମ ହୋଇଥିଲେ।
ସୁସ୍ଥ ହେବା ପରେ ଲତାଜୀଙ୍କ ପ୍ରଥମ ଗୀତ ‘କହିଁ ଦୀପ ଜାଲେ କାହିଁ ଦିଲ୍’ ରଚନା କରିଥିଲେ ହେମନ୍ତ କୁମାର । ଲତାଜୀଙ୍କ କହିବାନୁସାରେ, ହେମନ୍ତ ଦା ମୋ ଘରକୁ ଆସି ମୋତେ ରେକର୍ଡିଂ ପାଇଁ ନେବାକୁ ମା’ଙ୍କଠାରୁ ଅନୁମତି ନେଇଥିଲେ। ସେ ତାଙ୍କ ମା’ଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଯଦି କୌଣସି ପ୍ରକାରର ସମସ୍ୟା ଥାଏ ତେବେ ସେ ତୁରନ୍ତ ମୋତେ ଘରକୁ ଫେରାଇ ଆଣିବେ। ସୌଭାଗ୍ୟବଶତ ରେକର୍ଡିଂ ଭଲରେ ଭଲରେ ହେଇଗଲା। ମୁଁ ମୋର ସ୍ୱର ହରାଇ ନଥିଲି। ଫିଲ୍ମ ‘ବିସ୍ ସାଲ ବାଦ୍’ରେ ଏହି ଗୀତ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲା।
ଲତା ମଙ୍ଗେଶକରଙ୍କ ଅନୁଯାୟୀ, ସେ ସୁସ୍ଥ ହେବାରେ ମଜ୍ରୋହ ସୁଲତାନପୁରୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଲତାଜୀ କହିଥିଲେ ମଜ୍ରୋହ ସାହାବ, ପ୍ରତ୍ୟେକ ସନ୍ଧ୍ୟାରେ ମୋ ଘରକୁ ଆସି ମୋତେ କବିତା ଏବଂ ପୁରୁଣା କାହାଣୀ କହି ହୃଦୟକୁ ପ୍ରଫୁଲ୍ଲିତ କରୁଥିଲେ। ମୋର ଅସୁସ୍ଥତା ସମୟରେ ସେ ପ୍ରତିଦିନ ଆସୁଥିଲେ। ଏପରିକି ରାତ୍ରୀ ଭୋଜନରେ ମୋ ପାଇଁ ପ୍ରସ୍ତୁତ ସରଳ ଖାଦ୍ୟ ଖାଉଥିଲେ ଏବଂ ମୋତେ ସାଥୀ କରୁଥିଲେ। ଯଦି ମଜ୍ରୋହ ସାହାବ୍ ସେଠାରେ ନଥାନ୍ତେ, ମୁଁ ସେହି କଷ୍ଟଦାୟକ ସମୟରୁ କେବେବି ସୁସ୍ଥ ହୋଇ ନଥାନ୍ତି ।
ଯେତେବେଳେ ଲତାଜୀଙ୍କୁ ପଚରାଗଲା ଯେ ଏହା କେବେ ତାଙ୍କୁ ଜଣା ପଡିଲା କି କିଏ ତାଙ୍କୁ ବିଷ ଦେଇଛି ବୋଲି; ଏହାର ଉତ୍ତରରେ ସେ କହିଥିଲେ- ହଁ, ମୁଁ ଜାଣିଥିଲି କିନ୍ତୁ ସେଥିପାଇଁ ଆମେ କୌଣସି ପଦକ୍ଷେପ ନେଇନାହୁଁ। କାରଣ ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ଆମର କୌଣସି ପ୍ରମାଣ ନଥିଲା।
୨୮ସେପ୍ଟେମ୍ବର ୧୯୨୯ରେ ଇନ୍ଦୋରରେ ଏକ ମଧ୍ୟବିତ୍ତ ମରାଠା ପରିବାରରେ ଜନ୍ମଗ୍ରହଣ କରିଥିବା ଲତାଙ୍କୁ ପୂର୍ବର ନାମ ‘ହେମା’ ରଖାଯାଇଥିଲା। ଜନ୍ମର ପାଞ୍ଚ ବର୍ଷ ପରେ ପିତାମାତାମାନେ ତାଙ୍କ ନାମ ‘ଲତା’ ରଖିଥିଲେ। ଛଅ ଦଶନ୍ଧିରୁ ହିନ୍ଦୁସ୍ତାନର ସ୍ୱରରେ ପରିଣତ ହୋଇଥିବା ଲତାଜୀଙ୍କର ୩୬ ରୁ ଅଧିକ ଭାଷାରେ ୩୦ ହଜାରରୁ ଅଧିକ ଗୀତ ଅଛି।
ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼ ଥିଲେ ଲତା ମଙ୍ଗେଶକର, ଯିଏକି କେବେ ବି ବିବାହ କରିନାହାଁନ୍ତି। ଏକ ସାକ୍ଷାତକାରରେ ସେ ଏପରି କରିବାର କାରଣ ପ୍ରକାଶ କରିଥିଲେ। ଯେତେବେଳେ ଲତାଜୀଙ୍କୁ ୧୩ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ଏପରି ପରିସ୍ଥିତିରେ ଘରର ସମସ୍ତ ସଦସ୍ୟଙ୍କ ଦାୟିତ୍ଵ ସେମାନଙ୍କ ଉପରେ ଥିଲା। ଅନେକ ଥର, ଯଦି ସେ ବିବାହ ବିଷୟରେ ଚିନ୍ତା କରନ୍ତି, ତେବେ ସେ ଏହାକୁ କାର୍ଯ୍ୟକାରୀ କରିପାରନ୍ତି ନାହିଁ। ଭାଇଭଉଣୀ ଏବଂ ଘରର ଦାୟିତ୍ଵ ଦେଖି ଦେଖି ସମୟ ଚାଲିଯାଏ ଏବଂ ସେ ବିବାହ କରିପାରିଲେ ନାହିଁ।
୨୦୧୧ ରେ, ଲତା ଶେଷ ଥର ପାଇଁ ‘ସତ୍ରାଙ୍ଗୀ ପାରାଚ୍ୟୁଟ୍’ ଗୀତ ଗାଇଥିଲେ, ଏହା ପରଠାରୁ ସେ ଗୀତ ଗାଇବା ଠାରୁ ଦୂରରେ ।୧୯୪୨ ମରାଠୀ ଚଳଚ୍ଚିତ୍ର” ପେହଲି ମଙ୍ଗଳାଗୌର”ରେ ଲତା ୧୩ ବର୍ଷ ବୟସରେ ପ୍ରଥମ ଥର ପାଇଁ ଗୀତ ଗାଇଥିଲେ। ହିନ୍ଦୀ ଚଳଚ୍ଚିତ୍ରରେ ତାଙ୍କର ପ୍ରବେଶ ୧୯୪୭ମସିହାରେ ‘ଆପକା ସେବା’ ମାଧ୍ୟମରେ ହୋଇଥିଲା।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।