ସୋସିଆଲ ମିଡ଼ିଆରେ ଜଣେ କପଲଙ୍କର ଭିଡିଓ ଜୋରରେ ଭାଇରାଲ ହେଉଛି। ବୟଫ୍ରେଣ୍ଡ ନଦୀରେ ବସି ସୁନୀଲ ସେଠ୍ଠୀଙ୍କର ଅଭିନୟ କରୁଥିଲେ। ପଛରୁ ଗାର୍ଲଫ୍ରେଣ୍ଡ ଗୋଇଠା ମାରି ଦେଇଥିଲେ ଏବଂ ସେ ଭାସିଭାସି ଆଗକୁ ପଳାଇଥିଲେ।
ସୋସିଆଲ ମିଡ଼ିଆରେ ଜଣେ କପଲ(Couple)ଙ୍କର ଭିଡିଓ ଜୋରରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ମଧ୍ୟ ହସିହସି ଏବଂ ବଡ଼ଗଡିଯିବେ। ଏଠାରେ ଗାର୍ଲଫ୍ରେଣ୍ଡ ଏବଂ ବୟଫ୍ରେଣ୍ଡ ସିନେମା ଦୃଶ୍ୟକୁ ରୀ-କ୍ରିଏଟ କରୁଛନ୍ତି। ବୟଫ୍ରେଣ୍ଡ ଯେଉଁଠାରେ ସୁନିଲ ସେଠ୍ଠୀ(Suniel Shetty)ହୋଇଛନ୍ତି, ତ ସେଠାରେ ଗାର୍ଲଫ୍ରେଣ୍ଡ ସିଲ୍ପା ସେଠ୍ଠୀ ହୋଇଛନ୍ତି। ଦୁଇଜଣ ସିନେମା ଧଡକନ(Dhadkan)ର ପ୍ରସିଦ୍ଧ ଡାଇଲଗ କହୁଛନ୍ତି। ଶେଷରେ କିଛି ଏମିତି ହୋଇଥିଲା,ଯାହାକୁ ଦେଖି ଲୋକଙ୍କ ମୁହଁରେ ହସ ଛୁଟି ଯାଇଥିଲା। ସୋସିଆଲ ମିଡିଆରରେ ଏହି ଭିଡିଓ ଜୋରରେ ଭାଇରାଲ ହେଉଛି।
ଦୁଇଜଣ ନଦୀ ମଝିରେ ବସିଛନ୍ତି। ପଛରୁ ଶିଳ୍ପା ସେଠ୍ଠୀଙ୍କ ଡାଇଲଗରେ ଝିଅ ଜଣଙ୍କ ହସୁଛନ୍ତି। କହୁଛନ୍ତି- ବାରମ୍ବାର ମୋ ପାଖକୁ ଆସିବା ପାଇଁ ଚେଷ୍ଟା କରୁଛ। ଦୂରେଇ ରୁହ ମୋ ଠାରୁ….’ ଏହାପରେ ସେ ବୟଫ୍ରେଣ୍ଡଙ୍କୁ ପଛରୁ ଗୋଇଠା ମାରି ଦେଇଥାନ୍ତି। ପୁଅ ଜଣଙ୍କ ସୁନିଲ ସେଠ୍ଠୀଙ୍କ ଅଭିନୟ କରିବା ସମୟରେ ନଦୀରେ ଭାସିବାକୁ ଲାଗିଥାନ୍ତି ଏବଂ ଅନ୍ୟ ଆଡକୁ ଚାଲି ଯାଇଥାନ୍ତି।
ଏହି ଭିଡିଓକୁ ଇନଷ୍ଟାଗ୍ରାମରେ Patanjali_official ନାମକ ଗୋଟିଏ ପେଜରେ ଶେୟାର କରିଛନ୍ତି, ଯାହାକୁ ବହୁତ ଦେଖାଯାଉଛି।
View this post on Instagram
ଏହି ଭିଡିଓକୁ ୧୭ମାର୍ଚ୍ଚରେ ସେୟାର କରାଯାଇଥିଲା, ଯାହାର ଏପର୍ଯ୍ୟନ୍ତ ୧.୭ ମିଲିୟନ ଭ୍ୟୁ ହୋଇ ସାରିଛନ୍ତି। ଏହାସହିତ ପାଖାପାଖି ଏକଲକ୍ଷ ଲାଇକ୍ସ ମିଳିସାରିଛି। କମେଣ୍ଟରେ ଲୋକମାନେ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି।
ଜଣେ ୟୁଜର ଲେଖିଛନ୍ତି,’ଏହି ଭିଡିଓକୁ ଦେଖି ମୁଁ ଏବେବି ହସୁଛି। ସୁନ୍ଦର ଭିଡିଓ.’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, କେଉଁଠାରୁ ବୋହି କେଉଁଠାରେ ପହଁଞ୍ଚିଲେ.’ ତୃତୀୟ ୟୁଜର ଲେଖିଛନ୍ତି, ‘ଝିଅଙ୍କୁ ଟିକେ ଜୋରରେ ଗୋଇଠା ମାରିବାର ଥିଲା… ଯାହାଫଳରେ ସେ ନଦୀ ପାର ହୋଇଯାଇ ଥାନ୍ତେ।’