ବିଗବସ ୭ର ବିଜେତା ରହିଥିବା ଅଭିନେତ୍ରୀ ଗୌହର ଖାନ ନିଜର ବୟଫ୍ରେଣ୍ଡ ଜୈଦ ଦରବାରଙ୍କ ସହିତ ଡିସେମ୍ବର ୨୫ ବିବାହ କରିବାକୁ ଯାଉଛନ୍ତି। ଦୁଇ ଜଣଙ୍କର ପ୍ରି ଓ୍ବେଡିଙ୍ଗ ସେରମନୀ ବହୁତ ଭଲରେ ଚାଲିଛି।
ଗୁରୁବାର ରାତିରେ ଗୌହର ଖାନଙ୍କ ହଳଦି ସେରମନୀ ହୋଇଥିଲା। ଏହି ହଳଦି ରସମରେ ଗୌହର ଏବଂ ଜୈଦ ହଳଦିଆ ରଙ୍ଗର କପଡା ପିନ୍ଧିିଥିବାର ଫଟୋରେ ଦେଖିବାକୁ ମିଳିଛନ୍ତି।
ଗୌହର ଏବଂ ଜୈଦଙ୍କ ଏହି ସେରମନୀ ମୁମ୍ବାଇର ଆଈଟିସି ମରାଠା ଲଗଜରି ହୋଟେଲରେ ହୋଇଛି। ତାଙ୍କ ବିବାହ ମଧ୍ୟ ଏହି ହୋଟେଲରେ କ୍ରିସମାସ ଦିନ ହେବ। ଏହି ବିବାହରେ ତାଙ୍କ ପରିବାର ଲୋକ ଏବଂ କିଛି ସମ୍ପର୍କିୟ ସାମିଲ ହେବେ।ଗୌହର ଖାନ ଏବଂ ର୍ଜୈଦ ଦରବାରଙ୍କୁ ତାଙ୍କ ପ୍ରି ଓ୍ବେଡିଙ୍ଗ ଫଟୋରେ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।
ଗୌହର ଖାନ ତାଙ୍କ ପ୍ରି ଓ୍ବେଡିଙ୍ଗ ସେରିମନିରେ ବହୁତ ସୁନ୍ଦର ଦେଖାଯାଊଥିଲେ। ତାଙ୍କ ସହିତ ତାଙ୍କ ପାର୍ଟନର ମଧ୍ୟ ବହୁତ ହ୍ୟାଣ୍ଡସମ ଦେଖା ଯାଉଥିଲେ। ଦୁଇ ଜଣଙ୍କ ଯୋଡି ସମସ୍ତଙ୍କୁ ପସନ୍ଦ ଆସୁଛି। ଏହି ଫଟୋରେ ତାଙ୍କ ଫ୍ୟାନ୍ସ ତାଙ୍କୁ ବହୁତ ଲାଇକ ଏବଂ କମେଣ୍ଟ ବରର୍ଷାଉଛନ୍ତି।
View this post on Instagram
ଗୌହର ଖାନ ଏବଂ ଜୈଦ ଦରବାରଙ୍କ ସେରିମନିର କିଛି ଭିଡିଓ ସୋଶିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି ଭିଡିଓ ଗୌହର , ଜୈଦଙ୍କ ସହିତ ଢୋଲ ବାଦ୍ୟରେ ଭାଙ୍ଗଡା କରୁଥିବାର ଦେଖିବାକୁ ମିଳିଥିଲା। ସେଇଠି ଏକ ଭିଡିଓରେ ଏହା ଦେଖାଯାଇ ପାରିବ କି ଡାନ୍ସ କରୁ କରୁ ଜୈଦ ଗୌହରଙ୍କୁ କୋଳରେ ଉଠାଇ ଦେଇଥିଲେ।
ଗୌହର ଖାନଙ୍କ ପ୍ରି ଓ୍ବେଡିଙ୍ଗ ସେରିମନିରେ ତାଙ୍କର କିଛି ଫାମିଲି ଫ୍ରେଣ୍ଡ୍ସଙ୍କୁ ଦେଖିବାକୁ ମିଳିଥିଲା। ଯେଉଁମାନେ ବହୁତ ଖୁସି ଦେଖିବାକୁ ମିଳିଥିଲା। ଗୌହର ଖାନ ଏବଂ ଜୈଦ ଦରବାରଙ୍କ ବିବାହ ସହିତ ଜଡିତ ରସମ ଡିସେମ୍ବର ୨୨ରୁ ଆରମ୍ଭ ହୋଇଯାଇଛି। ଭିଡିଓରୁ ଆପଣ ଜାଣି ପାରିବେ କି ସମସ୍ତେ କେତେ ଖୁସି ଅଛନ୍ତି।
View this post on Instagram
ଗୌହର ଖାନ ହଳଦି ସେରିମନିରେ ନିଜର ଆଉଟଫିଟ ସହିତ ଲାଇଟ ମେକପ ନେଇଥିଲେ। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖା ଯାଉଥିଲେ। ତାଙ୍କ ସହିତ ତାଙ୍କ ପାର୍ଟନର ମଧ୍ୟ ମ୍ୟାଚ କରି ଡ୍ରେସ ପିନ୍ଧିଥିଲେ। ଏଥିରେ ସେ ବହୁତ ଗୁଡ ଲୁକିଙ୍ଗ ଦେଖା ଯାଉଥିଲେ।
ଗୌହର ଖାନ ଜୈଦ ଦରବାରଙ୍କ ଜନ୍ମଦିନରେ ଫଟୋ ମଧ୍ୟ ଫଟୋ ସେୟାର କରିଥିଲେ, ଯେଉଁଥିରେ ଦୁଇ ଜଣ ଜନ୍ମ ଦିନ ସେଲିବ୍ରେସନ କରୁଥିଲେ। ତାଙ୍କର ଏହି ଫଟୋ ରେ ଗୌହରଙ୍କୁ ମଧ୍ୟ ବହୁତ ଲାଇକ ମିଳିଥିଲା। ଏବେ ତାଙ୍କର ଫ୍ୟାନ୍ସ ତାଙ୍କ ବିବାହ ଫଟୋକୁ ଅପେକ୍ଷା କରିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।