ଏହି ବର୍ଷର ଅଗଷ୍ଟ ମାସରେ ପଡିବ ପବିତ୍ର ଗଣେଶ ଚତୁର୍ଥୀ। ଏହି ପର୍ବ ସାରା ଭାରତ ବର୍ଷରେ ପାଳିତ ହୋଇଥାଏ। ଗଣେଶ ଚତୁର୍ଥୀରେ ଏହି ୬ ଗୋଟି ରାଶି ହେବେ ଭାଗ୍ୟବାନ। ବିଘ୍ନହର୍ତା ଆପଣଙ୍କ ଦୁଃଖ ଦୂର କରିବେ। ଆପଣଙ୍କ ଜୀବନରେ ଧନ, ବିଦ୍ୟା, ବୁଦ୍ଧି, ସୁଖ ଏବଂ ପ୍ରେମରେ ଅଭିବୃଦ୍ଧି ଘଟିବ। ଜୀବନରେ ସବୁକିଛି ମଙ୍ଗଳମୟ ହୋଇଯିବ। ମଣିଷ ଜୀବନରେ ଅନେକ ସମସ୍ୟା ଆସିଥାଏ ଏବଂ କେତେବେଳେ ଦୁଖଃ ତ କେତେବେଳେ ସୁଖର ଅନୁଭବ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି ତାଙ୍କ ଜୀବନରେ ସର୍ବଦା ସୁଖ ଶାନ୍ତି ରହିଥାଉ କିନ୍ତୁ ସମୟର ପରିବର୍ତ୍ତନ ହିସାବରେ ଏସବୁ ସମ୍ଭବ ହୋଇ ନଥାଏ।
ସମୟ ଅନୁସାରେ ଗ୍ରହ ମାନଙ୍କର ସ୍ଥାନ ପରିବର୍ତ୍ତନ ପ୍ରଭାବରେ ପ୍ରତ୍ୟେକ ରାଶି ଉପରେ ଏହାର ଭଲ ଏବଂ ଖରାପ ଦେଖିବାକୁ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ମୁତାବକ ଅଗଷ୍ଟ ୨୨ ତାରିଖ ଗଣେଶ ଚତୁର୍ଥୀ ଦିନ ଗ୍ରହ ମାନଙ୍କ ମଧ୍ୟରେ ସୃଷ୍ଟି ହେଉଛି ଏକ ଅଦ୍ଭୁତ ସଂଯୋଗ। ଏହି ଦିନ ଠାରୁ ୬ ଗୋଟି ରାଶିର ବ୍ୟକ୍ତି ହେବେ ଲାଭବାନ। ସ୍ୱୟଂ ଭଗବାନ ଗଣେଶ ଏମାନଙ୍କର ଭାଗ୍ୟ ପରିବର୍ତ୍ତନ କରିବେ। ଏମାନେ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ବିଶେଷ ରୂପରେ ଉନ୍ନତି କରିବେ। ଜାଣନ୍ତୁ ଏହି ୬ ଗୋଟି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ଯେଉଁମାନଙ୍କ ଉପରେ ଭଗବାନ ଗଣେଶଙ୍କର ବିଶେଷ କୃପା ଦୃଷ୍ଟି ରହିବ।
ମେଷ ରାଶି- ମେଷ ରାଶିର ଲୋକଙ୍କ ଉପରେ ଗଣେଶ ଚତୁର୍ଥୀ ପରେ ଭଗବାନ ଗଣେଶଙ୍କର ବିଶେଷ କୃପା ଦୃଷ୍ଟି ରହିବ। ବ୍ୟବସାୟରେ ବିଶେଷ ରୂପେ ଉନ୍ନତି କରିବେ। ଯେଉଁ ଲୋକ ମାନେ ଦୀର୍ଘ ସମୟ ହେବ ଚାକିରୀ ସନ୍ଧାନରେ ଅଛନ୍ତି ସେମାନେ ବିଶେଷ ରୂପରେ ଲାଭବାନ ହେବେ। ରାଜନୀତି କ୍ଷେତ୍ରରେ ଆପଣ ସଫଳ ହେବେ। ବିଦେଶ ଯାତ୍ରାର ଯୋଗ ରହିଅଛି। କୌଣସି ନୂତନ ଯୋଜନାରେ କାର୍ଯ୍ୟ କରି ପାରନ୍ତି। ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି କରିବେ। ଆର୍ଥିକ କ୍ଷେତ୍ରରେ ଶକ୍ତିଶାଳୀ ହେବେ। ବରିଷ୍ଠ ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ।
ମିଥୁନ ରାଶି- ମିଥୁନ ରାଶିର ଲୋକମାନଙ୍କର ସମୟ ଏହି ଗଣେଶ ଚତୁର୍ଥୀ ପରେ ଉତ୍ତମ ଦିଗରେ ଗତି କରିବ। ଘରୋଇ ଜୀବନରେ ସୁଖ ଶାନ୍ତିରେ ସମୟ ଅତିବାହିତ କରିବେ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ। ପ୍ରେମ ପ୍ରସଙ୍ଗରେ ସଫଳତା ଅର୍ଜନ କରିବେ। ଆପଣଙ୍କ ଦ୍ୱାରା କରାଯାଇଥିବା ପୂର୍ବ ପୁଞ୍ଜି ନିବେଶରୁ ବିଶେଷ ରୂପେ ଲାଭ ମିଳିବ। କାର୍ଯ୍ୟ କ୍ଷେତ୍ରରେ ମନ ଦେବେ। ଆତ୍ମବିଶ୍ବାସ ବୃଦ୍ଧି ଘଟିବ।
ତୁଳା ରାଶି- ତୁଲା ରାଶିର ଲୋକେ ଆଗାମୀ ଦିନରେ ଅତ୍ୟନ୍ତ ଭାଗ୍ୟଶାଳୀ ହେବେ। ଭଗବାନ ଗଣେଶଙ୍କର ବିଶେଷ କୃପା ପ୍ରାପ୍ତ କରିବେ। ଆପଣ ନିଜ ପ୍ରୟାସରେ ସଫଳତା ଅର୍ଜନ କରିବେ। ଘର ପାଇଁ କୌଣସି ଦାମି ଜିନିଷ କ୍ରୟ କରି ପାରନ୍ତି। ଆପଣ ନିଜ ଜୀବନକୁ ଆରାମଦାୟକ ଭାବରେ ବ୍ୟତୀତ କରିବେ। ସାମାଜିକ କାର୍ଯ୍ୟରେ ଅଧିକ ସକ୍ରିୟ ରହିବେ। ସମ୍ପର୍କୀୟ ମାନଙ୍କ ଠାରୁ ଅଧିକ ଲାଭବାନ ହେବେ।
ବିଛା ରାଶି- ବିଛା ରାଶି ଜାତକ ଥିବା ବ୍ୟକ୍ତିଙ୍କର ଗଣେଶ ଚତୁର୍ଥୀ ପରେ ବ୍ୟବସାୟରେ ସଫଳତା ଅର୍ଜନ କରିବେ। ସାମାଜିକ କାର୍ଯ୍ୟରେ ସଫଳ ହେବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ। ସମ୍ପର୍କୀୟ ମାନଙ୍କ ସହିତ ଉତ୍ତମ ତାଳ ମେଳ ରହିବ। ଆପଣ ନିଜ କାର୍ଯ୍ୟକୁ ନେଇ ଖୁସି ରହିବେ। ପରିବାରରେ କୌଣସି ସମାରୋହର ଆୟୋଜନ କରି ପାରିବେ। ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ।
ମକର ରାଶି- ମକର ରାଶିର ଲୋକମାନେ ନିଜର କରିଥିବା ପରିଶ୍ରମ ମୁତାବକ ଫଳ ପ୍ରାପ୍ତ କରିବେ। ଆର୍ଥିକ କ୍ଷେତ୍ରରେ ଶକ୍ତିଶାଳୀ ହେବେ। ଭଗବାନ ଗଣେଶଙ୍କ କୃପାରୁ ଆପଣ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହାସଲ କରିବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଆପଣ ନିଜ ଯୋଜନ ହିସାବରେ ଅତ୍ୟଧିକ ଲାଭବାନ ହେବେ।
କୁମ୍ଭ ରାଶି- କୁମ୍ଭ ରାଶିର ଲୋକେ ଭଗବାନ ଗଣେଶଙ୍କର ବିଶେଷ କୃପା ପ୍ରାପ୍ତି କରିବେ। ଏହି ଗଣେଶ ଚତୁର୍ଥୀ ଦିନ ଜୀବନର ସମସ୍ତ ସମସ୍ୟାରୁ ଉଦ୍ଧାର ପାଇବେ। ପୁରୁଣା ବିବାଦ ସମାଧାନ ହୋଇଯିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। କୌଣସି ବଡ଼ ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |