ବନ୍ଧୁଗଣ ଘରେ ହେଉଥିବା ଛୋଟ ଛୋଟ କଥାରେ କିଛିନା କିଛି ସଂକେତ ମିଳିଥାଏ। ଏହି ସଂକେତକୁ ଯଦି ବୁଝି ନିଆଯାଏ ତ ଆମେ ଜାଣିପାରିବା ଯେ ଭବିଷ୍ୟତରେ ଆସିବାକୁ ଥିବା ସମୟ କେମିତି ରହିବ ଏବଂ ସମସ୍ୟାରୁ ମଧ୍ୟ ବଞ୍ଚିତ ପାରିବା। ଜ୍ୟୋତିଷଙ୍କ ଅନୁସାରେ ଯେତେବେଳେ ଘରେ ଦରିଦ୍ରତା ବଢିବାର ସମ୍ଭାବନା ହୋଇଥାଏ ତ ଘରେ ଛୋଟ ଛୋଟ କଥା ଇସାରା କରିଥାଏ। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କହିବୁ ଗରିବତା ଆସିବାର କଣ କଣ ସଂକେତ ମିଳିଥାଏ।
ବନ୍ଧୁଗଣ ଯଦି ଘରେ କିଛିବି ସମସ୍ୟା ଆସିବାକୁ ଥାଏ ତାର ପ୍ରଭାବ ସବୁଠୁ ପ୍ରଥମେ ଘରେଥିବା ତୁଳସୀ ଗଛରେ ପଡିଥାଏ। ତୁଳସୀର ଗଛ ଶୁଖିଯାଇଥାଏ। ଯାହା ଦ୍ୱାରା ଘରକୁ ଦରିଦ୍ରତା ଏବଂ ସମସ୍ୟା ଆସିବାର ସଂକେତ ମିଳିଥାଏ। ଯଦି ଆପଣଙ୍କ ଘରେ ଲାଗିଥିବା ବୃକ୍ଷଲତାପତ୍ର ଶୁଖିବାକୁ ଲାଗେ ତାହେଲେ ତାକୁ ତୁରନ୍ତ କାଟିଦିଅନ୍ତୁ। ଘରେ ଲାଗିଥିବା ବୃକ୍ଷ ଲତାର ପତ୍ର ସବୁବେଳେ ହରାଭରା ହେବା ଦରକାର। ଘରର ଗଛ ପତ୍ର ନଶୁଖିବା ଦରକାର। ନହେଲେ ଏହା ଦ୍ୱାରା ବୁଧ ଗ୍ରହ ଖରାପ ହୋଇଥାଏ। ଏବଂ ଏହା ଦ୍ୱାରା ଆପଣଙ୍କ ଉପରେ କରଜ ବଢିଥାଏ। ବୃକ୍ଷ ଲତାକୁ ସବୁଦିନେ ପାଣି ନିଶ୍ଚିତ ଦିଅନ୍ତୁ ଯତ୍ନ ନିଅନ୍ତୁ କିନ୍ତୁ ଶୁଖିବାକୁ ଦିଅନ୍ତୁ ନାହିଁ।
ଘରେ ଝାଡୁ ମା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ।କାହିଁକିନା ଝାଡୁ ଘରେ ଦରିଦ୍ରତାକୁ ବାହାରକୁ ବାହାର କରିଦେଇଥାଏ। ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ଧନ ଦୌଲତ ଆସିଥାଏ।ଝାଡୁ ଉପରେ ପାଦ ରଖିବା ନା ଝାଡୁ ଉପରେ ଗୋଡ଼ ନଲଗାଇବା ଉଚିତ। ଏହା ଦ୍ୱାରା ମା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ। ଯଦି ଘରର କୌଣସି ଛୋଟ ପିଲା ହଠାତ ଘରେ ଝାଡୁ ଲଗାଇବାକୁ ଲାଗେ ତେବେ ତାହାକୁ ଘରକୁ କୌଣସି ଅତିଥି ଆସିବାର ସଂକେତ ମିଳିଥାଏ। ସୂର୍ଯ୍ୟ ଅସ୍ତ ପରେ ଘରେ ଝାଡୁ ମାରିବା ଉଚିତ ନୁହେଁ। କଣ ପାଇଁନା ଏହା ଘରର ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ।
ଝାଡୁକୁ କେବେବି ଠିଆ କରି ରଖନ୍ତୁ ନାହିଁ। ଝାଡୁକୁ ସବୁବେଳେ ଶୁଆଇ କରି ରଖିବା ଉଚିତ। ଝାଡୁକୁ ଠିଆ କରି ରଖିବା ଦ୍ୱାରା ଘରେ କଳହ ବଢିଥାଏ। ଏବଂ ଘରେ ଦରିଦ୍ରତା ଏବଂ ଗରିବତାର ବାସ ହୋଇଥାଏ। ଅନ୍ଧାର ହେବା ପରେ ଘରେ ଝାଡୁ ଲଗାନ୍ତୁ ନାହିଁ। ଏହା ଦ୍ୱାରା ମା ଲକ୍ଷ୍ମୀ ରାଗିଯାଇଥାନ୍ତି। ଘରର କୌଣସି ସଦସ୍ୟ ବାହାରକୁ ଯାଉଛନ୍ତି ତାହେଲେ ତୁରନ୍ତ ଝାଡୁ ଲଗାନ୍ତୁ ନାହିଁ। କିଛି ସମୟ ଛାଡି ଆପଣ ଝାଡୁ ଲଗେଇ ପାରିବେ। ତାହାବି ଭଗବାନଙ୍କୁ ପ୍ରାର୍ଥନା କରିବା ପରେ।ଝାଡୁକୁ ଆପଣ ଲୁଚେଇ ରଖିବା ଦରକାର।
କାହାର ନଜର ଏଥିରେ ନପଡିବା ଦରକାର।ଯେଉଁ ପ୍ରକାରର ଧନକୁ ଲୁଚାଇ ରଖାଯାଏ ସେହିପରି ଝାଡୁକୁ ମଧ୍ୟ ଘରକୁ ଆସୁଥିବା ନଜର ଠାରୁ ଦୂରେଇ ରଖିବା ଉଚିତ। ବାସ୍ତୁ ବିଜ୍ଞାନ ଅନୁସାରେ ଯେଉଁ ଲୋକ ଝାଡୁ ପାଇଁ ଗୋଟେ ସ୍ୱତନ୍ତ୍ର ସ୍ଥାନ ନରଖେ କେଉଁଠି ବି ଝାଡୁକୁ ଏମିତି ରଖିଦିଅନ୍ତି ସେମାନଙ୍କୁ ଆର୍ଥିକ ଅଭାବର ସାମ୍ନା କରିବାକୁ ପଡିଥାଏ। ଏହା ଦ୍ୱାରା ଖର୍ଚ୍ଚ ବଢିଥାଏ। ଆର୍ଥିକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ। ବନ୍ଧୁଗଣ ଗାଈ କିମ୍ବା ଅନ୍ୟ କୌଣସି ପଶୁ ମାନଙ୍କୁ ଝାଡୁରେ ମାରି ବାହାରକୁ ପଠେଇଦେବା ଉଚିତ ନୁହେଁ। ଏହା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କୁ ଘରୁ ରୁଷ୍ଠ ହୋଇ ଚାଲିଯାଇଥାନ୍ତି।
ଯେଉଁ ଘରେ କ୍ଷୀର ଉତୁରିକି ତଳେ ପଡିଥାଏ ସେହି ଘରେ ହଠାତ ଟଙ୍କାର ଖର୍ଚ୍ଚ ବଢିଯାଏ। ଘରର ଲୋକମାନେ ରୋଗରେ ରହିଥାନ୍ତି। ଏଥିପାଇଁ ଆଗକୁ ଏହି କଥାର ଧ୍ୟାନ ନିଶ୍ଚୟ ଦିଅନ୍ତୁ। ବହୁତ ଲୋକ କହିଥାନ୍ତି କ୍ଷୀର ଉତୁରି ପଡିବା ଶୁଭ ହୋଇଥାଏ। ତ ଆମେ ସେମାନଙ୍କୁ କହିଦେଉଛୁ ଯଦି ଘରେ ବାରମ୍ବାର କ୍ଷୀର ଉତୁରି ପଡୁଥାଏ ସବୁବେଳେ ଦୈନିକ ଜୀବନରେ ଶୁଭ ନୁହେଁ। ସବୁବେଳେ ଏମିତି ହେବା ଅନୁଚିତ। ସେଥିପାଇଁ ଏହି କଥାର ଧ୍ୟାନ ରଖିବାକୁ ହେବ।ଯଦି ଆପଣ କୌଣସି କାମରେ ଘରୁ ବାହାରକୁ ଯାଆନ୍ତି।
ଏବଂ ଘରକୁ ବାହାରକୁ ଯାଆନ୍ତି ଏବଂ ଘରକୁ ଫେରିବା ପରେ ସବୁଠୁ ପ୍ରଥମେ ଝିଟିପିଟିର ଦର୍ଶନ ହୋଇଥାଏ ତ ଏହାର ଅର୍ଥ ଆପଣଙ୍କ ଖରାପ ସମୟ ଆରମ୍ଭ ହେବାକୁ ଯାଉଛି। ଏହି କଥାର ଧ୍ୟାନ ରଖନ୍ତୁ ବନ୍ଧୁଗଣ ସମୟ କେବେ ମଧ୍ୟ ଗୋଟିଏ ସାଥିରେ ରହିନଥାଏ। ଖରାପ ସମୟବି ଆସିଥାଏ। ଜରୁରୀ କେବଳ ସାହସର ସହିତ କାମ କରିବା। ବନ୍ଧୁଗଣ ଘରେ ଝିଟିପିଟି ଦେଖିବା ଏମିତିରେ ବି ଶୁଭ ସଂକେତ ହୋଇଥାଏ। କିନ୍ତୁ ଯଦି ଆପଣ ନୂଆ ଘର ନେଇଛନ୍ତି ଏବଂ ସେଠାରେ ମରିବା ଝିଟିପିଟି ମିଳିଯାଏ ତେବେ ଘରେ ପ୍ରବେଶ କରିବା ପୂର୍ବରୁ ସେହି ଘରେ ପୂଜା ହୋମ କରିଦେବା ଉଚିତ।
ଯଦି ଆପଣ ଏମିତି କରୁନାହାନ୍ତି ତାହେଲେ ସେହି ଘରେ ରହୁଥିବା ବ୍ୟକ୍ତିର ରୋଗ ମୁକ୍ତ କେବେ ମଧ୍ୟ ହୋଇନଥାଏ। ଏବଂ ସବୁବେଳେ ଖରାପ ସମୟ ସେହି ବ୍ୟକ୍ତି ଉପରେ ରହିଥାଏ। ଯଦି ଅଜାଣତରେ ଝିଟିପିଟି ଆପଣଙ୍କ ଶରୀର ଉପରେ ପଡିଥାଏ ତାହେଲେ ଏହା ମଧ୍ୟ ଆସୁଥିବା ସମୟର ସୂଚକ। ଯେମିତି ଝିଟିପିଟି ଆପଣଙ୍କ ମଥା ଉପରେ ପଡେ ତ ଆପଣଙ୍କ ପାଇଁ ଖୁସିର ସଂକେତ ନେଇ ଆସିଥାଏ। ଏବଂ ବହୁତ ଶୀଘ୍ର ଆପଣଙ୍କୁ ଧନର ଲାଭ ହୋଇପାରେ। କିନ୍ତୁ ସେହି ଝିଟିପିଟି ଯଦି ଆପଣଙ୍କର ମୁଣ୍ଡ ଉପରେ କିମ୍ବା ଚୁଟି ଉପରେ ପଡିଥାଏ ତେବେ ଆପଣ ସତର୍କ ହୋଇଯାନ୍ତୁ।
କାହିଁକିନା ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ବଡ଼ ସଙ୍କଟ ଆସିବାକୁ ଯାଉଛି। ଏବଂ ଆପଣଙ୍କ ମୃତ୍ୟୁ ପାଖାପାଖି ରହିପାରେ। ସେହିପରି ଆଖିର ଡେଇଁବା ମାତ୍ରେ ଆପଣଙ୍କୁ ଆସୁଥିବା ସମୟର ସଂକେତ ଦେଇଥାଏ। ମହିଳା ମାନଙ୍କ ବାମ ଆଖି ଡେଇଁବାର ଅର୍ଥ ହେଉଛି ଆପଣଙ୍କ ଜୀବନରେ କିଛି ଭଲ ହେବାକୁ ଯାଉଛି। ଏହା ଶୁଭ ସଂକେତର ଇସାରା କରିଥାଏ। ଯଦି ବାମ ଆଖି ଚାରି ଦିଗରୁ ଡେଇଁ ଥାଏ ତେବେ ଏହାର ସଂକେତ ଆପଣଙ୍କ ବାହାଘରର ଯୋଗ ବହୁତ ଶୀଘ୍ର ଆସିବାକୁ ଯାଉଛି। ମହିଳା ମାନଙ୍କ ଡାହାଣ ଆଖି ଡେଇଁବାର ଅର୍ଥ ହେଉଛି ଅଶୁଭ। ଡାହାଣ ଆଖିର ଡେଇଁବାର ଅର୍ଥ ଆପଣଙ୍କ ଜୀବନରେ ସଂକଟ ଆସିପାରେ। ପୁରୁଷ ମାନଙ୍କର ବାମ ଆଖି ଡେଇଁବାର ଅର୍ଥ ହୋଇଥାଏ ଆପଣଙ୍କ ଜୀବନରେ ଆହୁରି ଅନେକ କଷ୍ଟ କରିବାକୁ ସମୟ ପାଖେଇ ଆସୁଛି।
ଏବଂ ପୁରୁଷ ମାନଙ୍କର ଡାହାଣ ଆଖି ଡେଇଁବାର ଅର୍ଥ ଆପଣଙ୍କ ଜୀବନରେ କିଛି ଶୁଭ ସମାଚାର ଆସିବାକୁ ଯାଉଛି।ଏହିପରି କାହାଠାରୁ ମଧ୍ୟ ଆପଣଙ୍କୁ ଆସୁଥିବା ସମୟ ବିଷୟରେ ସଂକେତ ମିଳିପାରେ। ଯଦି କାଉ କୌଣସି ସ୍ତ୍ରୀର ମୁଣ୍ଡ ଉପରେ ବସିଥାଏ ତେବେ ସ୍ତ୍ରୀର ସ୍ବାମୀଙ୍କ ଉପରେ ବଡ଼ ସଙ୍କଟ ଆସିବାର ସଂକେତ ଦେଇଥାଏ। ଯଦି କୌଣସି ବ୍ୟକ୍ତିର ଘର ଉପରେ କିମ୍ବା ଛାତ ଉପରେ ହଠାତ ବହୁତ ସାରା କାଉ ଉଡିବାକୁ ଲାଗିଥାନ୍ତି ତେବେ ଏହା ସେହି ଘରର ମାଲିକ ଉପରେ ଆସୁଥିବା ସଂକଟ ବା ବହୁତ ବଡ଼ ସମସ୍ୟା ଆସିବାର ସଂକେତ ଦେଇଥାଏ। ବନ୍ଧୁଗଣ ଘରେ ପଡିଥିବା କାଚ କିମ୍ବା ଚିନା ମାଟିର ବାସନ ବାରମ୍ବାର ପଡି ଭାଙ୍ଗୁ ଯାଉଥିବ, ତେବେ ଏହା ଦାରିଦ୍ରତାର ଇସାରା କରିଥାଏ।