ଆଜି ଏହି ପୋଷ୍ଟ ଆଧ୍ୟମରେ ଆମେ ଆପଣ ମାନଙ୍କ ପାଇଁ ଗୋଟେ ଘରୋଇ ଭଲ ଉପଚାର ନେଇ ଆସିଛୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ପେଟ ଜନିତ ସମସ୍ୟା ଯେମିତିକି ଗ୍ୟାସ, ଏସିଡିଟି, କବଜ, ଖଟାହେକୁଟି ସବୁଦିନ ପାଇଁ ଦୂର ହୋଇଯିବ। ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ।
ବନ୍ଧୁଗଣ ଆଜିର ଦିନରେ ଅନେକ ଲୋକଙ୍କୁ ପେଟ ଜନିତ ସମସ୍ୟା ଭୋଗିବାକୁ ପଡିଥାଏ। ଯାବତୀୟ ପେଟ ରୋଗ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ। ଗ୍ୟାସ, ଏସିଡିଟି, କବଜ,ପେଟର ଜ୍ଵଳନ ଏବଂ ଏପରିକି ଆପଣଙ୍କୁ ଖଟାହେକୁଟି ଆସିବା ଏହିଭଳି ଅନେକ ସମସ୍ୟା ଆପଣଙ୍କୁ ଭୋଗିବାକୁ ପଡିଥାଏ। ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଘରୋଇ ବା ପ୍ରାକୃତିକ ଉପଚାର ନେଇ ଆସିଛୁ ଯାହାର ମାତ୍ର ଥରେ ସେବନ କରିବା ଦ୍ୱାରା ଆପଣଙ୍କର ପେଟ ଜନିତ ଅନେକ ପ୍ରକାରର ସମସ୍ୟା ଦୂର ହୋଇଯିବ। ଆପଣ ନିଶ୍ଚୟ ଏହାକୁ ପ୍ରୟୋଗ କରନ୍ତୁ। ଏସିଡିଟି, ଗ୍ୟାସ ଏବଂ କବଜ ଭଳି ପେଟରେ ସମସ୍ୟା ରହିଲେ ଆପଣଙ୍କୁ ଭୋକ ଲାଗି ନଥାଏ। ଆପଣଙ୍କ ପାଚନ ତନ୍ତ୍ର ଠିକ ରହିନଥାଏ। ଆପଣ ଖାଦ୍ୟକୁ ଭଲ ଭାବରେ ହାଜମ କରିପାରି ନଥାନ୍ତି। ସେଥିପାଇଁ ଆପଣଙ୍କୁ ବହୁତ କଷ୍ଟ ମଧ୍ୟ ଭୋଗିବାକୁ ପଡିଥାଏ। ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆଜିର ଏହି ଉପଚାରକୁ ଆପଣ ନିଶ୍ଚୟ ପ୍ରୟୋଗ କରନ୍ତୁ,ଦେଖିବେ ଆପଣଙ୍କର ପେଟ ଜନିତ ଅନେକ ସମସ୍ୟାକୁ ଦୂର କରିଦେବ। ତେବେ ଆସନ୍ତୁ ଜାଣିବା କେମିତି ବନେଇବେ ଏବଂ ଆପଣ ଏହାର ସେବନ କେମିତି କରିବେ ଏବଂ କେଉଁ କେଉଁ ଘରୋଇ ସାମଗ୍ରୀରୁ ଆପଣ ଏହାକୁ ପ୍ରସ୍ତୁତ କରିବେ।
ଏହି ଉପଚାରକୁ ବନେଇବା ପାଇଁ ସାମଗ୍ରୀ: ଜିରା, ଗୋଲମରିଚ, ଛୋଟ ଗୁଜୁରାତି, ମିଶ୍ରି
1. ଜିରା: ଏହା ଆପଣଙ୍କୁ ଆପଣଙ୍କ ରୁଷେଇ ଘରୁ ବହୁତ ସହଜରେ ମିଳିଯିବ। ଆପଣ ୫୦ ଗ୍ରାମ ମାତ୍ରରେ ଜିରା ନିଅନ୍ତୁ। 2. ଗୋଲ ମରିଚ: ବନ୍ଧୁଗଣ ଏହା ମଧ୍ୟ ଆପଣଙ୍କ ରୁଷେଇ ଘରୁ ବହୁତ ସହଜରେ ମିଳିଯିବ। ଆପଣଙ୍କୁ ୫୦ ଗ୍ରାମ ଗୋଲମରିଚର ଆବଶ୍ୟକତା ପଡିବ। 3. ଛୋଟ ଗୁଜୁରାତି: ୨୫ ଗ୍ରାମ ଛୋଟ ଗୁଜୁରାତି ମଞ୍ଜିର ଆବଶ୍ୟକତା ପଡିବ। 4. ମିଶ୍ରି: ଏହି ମିଶ୍ରି ମଧ୍ୟ ଆପଣଙ୍କ ରୁଷେଇ ଘରୁ ବହୁତ ସହଜରେ ମିଳିଯିବ। ୫୦ ଗ୍ରାମ ମିଶ୍ରି ନିଅନ୍ତୁ।
ଏହିସବୁ ସାମଗ୍ରୀକୁ ପ୍ରଥମେ ଗ୍ରାଇଣ୍ଡିଙ୍ଗ କରି ଭଲ ଭାବରେ ଗୁଣ୍ଡ କରିନିଅନ୍ତୁ। ପାଉଡର ଭଳି ଗୁଣ୍ଡ କରିନିଅନ୍ତୁ। ଆପଣ ଏହି ଗୁଣ୍ଡକୁ କୌଣସି ଏକ ଡ଼ବାରେ ଷ୍ଟୋର କରି ରଖିପାରିବେ। ଏବେ ଆସନ୍ତୁ ଜାଣିବା ପେଟ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଆପଣ ଏହାର ସେବନ କେମିତି କରିବେ। ସେଥିପାଇଁ ଆପଣଙ୍କୁ ଦରକାର ପଡିବ ଅଧ ତାଟିଆ ଦହି। ବନ୍ଧୁଗଣ ଦହି ଯଦି ଆପଣଙ୍କ ଘରୁ ମିଳିଯାଏ ତାହେଲେ ବହୁତ ଭଲ କଥା। ତାନହେଲେ ଅମଫେଡ ଦହିର ପ୍ରୟୋଗ କରିପାରିବେ। ଏହି ଅଧ ତାଟିଆ ଦହିର ଏକ ଚାମଚ ସେହି ମିଶ୍ରିତ ଗୁଣ୍ଡକୁ ମିଶାନ୍ତୁ।
ଏହାକୁ ଆପଣ ଖାଇବାର ଅଧ ଘଣ୍ଟା ପୂର୍ବରୁ ସେବନ କରନ୍ତୁ। ଦିପହର ଖାଇବାର ଅଧଘଣ୍ଟା ପୂର୍ବରୁ କିମ୍ବା ରାତି ଖାଇବାର ଅଧଘଣ୍ଟା ପୂର୍ବରୁ ଆପଣ ଏହାର ସେବନ କରିପାରିବେ। କିନ୍ତୁ ରାତିରେ ବନ୍ଧୁଗଣ ଅନେକ ଲୋକଙ୍କୁ ଦହି ସୁଟ କରିନଥାଏ। ସେଥିପାଇଁ ଆପଣ ଦିପହର ଏହାର ସେବନ କରନ୍ତୁ। ବନ୍ଧୁଗଣ ଏହା ଆପଣଙ୍କର ପେଟ ଜନିତ ସମସ୍ତ ସମସ୍ୟା ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଏହା ଆପଣଙ୍କର କବଜ, ଏସିଡିଟି, ଗ୍ୟାସ, ଆପଣଙ୍କ ପେଟରେ ଜ୍ଵଳନ, ଖଟାହେକୁଟି ଏହି ସମସ୍ତ ସମସ୍ୟାକୁ ଏହା ଦୂର କରିଥାଏ। ନିଶ୍ଚୟ ଏହାର ଥରେ ପ୍ରୟୋଗ କରନ୍ତୁ। କେବଳ ୧୫ ଦିନ ଏହାର ସେବନ କରନ୍ତୁ, ଦେଖିବେ ଆପଣଙ୍କ ପେଟ ସମ୍ପୂର୍ଣ୍ଣ ସଫା ହୋଇଯିବ। ଆପଣଙ୍କୁ ଭୋକ ଲାଗିବାକୁ ଲାଗିବ। ଏବଂ ଆପଣଙ୍କ ପେଟର ଯାବତୀୟ ସମସ୍ୟା ଏହା ଦୂର କରିଥାଏ। ଏହା ବହୁ ପରୀକ୍ଷିତ ଉପଚାର ଅଟେ ଏବଂ ଏହା ଘରୋଇ ଉପଚାର ଅଟେ।