କୌଣସି ଜୀବର ଲିଙ୍ଗ ନିର୍ଧାରଣ ତାର ଜନ୍ମ ହେବା ଆଗରୁ ମା ଭ୍ରୁଣରେ ହୋଇଥାଏ । କିନ୍ତୁ ବିଶ୍ୱରେ ଏପରି ଏକ ପ୍ରାଣୀ ଅଛି ଯାହାର ଲିଙ୍ଗ ପରିବର୍ତ୍ତନ ଜଳବାୟୁ ପରିବର୍ତ୍ତନ ଅନୁସାରେ ହୋଇଥାଏ । ଏହି ଜୀବମାନଙ୍କରେ ତାପମାତ୍ରା ବଢ଼ିବା ଯୋଗୁଁ ମହିଳା ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ଏହା ଏଥିପାଇଁ ହେଉଛି କାରଣ ତାପମାତ୍ରା ଅଧିକ ହେଲା ମାତ୍ରେ ଅଣ୍ଡାରୁ ମହିଳା ବାହାରୁଛନ୍ତି । ଅଧିକ ତାପମାତ୍ରା ହେବା ଫଳରେ ଅଣ୍ଡା ଭିତରେ ଥିବା ଜୀବମାନଙ୍କର ଲିଙ୍ଗ ପରିବର୍ତ୍ତନ ହେଉଛି ।
ପ୍ରାକୃତିକ ରୂପରେ ପରିବର୍ତ୍ତନ
ଏହି ଜୀବଟି ଏକ ଝିଟିପିଟି । ଯାହାକୁ ଫ୍ରାନ୍ସର ବୈଜ୍ଞାନିକମାନେ 1960 ମସିହାରେ ପଶ୍ଚିମ ଆଫ୍ରିକାର ସେନେଗଲ ଜଙ୍ଗଲରୁ ପାଇଥିଲେ । ଏହି ଝିଟିପିଟିର ଚର୍ମର ଗଠନ ଏପରି ଭାବରେ ହୋଇଥିଲା ଯେ ଏହା ଏକ ଦାଢ଼ି ଭଳି ଦେଖାଯାଉଛି । ଏଥିପାଇଁ ଏହି ଝିଟିପିଟିକୁ ଦାଢ଼ି ଥିବା ଡ୍ରାଗନ କୁହାଯାଏ । ଯଦି ଏହି ଡ୍ରାଗନମାନଙ୍କ ଅଣ୍ଡା 30 ଡ଼ିଗ୍ରୀ ସେଲସିୟସ ତାପମାତ୍ରାକୁ ଆସିଥାଏ , ତାହେଲେ ତାଙ୍କ ଭିତରେ ପ୍ରାକୃତିକ ରୂପରେ ପରିବର୍ତ୍ତନ ଆସିଥାଏ । ଯଦି ଅଣ୍ଡାରେ ପୃରୁଷ ଭ୍ରୁଣ ଥାଏ ତାହା ମହିଳାରେ ପରିଣତ ହୁଏ ।
ମହିଳା ଜନ୍ମ ହେବାର ଦୁଇଟି ଉପାୟ :
କୁହାଯାଇଛି ଯେ କିଛି ମାଛ ଅଣ୍ଡାମାନଙ୍କ ସହ ଏପରି ମଧ୍ୟ ହୋଇଥାଏ । ପୁରୁଷ ଦାଢି ଡ୍ରାଗନରେ ଦୁଇଟି ଏକାଭଳି କ୍ରୋମୋଜୋମ ZZ ଥାଏ । ସେହିପରି ମହିଳାରେ ZW କ୍ରୋମୋଜୋମ ଥାଏ । ଯଦି ଅଣ୍ଡା ପରିବର୍ତ୍ତନ ସମୟରେ ଏହା ଅଧିକ ତାପମାତ୍ରା ସମ୍ପର୍କରେ ଆସିଥାଏ ତାହେଲେ ଅଣ୍ଡାରୁ ମହିଳା ଆସିବାର ସମ୍ଭାବନା ଅଧିକ ଥାଏ । ଏହାର ଅର୍ଥ ଦାଢି ଡ୍ରାଗନରେ ମହିଲାର ଜନ୍ମ ହେବାର 2 ଟି ଉପାୟ ଅଛି ।
ମହିଳା ଜନ୍ମ ହେବାର ପ୍ରାକୃତିକ ଉପାୟ :
ଦାଢ଼ି ଡ୍ରାଗନରେ ମହିଳା ଜନ୍ମ ହେବାର ପ୍ରଥମ ଉପାୟ ପ୍ରାକୃତିକ ଅଟେ । ଯେବେ ଅଣ୍ଡାରୁ ସିଧାସଳଖ ମହିଳା ଜନ୍ମ ନିଏ । ଗରମ ଯୋଗୁଁ ପୁରୁଷ ଭ୍ରୁଣ ମହିଳା ଭ୍ରୁଣରେ ବଦଳିଯିବା ଦ୍ୱିତୀୟ ଉପାୟ । ଏହି ପ୍ରକ୍ରିୟାରେ ପୁରୁଷ ଭ୍ରୁଣର ଜିନ ମହିଳା ଜିନରେ ପରିଣତ ହୁଏ । ବୈଜ୍ଞାନିକମାନେ ଅର୍ଦ୍ଧ ଶତାବ୍ଦୀ ପର୍ଯ୍ୟନ୍ତ ଏହି କଥାର ସମାଧାନ କରିପାରି ନାହାଁନ୍ତି ।
ଦାଢ଼ି ଡ୍ରାଗନରେ ଜେନେଟିକ କ୍ରମ :
ଏହାର ନି-ରୀ-କ୍ଷ-ଣ କରିବା ପାଇଁ ଅଷ୍ଟ୍ରେଲିଆର କାନବେରା ବିଶ୍ୱବିଦ୍ୟାଳୟରେ ଏହାକୁ ପରୀକ୍ଷା କରିବା ପାଇଁ ଜେନେଟିକ ବୈଜ୍ଞାନିକ ସାରା ହ୍ୱାଇଟଲି ତାଙ୍କ ଦଳ ସହିତ ଏକ ପରୀକ୍ଷଣ କରିଥିଲେ । ସେ ଦାଢି ଡ୍ରାଗନର ଜେନେଟିକ କ୍ରମ କରିଥିଲେ । ଏହି କ୍ରମଟିକୁ 28 ଡିଗ୍ରୀ ସେଲସିୟସ ତାପମାତ୍ରାରେ କରାଯାଇଥିଲା । ଯାହାଫଳରେ ପୁରୁଷ କ୍ରୋମୋଜୋମ ZZ ପ୍ରାକୃତିକ ରୂପରେ ବିକଶିତ ହୋଇପାରିବ । ସେହିଭଳି ZZ କ୍ରୋମୋଜୋମର ଦ୍ୱିତୀୟ କ୍ରମ 36 ଡିଗ୍ରୀ ସେଲସିୟସ ତାପମାତ୍ରାରେ କରାଯାଇଛି ।
ସାରା ଏବଂ ତାଙ୍କ ଦଳ ପାଇଥିଲେ କି ଗରମ ଯୋଗୁଁ ପୁରୁଷ ମହିଳା ଭ୍ରୁଣରେ ପରିଣତ ହୋଇଥାଏ । ସେମାନେ ଦେଖିଲେ ଯେ ସାଧାରଣତ ବିକଶିତ ମହିଳା ଏବଂ ପୁରୁଷ ଭ୍ରୁଣରେ ଗଠିତ ମହିଳା ଝିଟିପିଟିର ସକ୍ରିୟ ଜିନରେ ପାର୍ଥକ୍ୟ ଅଛି |