ଜାଣନ୍ତୁ ବାସ୍ତୁଶାସ୍ତ୍ର ମତରେ ଘରର ଅଗଣା ଏବଂ ଚାରିପାଖରେ କଣ ସବୁ ରହିଲେ ଘରକୁ କାଙ୍ଗାଳ କରିଥାଏ ଏବଂ କଣ ରହିଲେ ଧନ, ଐଶ୍ୱର୍ଯ୍ୟ ମିଳିଥାଏ।
ଘରର ଚାରିପାଖରେ କଣ ରହିଲେ ଆସିଥାଏ ବିଭିନ୍ନ ସମସ୍ୟା:
ପୂର୍ବ, ଉତ୍ତର, ପଶ୍ଚିମରେ ତେନ୍ତୁଳି ଗଛ ରହିବା ଦ୍ୱାରା ଗୃହରେ ନାନା ପ୍ରକାରର ସମସ୍ୟା ଦେଖା ଦେଇଥାଏ। କାରଣ ତେନ୍ତୁଳି ଗଛ ଏମିତି ଏକ ନକରାତ୍ମକ ଗଛ ଏଥିରେ ସମସ୍ତ ପ୍ରକାରର ନକାରାତ୍ମକତା ଭରି ରହିଥାଏ। ପୂର୍ବପୁରୁଷଙ୍କ ମତରେ ତେନ୍ତୁଳି ଗଛରେ ଭୁତ, ପ୍ରେତ, ପିଶାଚ ବାସ କରିଥାନ୍ତି। କାରଣ ତେନ୍ତୁଳି ଗଛ ଏମାନଙ୍କର ଅତି ପ୍ରିୟ ହୋଇଥାଏ। ଏଥିପାଇଁ ଘରର ଚାରିପାଖରେ କୌଣସିବି ଦିଗରେ ତେନ୍ତୁଳି ଗଛ ରହିବା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ଘରେ ନାନା ପ୍ରକାରର ଦୁଃଖ ଦୁର୍ଦ୍ଦଶା ଦେଖା ଦେଇଥାଏ।
ଏଥିସହିତ ଘରର ଚାରିପାଖରେ କଣ୍ଟା ଜାତୀୟ ଗଛ ରହିବା ବାସ୍ତୁ ମତରେ ଅଶୁଭ ହୋଇଥାଏ। ଯେପରିକି ବର କୋଳି ଗଛ, ନାଗଫେଣି ଗଛ, ସିଜୁ କଣ୍ଟା ଗଛ। ଏସବୁ ଘରର ଯେକୌଣସି ଦିଗରେ ରହିଥିଲେ ମଧ୍ୟ ଅଶୁଭ ହୋଇଥାଏ ଏବଂ ଘରକୁ ଅଶୁଭ ଫଳ ଦେଇଥାଏ।
ଏହାଛଡା ଡିମ୍ବିରି ଗଛ ମଧ୍ୟ ଘରର ନିକଟରେ ରହିଥିଲେ ଅଶୁଭ ହୋଇଥାଏ। ଯାହାଫଳରେ ରୋଗ, ଦୁଃଖ, ଦରିଦ୍ରତା ମାଡି ଆସିଥାଏ। ଘରର ଦକ୍ଷିଣ, ପଶ୍ଚିମରେ କୂପ, ନଳକୂପ, ଗାଡ଼ିଆ, ପୋଖରୀ ଆଦି ରହିଥିଲେ ଘରର ଲୋକମାନଙ୍କର ମାନସିକ ଅଶାନ୍ତି ବୃଦ୍ଧି ପାଇଥାଏ ଏବଂ ମାନସିକ ରୋଗ ମଧ୍ୟ ବଢ଼ିଥାଏ। ଧନହାନୀ, ଦରିଦ୍ରତା ପରି ସମସ୍ୟା ଦେଖିବାକୁ ମିଳିଥାଏ।
ପ୍ରତିକାର:
ଏହାର ପ୍ରତିକାର ପାଇଁ ଗୃହର ଚାରିପାଖରେ ତୁଳସୀ ଗଛ ଲଗାଇ ଦିଅନ୍ତୁ। ଘରର ମୁଖ୍ୟ ଦ୍ୱାରରର କିଛି ଦୂରରେ ଶ୍ୱେତ ଅରଖ ଗଛ ମଧ୍ୟ ଲଗାନ୍ତୁ। ଘରର ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ଦେବଦାରୁ ଗଛ ଏବଂ ଗୁଆ ଗଛ ମଧ୍ୟ ରୋପଣ କଲେ ଘରକୁ ଅନେକ ଶୁଭ ଏବଂ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ସମସ୍ତ ନକରାତ୍ମକତା ଦୂର କରିଥାଏ।
ଘରର ଉତ୍ତର-ପୂର୍ବ କୋଣରେ ବା ଐଶାନ୍ୟ କୋଣରେ କିମ୍ବା ଉତ୍ତର ଦିଗରେ ଡାଲିମ୍ବ ଗଛ ଏବଂ ବେଲ ଗଛ ଲଗାଇବା ଦ୍ୱାରା ଅନେକ ଶୁଭ ଶକ୍ତି ବା ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ ଥିବା ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଯାଇଥାଏ। ଘରେ ଏକ ପ୍ରକାରର ସମାନତା ଦେଖିବାକୁ ମିଳିଥାଏ।
ଘରର ଚାରି ପାଖରେ କୌଣସି ସ୍ଥାନରେ ଯଦି ହୁଙ୍କା ରହିଥାଏ ତେବେ ସେହି ହୁଙ୍କାକୁ ଭାଙ୍ଗି ସଫା କରି ଦିଅନ୍ତୁ । କାରଣ ଘରର ଚାରି ପାଖରେ କିମ୍ବା ଭୂମି ଉପରେ ହୁଙ୍କା ରହିବା ଅଶୁଭ ହୋଇଥାଏ। ଘରର ଭିତର ସହିତ ବାହାର ମଧ୍ୟ ସଫା ସୁତରା ରଖିବା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ। ଏହାଦ୍ୱାରା ଗୃହରେ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଘରର ଚାରିପାଖରେ ଅଳିଆ ଅପରିଷ୍କାର ରହିଲେ ମାତା ଲକ୍ଷ୍ମୀଙ୍କର କୋପ ଦୃଷ୍ଟି ଘର ଉପରେ ପଡିଥାଏ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |