ଆପଣଙ୍କ ବ୍ୟବସାୟ ଭଲ ହେଉ ନାହିଁକି ତେବେ ବୁଧବାର ଦିନ ଏହି ଉପାୟ ଅବଲମ୍ବନ କରନ୍ତୁ ନିଶ୍ଚିତ ଫଳପ୍ରଦ ହେବ।

ତେବେ ମନୁଷ୍ୟ ଜୀବନ ଅନେକ ସମୟରେ ବୈଜ୍ଞାନିକ ସହ ଜଡିତ ରହିଥିବା ବେଳେ ଅନେକ ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ସହ ଜଡିତ ରହିଥାଏ। ତେବେ ଯଦି ଏହାକୁ ଅବମାନନା କରନ୍ତି ତାହାଲେ ମନୁଷ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ। ମଣିଷ ଜନ୍ମ ହେବା ସମୟରେ ତାହାର କୁଣ୍ଡଳୀ ସହ ଜନ୍ମ ନେଇଥାଏ। ତେବେ ସେ ତାହା ଜୀବନରେ କଣ କରିବ ଏବଂ କେତେ ଦିନ ବଞ୍ଚିବ ତାହା ମଧ୍ୟ ଉଲ୍ଲେଖ ରହିଥାଏ। ତେବେ ଜ୍ୟୋତିଷ ଶାସ୍ତ୍ର ମଣିଷର ଜୀବନ ନିର୍ଦ୍ଧାରଣ କରିଥାଏ।

ଗ୍ରହମାନଙ୍କ ଚଳନ ଯୋଗୁଁ ମନୁଷ୍ୟ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ମନୁଷ୍ୟ ଜୀବନରେ ସଙ୍କଟ ଏବଂ ଦରିଦ୍ରତା ଦେଖା ଦେଇଥାଏ। କିନ୍ତୁ ଏହି ଗ୍ରହ ମାନଙ୍କର ଖରାପ ପ୍ରଭାବକୁ ନଷ୍ଟ କରିବା ପାଇଁ ଅନେକ ପ୍ରତିକାର ମଧ୍ୟ ରହିଛି। ଯାହାକି ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ। କେଉଁ ଖରାପ ସମୟରେ କଣ ପ୍ରତିକ୍ରିୟା ରହିଛି ସେ ବିଷୟରେ ଆମେ ଆଜି ଆପଣଙ୍କୁ ଜଣେଇବୁ।

ଯେଉଁମାନଙ୍କ ଭାଗ୍ୟ ସାଥ ଦେଉ ନାହିଁ। ଦୁର୍ଭାଗ୍ୟ ପାଇଁ ବାରମ୍ବାର ବିଫଳତା ହେଉଛନ୍ତି ତେବେ ସେମାନେ ପ୍ରତ୍ଯେକ ଦିନ ଇଷ୍ଟଦେବଙ୍କୁ ପୂଜା କରିବା ସହିତ ଗୁରୁବାର ଦିନ ବ୍ରତ କରି ମନ୍ଦିରରେ ଠାକୁର ଦର୍ଶନ କଲେ ସେମାନଙ୍କ ଭାଗ୍ୟ ଉଜ୍ଜ୍ଵଳିତ ହୋଇଥାଏ। କୌଣସି କାର୍ଯ୍ୟ କରିବା ଅବା ବାହାରକୁ ଯିବା ପୂର୍ବରୁ ମଥାରେ କେଶର ଓ ଚନ୍ଦନ ଲଗାଇ ଯାଆନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।

ମଣିଷ ନିଜ ଜୀବନରେ ସବୁବେଳେ ଲାଭ ଖୋଜିଥାଏ। ବେପାର ବାଣିଜ୍ୟ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନରେ ଲାଭ ଚାହିଁଥାଏ। ଯଦି କୌଣସି ବ୍ୟକ୍ତିର ବ୍ୟାପାରରେ ଘାଟା ସହିବାକୁ ପଡୁଛି ତେବେ ବୁଧବାର ଦିନ ପିଞ୍ଜରା ସହିତ ଶୁଆଟିଏ କିଣି ତାଙ୍କୁ ମୁକ୍ତ କରିବା ଦ୍ଵାରା ବ୍ୟବସାୟରେ ଉନ୍ନତି ହୋଇଥାଏ। ଭାଇ ଭଉଣୀ ଭିତରେ ଯଦି ପଡୁ ନଥାଏ କିମ୍ବା ମନୋମାଳିନ୍ୟ ହେଉଥାଏ ତେବେ ଏକ ଏକ କେଜିରୁ ଉର୍ଦ୍ଧ୍ଵ ଗୁଡ ମଙ୍ଗଳବାର ଦିନ ମାଟିରେ ପୋତିବା ଦ୍ଵାରା ତାହା ଦୂର ହୋଇଥା।

ପ୍ରତ୍ଯେକ ଦିନ ପିମ୍ପୁଡି, କାଉ, ଗାଈ, କୁକୁର ଏବଂ ପକ୍ଷୀମାନଙ୍କୁ କିଛି ଖାଦ୍ଯପଦାର୍ଥ ଦେବା ଉଚିତ। ଏହାଦ୍ବାରା ଶୁଭ ହେବା ସହିତ ଆକସ୍ମିକ ଦୁର୍ଘଟଣା ଏବଂ ସଙ୍କଟରୁ ମୁକ୍ତି ମିଳିଥାଏ। ଯଦି ବାରମ୍ବାର କୌଣସି ସଙ୍କଟରେ ପଡୁଥାନ୍ତି ତେବେ କାହାର ଶବଯାତ୍ରାରେ ଯାଇଥିବା ସମୟରେ ଶ୍ମଶାନରୁ ଫେରିବା ବେଳେ କିଛି ପଇସା ପକାଇ ଫେରି ଆସିବା ଦ୍ଵାରା ତାହା ଦୂର ହୋଇଥାଏ।

Leave a Reply

Your email address will not be published. Required fields are marked *