ଚୀନର ଭାରତ ଉପରେ ଆକ୍ରମଣ ଚିନକୁ ଖୁବ ଭାରି ପଡିବ ଦେଖାଯାଉଛି । ଭାରତ ଉପରେ ଆକ୍ରମଣ କରି ସେ ସୈନ୍ୟ ମାନଙ୍କ ସହିତ ଆର୍ଥିକ ବିପଦ କୁ ମଧ୍ୟ ବରଣ କରୁଛି । ଭାରତ ସହିତ ଚୀନ ର ବ୍ୟବସାୟୀକ ସମ୍ପର୍କ ଚୀନ ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ଏବଂ ଭାରତ ସେହି ବ୍ୟବସାୟିକ କ୍ଷେତ୍ରରେ ଚୀନର କ୍ଷତି କରିବାକୁ ପ୍ରସ୍ତୁତି କରୁଛି । LAC ରେ ସଂଘର୍ଷ ପରେ ଲୋକମାନେ ଚୀନରେ ନିର୍ମିତ ବସ୍ତୁ ଗୁଡିକୁ ଦେଶରୁ କାଢ଼ିବାକୁ ମନବଳାଇ ସାରିଛନ୍ତି । ଅନ୍ୟ ପକ୍ଷରେ କୁହାଯାଉଛି କି ଭାରତରେ ଚୀନ ନିର୍ମିତ କେଉଁ କେଉଁ ବସ୍ତୁ ଉପଲବ୍ଧ ହେଉଛି , ଏହାର ସୂଚନା ଗୁଗଲ ସାହାଯ୍ୟରେ ନିଆଯାଉଛି । ଗତ ୪୮ ଘଣ୍ଟା ରେ ଗୁଗଲ ରେ ‘ List of Chinese product in India ban Chinese product ‘ ଏବଂ ‘ boycott chainese products ‘ ଭଳି ବିଚାର ବଢିବାକୁ ଲାଗିଛି ।
ଚୀନୀ ଆପ ମାନଙ୍କୁ ମଧ୍ୟ ବହିଷ୍କାର କରିବା ଆରମ୍ଭ ହୋଇଯାଇଛି :
ଭାରତରେ tik tok , Uc Browser , Bigo live , shareit ଭଳି ଆପ ଗୁଡିକୁ କୋଟିକୋଟି ଲୋକ ବ୍ୟବହାର କରୁଛନ୍ତି । ଲଦାଖରେ ୨୦ ଜଣ ଯବାନ ସହିଦ ହେଲା ପରେ ଏହି ଆପ ମାନଙ୍କ ଉପରୁ ଭାରତୀୟ ମାନଙ୍କର ମୋହ ମାୟା ଶେଷ ହେବା ଆରମ୍ଭ ହୋଇଯାଇଛି । ଲୋକମାନେ ଯେକୌଣସି ପ୍ରକାରରେ ଚୀନକୁ କ୍ଷତିଗ୍ରସ୍ତ କରିବାକୁ ଚାହୁଁଛନ୍ତି । କେତେକ ଲୋକ ଚୀନ ନିର୍ମିତ ଆପ ମାନଙ୍କୁ ଫୋନରୁ ହଟାଇବାକୁ ସୋସିଆଲ ମିଡିଆରେ କହିଛନ୍ତି । ଅନ୍ୟ କେତେକେ କହିଛନ୍ତି ଭାରତ ସରକାର ମଧ୍ୟ ଚୀନ ନିର୍ମିତ ଆପକୁ ଭାରତରେ ପାବନ୍ଦୀ ବା ବନ୍ଦ ଘୋଷଣା କରନ୍ତୁ ।
CAIT ଜାରି କରିଛନ୍ତି ‘ ମେଡ ଇନ ଚାଇନା ‘ ଜିନିଷ ମାନଙ୍କର ତାଲିକା :
କନଫେଡ୍ରେସନ ଅଫ ଅଲ ଇଣ୍ଡିଆ ଟ୍ରେଡ଼ର୍ସ କଲେ ୫୦୦ ରୁ ଅଧିକ ‘ ମେଡି ଇନ ଚାଇନା ‘ ଜିନିଷର ତାଲିକା ଜାରି କରିଛନ୍ତି । CAIT ଙ୍କର ଦାବି ଏହା କି ଏହି ଉତ୍ପାଦ ଗୁଡିକୁ ଏବେର ଏହି ଚିନ୍ତା ପରେ ବହିଷ୍କାର କରାଯାଉ । ଏହି ତାଲିକାରେ ରୋଷେଇ ଜିନିଷ , କପଡା , ବସ୍ତ୍ର , ଗହଣା , ଜୋତା ,ବ୍ୟାଗ , କସମେଟିକ ଏବଂ ଇଲେକ୍ଟ୍ରୋନିକ ଉପକରଣ ସାମିଲ ହୋଇଛି । ବହୁତ ଲୋକ କହୁଛନ୍ତି ଯେ କେବଳ ଚୀନର ବହିସ୍କାର କଲେ ହେବ ନାହିଁ । ଏହା ସହିତ ଭାରତୀୟ ଉତ୍ପାଦ ଗୁଡିକୁ ଆପଣାଇବାକୁ ପଡିବ ଯାହା ଫଳରେ ଭାରତୀୟ ଅର୍ଥ ବ୍ୟବସ୍ଥାରେ ଉନ୍ନତି ହେବ ।
ଲାଦାଖରେ ଚୀନ ସମସ୍ତ ସୀମା ପାର କରିଗଲା :
ପୂର୍ବ ଲାଦାଖ ଏ ଗଲବାନ ଘାଟି ରେ ଚୀନ ସେନା ଯୁଧ୍ୟ ଏବଂ ଶାନ୍ତି କାଳର ନିୟମକୁ ଅମାନ୍ୟ କରିଛି । ଦୁଇ ଦେଶ ମଧ୍ୟରେ ଯେଉଁ ବୁଝାମଣା ହୋଇଥିଲା ଚୀନ ସେ ବୁଝାମଣାରୁ ସମ୍ପୂର୍ଣ୍ଣ ବିପରୀତ ହୋଇ କାର୍ଯ୍ୟ କରିଛି । ଅସ୍ତ୍ର ବିହୀନ ଭାରତୀୟ ସେନାଙ୍କ ଉପରେ ଚୀନର ସୈନ୍ୟ ମାନେ ଲାଠି ଓ ପଥର ରେ ଆକ୍ରମଣ କରିଥିଲେ । ଏହି ସଂଘର୍ଷ ମଧ୍ୟରେ ଗଲବାନ ଘାଟିର ପର୍ବତରୁ ପଡି ବହୁତ ସୈନ୍ୟ ସହିଦ ହୋଇଛନ୍ତି । ଭାରତୀୟ ସେନା ତରଫରୁ ୧୬ ବିହାର ରେଜିମେଣ୍ଟ ର କମାଣ୍ଡିଙ୍ଗ ଅଫିସର ଙ୍କ ସହିତ ୨୦ ଯବାନଙ୍କ ମୃତ୍ୟୁକୁ ପୁଷ୍ଟି କରିଛନ୍ତି । ଚୀନର ଏହି କାର୍ଯ୍ୟ କଳାପ ଭାରତୀୟ ମାନଙ୍କୁ ବହୁତ ଦୁଃଖଦାୟୀ ହୋଇଛି । ଡ୍ରେଗନ ଦ୍ୱାରା ପ୍ରତିଶୋଧ ନେବାର ଭାବନା ଜୋରଧରିଛି ।
FICCI ଅନୁସାରେ , ଚୀନ ଭାରତରେ କରିଛି ଏତେ ନିବେଶ :
ମିଡିଆରେ ଚାଲିଥିବା ଖବର ଗୁଡିକୁ ସତ ବୋଲି ମାନିଲେ F I C C I ର ଅନୁସାରେ କୁହାଯାଉଛି ଯେ ଚୀନ କେଉଁ ସେକ୍ଟର ରେ ଭାରତରେ କେତେ ନିବେଶ ସ୍ଥାପନ କରିଛି ।
୧.ଅଟୋମୋବାଇଲ ଇଣ୍ଡଷ୍ଟ୍ରି (୪୦%) ୨.ମେଟାଲାର୍ଜିକାଲ ଇଣ୍ଡଷ୍ଟ୍ରି (୧୭%) ୩.ପାୱର (୭%) ୪.କନଷ୍ଟ୍ରୋକସନ (୫%) ୫.ସର୍ବିସେଜ (୪%)