ବନ୍ଧୁଗଣ ଲୁଣର ବହୁତ ଆମ ଜୀବନରେ ବହୁତ ଉପଯୋଗ ରହିଛି। ଡାଲି ବା ତରକାରୀରେ ଯଦି ଲୁଣ ଅଧିକ ହେଲା ତେବେ ବକାର ହୋଇଥାଏ। ଏବଂ ଖୁବ କମ ହୋଇଗଲେ ମଧ୍ୟ ବେକାର ହୋଇଥାଏ। ଏହି ଲୁଣ ଆମର ଆୟୁଷ ମଧ୍ୟ ବଢ଼ାଇଥାଏ। ଏବଂ ଏହି ଲୁଣ ଆମର ଆୟୁଷ ମଧ୍ୟ କମାଇଥାଏ। ଲୁଣର ଉପଯୋଗ ଠିକ ଭାବରେ କରିବା ବହୁତ କମ ଲୋକ ଜାଣିଛନ୍ତି କିନ୍ତୁ ଆମେ ଆପଣଙ୍କୁ ଆଜି ଏହି ପୋଷ୍ଟରେ ଲୁଣର ବ୍ୟବହାର ଖାଦ୍ୟରେ କେମିତି କରାଯାଏ ତାହା ବିଷୟରେ କହିବୁ ନାହିଁ କିନ୍ତୁ ଲୁଣର କିଛି ଚମତ୍କାର ଉପାୟ ବିଷୟରେ କହିବୁ। ଏହି ଠାରେ ଲୁଣ ଏକ ମେଜିକ ଉପାୟ ବିଷୟରେ କହିବୁ।
ଏମିତିରେ ଲୁଣର ଅନେକ ଉପାୟ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଲୁଣର କିଛି ସହଜ ଏବଂ ଚମ-ତ୍କାର ଉପାୟ ବିଷୟରେ କହିବୁ ଯାହାକୁ ଜାଣିଲା ପରେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏବଂ ଏହାକୁ କାମରେ ନିଶ୍ଚିତ ଲଗାଇବେ।ଆପଣ ମଧ୍ୟ ବହୁତ ଖୁସିରେ ରହିବେ। ଲୁଣ ଅନେକ ପ୍ରକାରର ହୋଇଥାଏ। ଯେମିତିକି ପାହାଡ଼ି ଲୁଣ, ସମୁଦ୍ର ଲୁଣ ଓ କଳା ଲୁଣ ଏବଂ ସାଧାରଣ ଲୁଣ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରଙ୍କର ପ୍ରତିନିଧି ବୋଲି କୁହାଯାଇଥାଏ। ରାହୁଙ୍କର ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ। ଧର୍ମ ଏବଂ ଶାସ୍ତ୍ର ସହିତ ଜଡିତ ଅନେକ ଅଜଣା କଥା ଆମକୁ ଲାଭ ଦେଇଥାଏ। ତେଣୁ ଆମେ ଆପଣଙ୍କ ପାଇଁ ଧର୍ମ ସମ୍ବଦ୍ଧିୟ କିଛି ଅଜଣା କଥା ଏବଂ ଏମିତି ଅନେକ ଉପାୟ ନେଇ ଆସିଛୁ ଯାହା ଆପଣଙ୍କ ଜୀବନକୁ ଖୁସିରେ ଭରି ଦେବାରେ ସହାୟକ ହେବ।
ଏହି ଉପାୟକୁ କରିବା ଦ୍ୱାରା ମଧ୍ୟ ଆପଣ ଆପଣଙ୍କର ଘରୁ ନାକାରାତ୍ମକ ଉର୍ଜା ଗୁଡିକୁ ବାହାରକୁ ବାହାର କରିଦେଇପାରିବେ।କାରଣ ଏହି ନାକା-ରାତ୍ମକ ଉ-ର୍ଜା ଘରେ ଖରାପ ପ୍ରଭାବ ପକାଇଥାଏ।ବା ଘରେ ମାନସିକ ଚିନ୍ତା ବଢିବା ସହିତ ବହୁତ ଧନହାନି ମଧ୍ୟ ହୋଇଥାଏ। ଏହି ଲୁଣର ମଧ୍ୟ ଏମିତି ଏକ ଅଦ୍ଭୁତ ଶକ୍ତି ରହିଛି ଯାହା ଦ୍ୱାରା ଘରୁ ନାକାରାତ୍ମକ ଉର୍ଜା ଗୁଡିକୁ କାଢ଼ିପାରେ।ତେବେ ଆସନ୍ତୁ ଜାଣିବା ଲୁଣର ସେହି ଖାସ ଉପାୟ ବିଷୟରେ।
ସର୍ବ ପ୍ରଥମେ ଆମେ କଥା ହେବା ଲୁଣ ସମ୍ପର୍କିତ ଧନ ସମ୍ବଦ୍ଧିୟ ଉପାୟ ବିଷୟରେ ଏବଂ ପୋଷ୍ଟ ଶେଷରେ ଆମେ କହିବୁ ଲୁଣ ଯୋଗୁ ଆମର ଘରେ ଘଟୁଥିବା କିଛି ଅଶୁଭ ବିଷୟରେ।ତେଣୁ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।
ବନ୍ଧୁଗଣ ପ୍ରଥମେ ଆପଣ ଅଳ୍ପ ଲୁଣ ଆଣନ୍ତୁ। ତାପରେ ଗୋଟିଏ ଲାଲ କପଡା ଆଣନ୍ତୁ। ଏବଂ ସେଥିରେ ଏହି ଲୁଣକୁ ବାନ୍ଧିଦିଅନ୍ତୁ।ତା ପରେ ସେହି ଲାଲ କପଡାକୁ ଆପଣ ଆପଣଙ୍କ ଘରର ମୁଖ୍ୟ କବାଟରେ ଟାଙ୍ଗି ଦିଅନ୍ତୁ।ବନ୍ଧୁଗଣ ଏହା କରିବା ଦ୍ୱାରା ଘରେ ନାକାରାତ୍ମକ ଏବଂ ଖରାପ ଶକ୍ତି ପ୍ରବେଶ କରିପାରି ନଥାଏ।ଏବଂ କାହାର ନଜର ମଧ୍ୟ ଲାଗି ନଥାଏ। ଏହା ବ୍ୟତୀତ ଏହି ଏହି ଲାଲ କପଡାକୁ ଯଦି ଆପଣଙ୍କର ଧନ ରଖିବା ସ୍ଥାନରେ ଯେମିତିକି ଟ୍ରେଜେରୀ ବା ପଇସା ବାକ୍ସ ବା ଗଡ଼ରେଜ ତାର ଉପରେ ଟାଙ୍ଗି ଦିଅନ୍ତୁ। ତେବେ ତାହା ଦ୍ୱାରା ମଧ୍ୟ ଆପଣଙ୍କର ଧନର ଦୁଇଗୁଣ ଉନ୍ନତି ହୋଇଯିବ। ଦୁଇଗୁଣା ବଢି ଚାଲିଥାଏ। ମାନେ ଆପଣଙ୍କର ବ୍ୟବସାୟ ବାଣିଜ୍ୟରେ ଉନ୍ନତି ଦେଖା ଦେଇଥାଏ।
ଯଦି ଆପଣ କୌଣସି କାର୍ଯ୍ୟ କାଚ ପାତ୍ରରେ ଅଳ୍ପ ଲୁଣ ନେଇ ନିଜର ବାଥରୁମରେ ରଖିଦିଅନ୍ତି ତ ଏହା ଦ୍ୱାରା ଆପଣଙ୍କର ଘରର ବାସ୍ତୁଦୋଷ ମଧ୍ୟ ଦୂର ହେବା ସହିତ ଘରେ ସୁଖ ଶାନ୍ତି ବଢିଥାଏ। ଏହା ସହିତ ଘରେ ଯେକୌଣସି କୋଣରେ ଯଦି କୌଣସି ଛୋଟ କାଚ ପାତ୍ରରେ କିଛି ଲୁଣ ରଖିଦିଅନ୍ତି ତେବେ ଏହା ଦ୍ୱାରା ଘରର ମୁଖ୍ୟ ଲୋକଙ୍କର ସବୁ ଅସୁବିଧା ଦୂର ହୋଇଯାଇଥାଏ। ଆଉ ଯଦି ଆପଣଙ୍କର ଘରେ ବ୍ୟବହାର କରୁଥିବା ଲୁଣକୁ ଆପଣ କୌଣସି ଲୁହା ବା ଷ୍ଟିଲ ଜିନିଷରେ ରଖୁଛନ୍ତି ତେବେ ଏହା ବହୁତ ଖରା-ପ ହୋଇଥାଏ।
ମନେକରନ୍ତୁ ଘରେ ଆପଣ ବ୍ୟବହାର କରାଯାଉଥିବା ଲୁଣକୁ କେବେବି ଷ୍ଟିଲ କିମ୍ବା ଲୁହାରେ ରଖନ୍ତୁ ନାହିଁ। କାରଣ ଲୁଣ ଚନ୍ଦ୍ରମା ଏବଂ ଲୁହା ଶନି ହେବା ଯୋଗୁ ଚନ୍ଦ୍ର ଏବଂ ଶନିଙ୍କର ମିଳନ ହେବା ଯୋଗୁ ଏହା ଆପଣଙ୍କର ଘର ପାଇଁ ବହୁତ ଘା-ତକ ଅଟେ। ଏହା ଦ୍ୱାରା ଘରେ ରୋଗ ଏବଂ ସୁଖ ବଢିନଥାଏ ଏବଂ ଘରେ ଅଯଥା ଖର୍ଚ୍ଚ ହେବାରେ ଲାଗିଥାଏ।ଲୁଣକୁ କୌଣସି ପ୍ଲାଷ୍ଟିକ ପାତ୍ରରେ ରଖିବା ଦରକାର।ଏହା ସହିତ ଆପଣ କାଚ ପାତ୍ରରେ ମଧ୍ୟ ରଖିପାରିବେ।ଆଉ ଏହା ମଧ୍ୟ ଜାଣି ରଖନ୍ତୁ ଯେ ଲୁଣ ଯଦି ତଳେ ଢାଳି ହୋଇଗଲା ତେବେ ଏହା ଦ୍ୱାରା ଚନ୍ଦ୍ର ଏବଂ ଶୁକ୍ର ଦୁହେଁ କମଜୋର ହୋଇଯାଇଥାନ୍ତି। ଯାହା ଦ୍ୱାରା ଆପଣଙ୍କର ଘରୁ ମା ଲକ୍ଷ୍ମୀ ଛାଡି ଚାଲି ଯାଇଥାନ୍ତି। ଏବଂ ଆପଣଙ୍କର ଘରେ ଋଣର ଭାର ବଢିଯାଇଥାଏ।
ଏହା ସହିତ ରୋଷେଇ କଲା ବେଳେ କେବେବି ତରକାରୀ ରଖନ୍ତୁ ନାହିଁ। ଏହା ଦ୍ୱାରା ଭୋଜନରେ ପବିତ୍ରତା ନଷ୍ଟ ହୋଇଯାଇଥାଏ। ଏବଂ ଘରକୁ ଦରିଦ୍ରତା ମଧ୍ୟ ମାଡି ଆସିଥାଏ। କାରଣ ଖାଦ୍ୟ ବାଢିସାରିବା ପରେ ଭଗବାନଙ୍କୁ ଅର୍ପଣ କରି ଭୋଜନକୁ ଚାଖନ୍ତୁ। ଆଉ ଯଦି ଘରୁ ଦାରିଦ୍ରତାକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଗୁରିବାରକୁ ଛାଡି ଅନ୍ୟ ଦିନ ଘର ପୋଛା କଲା ବେଳେ ଅଳ୍ପ ସମୁଦ୍ର ଲୁଣ ପକାଇ ଘର ପଛନ୍ତୁ। ଯାହା ଦ୍ୱାରା ଘରେ ଧନ ବଢ଼ିବାରେ ଲାଗିବ।
କିନ୍ତୁ ମନେ ରଖନ୍ତୁ ସପ୍ତାହର ସବୁଦିନ କଲେ ଚଳିବ କିନ୍ତୁ ଗୁରୁବାର ଦିନ କରିବେ ନାହିଁ। କାରଣ ଗୁରୁବାର ମା ଲକ୍ଷ୍ମୀଙ୍କର ବାର ହୋଇଥାଏ। ଏବଂ ସମୁଦ୍ରରୁ ମା ଲକ୍ଷ୍ମୀଙ୍କର ଜନ୍ମ ହୋଇଥିଲା। ତେଣୁ ମନେରଖନ୍ତୁ ଗୁରୁବାର ଦିନ କୌଣସି ଲୁଣ ପକାଇ ଘର ପୋଛିବେ ନାହିଁ। ଯଦି ଆପଣଙ୍କର ପିଲାଙ୍କୁ ନଜର ଲାଗିଛି ତେବେ ଗୋଟେ ଚିମୁଟା ଲୁଣ ଆଣି ସାତ ଥର ତାର ମୁଣ୍ଡରେ ବୁଲାଇ ବହି ଯାଉଥିବା ପାଣିରେ କିମ୍ବା ଟପ ଖୋଲି ସେହି ପାଣିରେ ପକାଇ ଦିଅନ୍ତୁ। ଦେଖିବେ ଆପଣଙ୍କର ପିଲା ଉପରୁ ନଜର ଦୋଷ ଭଲ ହୋଇଯିବ।