ଘରୁ କିପରି ବାହାର କରିବେ ମୂଷା। ଏମିତି ଏକ ଘରୋଇ ଉପଚାର ଯାହାର ପ୍ରୟୋଗ ଦ୍ୱାରା ଘରେ ରହିବେ ନାହିଁ ମୂଷା।

ଯେଉଁ ଘରେ ମୂଷା ଥାଏ ସେହି ଘରର ଲୋକମାନଙ୍କର ଭୌତିକ ବିକାଶ ସଠିକ ଭାବରେ ହୋଇନଥାଏ। ମୂଷା ଗୃହରେ ମଇଳା କରିବା ସହିତ ଦରିଦ୍ରତାକୁ ଜନ୍ମ ଦେଇଥାଏ। ଯାହାର କାରଣରୁ ଘରେ ଅନେକ ପ୍ରକାରର ରୋଗ ହୋଇଥାଏ। ସେମାନେ ଘରର ଖାଦ୍ୟ ଠାରୁ ଆରମ୍ଭ କରି ଆସବାବପତ୍ର ଏବଂ ଆହୁରି ଅନେକ ଜିନିଷ ନଷ୍ଟ କରିଦେଇଥାନ୍ତି।

ଏହାଛଡା ଘରେ ମୂଷା ରହିବା ଦ୍ୱାରା ପିଲା ମାନଙ୍କୁ କେତେ ପ୍ରକାରର ରୋଗ ହୋଇଥାଏ। ଲୋକମାନେ ମୂଷାକୁ ଘରୁ ବାହାର କରିବା ପାଇଁ ଅନେକ ଉପାୟ କରିଥାନ୍ତି। ବଜାରରେ ମଧ୍ୟ ମୂଷା ମାନଙ୍କୁ ମାରିବା ପାଇଁ କେତେପ୍ରକାରର ଔଷଧ ମିଳିଥାଏ ମାତ୍ର ଘରୁ ମୂଷା କମି ନଥାନ୍ତି। ତେବେ ଜାଣନ୍ତୁ ଏମିତି ଏକ ଘରୋଇ ଆୟୁର୍ବେଦିକ ଉପଚାର ରହିଛି ଯାହାଦ୍ୱାରା ଘରୁ ମୂଷା ଦୂରେଇ ଯାଇଥାନ୍ତି।

ମୂଷା ବାହାର କରିବାର ଉପାୟ:

୧. ପ୍ରଥମ ଉପାୟଟି ହେଉଛି ପେପର ମିଣ୍ଟ ତେଲ। ପେପର ମିଣ୍ଟ ତେଲର ବ୍ୟବହାର ଦ୍ୱାରା ଆମେ ଅତି ସହଜରେ ମୂଷାକୁ ଘର ଭିତରୁ ବାହାର କରି ପାରିବା। କାରଣ ଏହି ତେଲର ଗନ୍ଧ ବହୁତ ତୀବ୍ର ହୋଇଥାଏ। ଏହାକୁ ମୂଷା ମାନେ ସହ୍ୟ କରି ପାରନ୍ତି ନାହିଁ। ତୁଳର ଛୋଟ ଛୋଟ ଗୁଳା କରି ସେଥିରେ ପେପର ମିଣ୍ଟ ତେଲ ଲଗାଇ ଦିଅନ୍ତୁ। ପ୍ରସ୍ତୁତ କରିଥିବା ତୁଲା ଗୁଳିରେ ତେଲ ଲଗାଇ ସେହି ସ୍ଥାନରେ ରଖି ଦିଅନ୍ତୁ ଯେଉଁଠାରେ ମୂଷା ମାନେ ରହିଥାନ୍ତି। ଏହାର ଗନ୍ଧ ପାଇବା ମାତ୍ରେ ମୂଷା ମାନେ ଏଠାରୁ ଚାଲିଯିବେ।

୨. ମୂଷା ଦୂର କରିବା ପାଇଁ ଆଉ ଗୋଟିଏ ଉପାୟ ହେଲା ଲାଲ ଲଙ୍କା ଗୁଣ୍ଡ ଏହି ଉପାୟରେ ମୂଷା ଶୀଘ୍ର ଘରୁ ବାହାରି ଯାଇଥାନ୍ତି। ଏଥିପାଇଁ ଆପଣ କିଛି ଲଙ୍କା ଗୁଣ୍ଡ ନିଅନ୍ତୁ ଏବଂ ଅଳ୍ପ ଶୁଖିଲା ଅଟରେ ତାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ଏହାକୁ ମୂଷା ରହୁଥିବା କିମ୍ବା ଯିବା ଆସିବା କରୁଥିବା ସ୍ଥାନରେ ରଖି ଦିଅନ୍ତୁ। ମୂଷାର ନାକ ସମ୍ବେଦନଶୀଳ ହୋଇଥାଏ। ଯେତେବେଳେ ସେମାନେ ଏହି ମିଶ୍ରଣକୁ ଖାଇବାକୁ ଚେଷ୍ଟା କରିଥାନ୍ତି କିମ୍ବା ଏହାର ପାଖକୁ ଯାଇଥାନ୍ତି ସେତେବେଳେ ଏହି ଲାଲ ଲଙ୍କା ଗୁଣ୍ଡ ସେମାନଙ୍କୁ ବିତାଡିତ କରିଥାଏ ଏବଂ ମୂଷା ସେହି ଘର ଛାଡ଼ି ଚାଲିଯିବେ। ପିଲା ମାନେ ଯେପରି ଏହି ମିଶ୍ରଣ ଠାରୁ ଦୂରେଇ ରୁହନ୍ତୁ ସେଥିପ୍ରତି ଧ୍ୟାନ ରଖନ୍ତୁ।

୩. ତୃତୀୟ ଉପାୟଟି ହେଉଛି ତେଜପତ୍ର। ତେଜପତ୍ରକୁ ଆମେ ସବୁବେଳେ ଖାଇବା ଖାଦ୍ୟରେ ବ୍ୟବହାର କରିଥାଉ। ବହୁତ କମ ଲୋକ ଜାଣିଛନ୍ତି ଯେ, ମୂଷାକୁ ଘର ଭିତରୁ ବାହାର କରିବା ପାଇଁ ତେଜପତ୍ରର ମଧ୍ୟ ବ୍ୟବହାର କରାଯାଇଥାଏ। ଆପଣ ୪/୫ ଟି ତେଜପତ୍ର ନିଅନ୍ତୁ। ରାତିରେ ଶୋଇବା ସମୟରେ ଏହାକୁ ଜଳାଇ ଦିଅନ୍ତୁ। ଆଉ କିଛି ସମୟ ପାଇଁ କବାଟ ଝରକା ବନ୍ଦ କରି ଦିଅନ୍ତୁ। ତେଜପତ୍ରର ଗନ୍ଧରୁ ମୂଷା ମାନେ ଘରୁ ବାହାରକୁ ପଳାଇଯିବେ। ତେଜପତ୍ର ଦ୍ୱାରା କେଵଳ ମୂଷା ନୁହନ୍ତି ମଶା ମାଛି ମଧ୍ୟ ଘରୁ ଦୂରେଇ ଯାଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *