ବେଳେ ବେଳେ ଇଣ୍ଟରନେଟରେ କୋଉ ଜିନିଷ କେତେବେଳେ ଭାଇ-ରାଲ ହୋଇଯିବ ତାହା କାହାକୁ ଜଣା ନଥାଏ। ଏବେ ସେମିତି ଏକ ବୁଲଡୋଜରର ଫଟୋ ଭାଇ-ରାଲ ହେବାରେ ଲାଗିଛି। ଦୁନିଆର ବ୍ୟସ୍ତବହୁଳ ଜଳ ମାର୍ଗ ସୁଇଜ କେନାଲରେ ସବୁଠୁ ବଡ କଣ୍ଟେନର ଜାହାଜ ଏଭରଗ୍ରୀନ୍ ଗତ ତିନି ଦିନ ହେଲା ଅଟକି ରହିଛି। ଏହି ରାସ୍ତାଟି ଜଳ ପଥରେ ବ୍ୟବସାୟ କରୁଥିବା ଦୁନିଆର ଅଧାରୁ ଅଧିକ ଦେଶମାନଙ୍କ ପାଇଁ ଅତ୍ୟନ୍ତ ଗୁରୁ-ତ୍ଵପୂର୍ଣ୍ଣ ହୋଇଥିବା ବେଳେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଏହି ବିଶାଳକାୟ ଜାହାଜକୁ ହଟାଇବା ପାଇଁ ଏକ ବୁଲଡୋଜର ଡକାଯାଇଥିଲା। ଯାହାର ଫଟୋ ଏବେ ଇଣ୍ଟରନେଟରେ ବେଶ ଭାଇ-ରାଲ ହେବାରେ ଲାଗିଛି।
ସୋସିଆଲ ମିଡ଼ିଆ ବ୍ୟବହାର କରିମାନେ ଏହାର ଆକାରକୁ ଦେଖି ପରିହାସ କରିବାକୁ ଲାଗିଛନ୍ତି। ବାସ୍ତବରେ, ଜାହାଜକୁ ହଟେଇବା ପାଇଁ ଡ଼କାଯାଇଥିବା ବୁଲଡୋଜର ବହୁତ ଛୋଟ ଥିଲା। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଲୋକମାନେ ବଡ଼ ଜାହାଜ ନିକଟରେ ସେହି ଛୋଟ ବୁଲଡୋଜରକୁ ଦେଖି ମନଭରି ପରିହାସ କରିବା ସହ ମଜା ନେଉଛନ୍ତି। ଏବଂ ଅନେକ ମେମେ ସେୟାର କରିବାରେ ଲାଗିଛନ୍ତି।
This is my favourite meme format in a long time pic.twitter.com/p7XOuC43PU
— Ben Harris-Roxas (@ben_hr) March 24, 2021
ଅନ୍ୟପକ୍ଷରେ ଏହି ଜାହାଜ ଅଟକି ରହିଥିବାରୁ ବିଭିନ୍ନ ଦେଶକୁ ପେଟ୍ରୋଲିୟମ ଉତ୍ପାଦ ବିତରଣରେ ବାଧା ସୃଷ୍ଟି ହୋଇଛି। ସେଠାରେ ୧୦ ଟି ଅଶୋଧିତ ଟ୍ରାକର୍ ଟ୍ରାଫିକ୍ ଜାମ୍ରେ ଫସି ରହିଛନ୍ତି ଯେଉଁଥିରେ ୧୩ ନିୟୁତ ବ୍ୟାରେଲ୍ ଅଶୋଧିତ ତୈଳ ଲୋଡ୍ ହୋଇଛି। ଜାହାଜ ଅଟକି ରହିବା ପରେ ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ବିଭିନ୍ନ ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ବାସ୍ତବରେ, ସୁଇଜ୍ କେନାଲ ଦେଇ ପ୍ରତିଦିନ ୫୦ ଟି ଜାହାଜ ଯାତାୟାତ କରୁଥିବା ବେଳେ ବିଶ୍ଵର ୧୨ ପ୍ରତିଶତ ବାଣିଜ୍ୟ କାରବାର ଏହି କେନାଲ ଦେଇ କରାଯାଇଥାଏ। ତେଣୁ ଏହି ଜାହାଜଟି ଅଟକି ରହିଥିବାରୁ ଲକ୍ଷ ଲକ୍ଷ ଲୋକଙ୍କର କ୍ଷ-ତି ହେଉଛି। ଏଭରଗ୍ରୀନ୍ ନାମକ ଏହି ଜାହାଜ ମଙ୍ଗଳବାର ଦିନ ପ୍ରବଳ ପବନ ପରେ ସୁଇଜ୍ କେନାଲରେ ଫସି ରହିଥିଲା ଏବଂ ଏହା ମାଝୀ ରାସ୍ତାରେ ଅଟକି ରହିବା କାରଣରୁ ଦୁନିଆର ସାମୁଦ୍ରିକ ଯାତାୟାତ ବ-ନ୍ଦ ହୋଇଯାଇଛି।
https://twitter.com/deebashadnia/status/1374751523373203461?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1374751523373203461%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fgiant-ship-stuck-in-suez-canal-mini-bulldozer-came-to-help-funny-memes-goes-viral-on-social-media-2399536
When you feel stressed at work, take a look at this tiny excavator. The burden of dredging the route between Asia and Europe rests squarely on its shoulders. #EVERGIVEN #suezcanal pic.twitter.com/mCoehqgOxc
— Vsy (@vsy) March 24, 2021
— Nasri Atallah • نصري عطاالله (@NasriAtallah) March 24, 2021
Evergreen pic.twitter.com/QX33cgM6tC
— RedPen-kinases-BlackPen (@redpenblackpen) March 24, 2021
ସୂ-ଚ-ନା ଅନୁଯାୟୀ, ଏହି ଜାହାଜର ଲମ୍ବ ୪୦୦ ମିଟର ଏବଂ ଚଉଡା ୫୯ ମିଟର। ତେଣୁ ଏହାକୁ ହଟାଇବା ଅ-ତ୍ୟ-ନ୍ତ କ-ଷ୍ଟ-କର ହୋଇପଡିଛି। ଏହାକୁ ହଟାଇବା ପାଇଁ ଆହୁରି ୨ ରୁ ୩ ଦିନ ସମୟ ଲାଗିପାରେ ବୋଲି କୁହାଯାଉଛି। ତେବେ ଏହି ବିଶାଳକାୟ ଜାହାଜ ନିକଟରେ ଛୋଟ ବୁଲଡୋଜର ଛିଡା ହୋଇଥିବା ଫଟୋ ସେୟାର ହେବା ମାତ୍ରେ ଭାଇ-ରାଲ ହୋଇଥିଲା ଏବଂ ଉପଭୋକ୍ତାମାନେ ଏଥିରେ ଅନେକ ମଜାଳିଆ କମେଣ୍ଟ କରିଥିବାର ମଧ୍ୟ ଦେଖିବାକୁ ମିଳିଛି। ଏଥି ସହିତ ବ୍ୟଙ୍ଗ ଚିତ୍ରକର ଚାଜ୍ ହାଟନ୍ ଟ୍ରାଫିକ୍ ଜାମ ଉପରେ ଏକ ବ୍ୟଙ୍ଗ ଚିତ୍ର ତିଆରି କରି ପୋ-ଷ୍ଟ କରିଛନ୍ତି।
Today’s Comic: We are all, in our own little way, that ship. pic.twitter.com/GVDjLxzErX
— Chaz Hutton (@chazhutton) March 24, 2021
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।