ସୋମବାର ଦିନ ଅଷ୍ଟ୍ରେଲିଆର ଏକ ବିଦ୍ୟାଳୟରେ ଗୋଟେ ବିଶାଳକାୟ ପୋକ ମିଳିଛି,ଏହା ଏତେ ବଡ ଏବଂ ଏତେ ଭାରୀ ଯେ ଉଡ଼ିବା ତା ପାଇଁ ବହୁତ କଷ୍ଟକର ହେଉଛି। ଦ ଗାର୍ଡିଆନ ରିପୋର୍ଟ ଅନୁଯାୟୀ କୁଇନ୍ସଲ୍ୟାଣ୍ଡର ମାଉଣ୍ଟ କଟନ ଷ୍ଟେଟ ସ୍କୁଲରେ ନୂତନ ଶ୍ରେଣୀଗୃହ ନିର୍ମାଣ କରୁଥିବା ବେଳେ ବିଲଡରମାନେ ଏକ ବିଶାଳ କାଠ ପୋକ ପାଇଥିଲେ। ପୋକର ଆକାର ଏକ ମୂଷା ପରି ଥିଲା । ଏହି ପୋକ ଦେଖିବାକୁ ଅତି ଭୟଙ୍କର ।
ଏହି ପୋକର ଡେଣାର ଲମ୍ବ ୨୫ ସେଣ୍ଟିମିଟର ଏବଂ ଏହାର ମୋଟ ଓଜନ ପ୍ରାୟ ୩୦ ଗ୍ରାମ ବୋଲି କୁହାଯାଉଛି। ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି ଏହି ପୋକକୁ ଏକ ବିଲଡିଂ ପାଖରେ ବସିଥିବାର ଦେଖିବାକୁ ପାଇଥିଲେ । ଭାରୀ ଓଜନ ହେତୁ ଏହି ପୋକ ଉଡି ପାରୁନଥିଲା । ପରେ ଏହି ପୋକାକୁ ଜଙ୍ଗଲରେ ଛାଡି ଦିଆଗଲା ।
ଖବର ଅନୁଯାୟୀ ଏହି ପୋକ ଖୋଜିବା ପରେ ଏହି ବିଦ୍ୟାଳୟ ବହୁତ ଖୁସି ଅଛି । ସେମାନେ ସୋସିଆଲ ମିଡିଆରେ ପୋକର କିଛି ଫଟୋ ସେୟାର କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମେଗାନ୍ ଷ୍ଟିୱାର୍ଡ ଏବିସି ରେଡିଓ ବ୍ରିସବେନକୁ କହିଛନ୍ତି ଯେ ଏହି ପୋକର ଆକାର ଦୁଇଟି ମୁଠି ସହିତ ସମାନ।
କୁଇନ୍ସଲ୍ୟାଣ୍ଡ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ପୋକ କୁଇନ୍ସଲ୍ୟାଣ୍ଡରୁ ଦକ୍ଷିଣ ନ୍ୟୁ ସାଉଥ ୱେଲ୍ସ ପର୍ଯ୍ୟନ୍ତ ମିଳିଥାନ୍ତି। ଡକ୍ଟର ଖ୍ରୀଷ୍ଟାଇନ୍ ଲମ୍ବକିନ୍ କହିଛନ୍ତି ଯେ ଏକ ମହିଳା ପୋକର ଡେଣାର ଲମ୍ବ ପ୍ରାୟ ୨୫ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ। ସେ କହିଛନ୍ତି ଯେ ଏହି ପୋକ ପାଇବା ଏକ ଅସାଧାରଣ ଘଟଣା ନୁହେଁ। ଅବଶ୍ୟ ଗ୍ରୀଷ୍ମ ଋତୁରେ ଏହି ପୋକ ମିଳିବା ଅସ୍ୱାଭାବିକ ଅଟେ । ଏହି ପୋକ ଏଥିପାଇଁ ମଧ୍ୟ ସ୍ଵତନ୍ତ୍ର କାରଣ ଏହାର ପ୍ରଥମ ବର୍ଷରେ ଇଏ କ’ଣ ହୁଏ ଆମେ ଜାଣିନାହୁଁ ।