ଭଗବାନଙ୍କୁ ମଧ୍ୟ ଲାଗିଲା ଥଣ୍ଡା..ପିନ୍ଧା ଗଲା ସ୍ବେଟର, କମ୍ବଳ – ରେଜାଈର ମଧ୍ୟ ବ୍ୟବସ୍ଥା

ଭକ୍ତ , ଭାବ ଏବଂ ଭଗବାନ। ଏହି ତିନୋଟି ଶବ୍ଦ ଭିତରେ ପରସ୍ପରର ଗଭୀର ସମ୍ପର୍କ ରହିଛି। ଏହି କାରଣ ଅଟେ କି ଏଥର ସମୟ କିଛି ପୂର୍ବରୁ ଥଣ୍ଡା ଆସିଥିବାରୁ କାଶୀର ମନ୍ଦିରରେ ଭଗବାନଙ୍କ ପୂଜା  ସହିତ ଭକ୍ତ ନିଜର ଭଗବାନଙ୍କୁ ଥଣ୍ଡାରୁ ବଞ୍ଚେଇବା ପାଇଁ ତାଙ୍କର ସ୍ବେଟର ଏବଂ ରେଜାଇର ସୃଙ୍ଗାର କରୁଛନ୍ତି।

ଉତ୍ତରପ୍ରଦେଶର ଧାର୍ମିକ ନଗରୀ ବାରାଣସୀର ମନ୍ଦିରର ଭଗବାନଙ୍କୁ ଥଣ୍ଡାରୁ ବଞ୍ଚେଇବା ପାଇଁ କେବଳ ସ୍ବେଟର ନୁହେଁ ବଂର ରେଜାଈ, କମ୍ବଳର ମଧ୍ୟ ଆବଶ୍ୟକତା ପଡୁଛି। ଲୋହଟିୟା ସ୍ଥିତ ପ୍ରାଚୀନ ବଡ ଗଣେଶ ମନ୍ଦିରରେ ବିଘ୍ନର୍ହତାଙ୍କର କମ୍ବଳରେ ସୃଙ୍ଗାର କରାଯାଇଛି ଏବଂ ସର୍ଧ୍ଧୁଳ ମାନେ ଗଣେଶଙ୍କୁ ଥଣ୍ଡାରୁୁ ବଞ୍ଚେଇବା ପାଇଁ ରେଜାଈ , କମ୍ବଳ ଘୋଡାଇଛନ୍ତି।

ଏହାର ପାଖାପାଖି ରାମ ଜାନକୀ ମନ୍ଦିରର ସମ୍ପୁର୍ଣ୍ଣ ରାମ ଦରବାର ଏବଂ ରାଧା – କୃଷ୍ଣ ବିଗ୍ରହ ମଧ୍ୟ ଉଲ ବସ୍ତ୍ରରେ  ଘୋଡା ହୋଇଛି। ଏଥିରେ ଉଲର କପଡା ଠାରୁ ଟୋପି ପର୍ଯ୍ୟନ୍ତ। କାଶୀର ସାଧୁ ମାନଙ୍କ ପାଇଁ ଭଗବାନ ଏବଂ ଭକ୍ତିରେ ଏହି ସମାନତା ଅଛି କି ଯଦି ଥଣ୍ଡା ଭକ୍ତଙ୍କୁ ହେଉଛି ତାହେଲେ ଥଣ୍ଡା ଭଗବାନଙ୍କୁ ମଧ୍ୟ ଲାଗିପାରେ। କିନ୍ତୁ ଏ ବର୍ଷ ଥଣ୍ଡା ଜଲଦି ପଡିଥିବାରୁ ଲୋକମାନେ ବହୁତ ହଇରାଣ ଏବଂ ସମସ୍ୟାର ସମ୍ମୁଖିନ ହେଉଛନ୍ତି।

ଜଣେ ସାଧୁ ପ୍ରିୟଙ୍କା କହିଛନ୍ତି କି ଏମିତି ଲାଗୁଛି କି ଏ ବର୍ଷ ଲକଡାଉନରେ ପ୍ରଦ୍ୟୁଷଣ କମ ହେଉଛି, ଯେଉଁଥି ପାଇଁ ପ୍ରକୃତି ତାର ମୂଳ ରୂପକୁ ଫେରିଛି ଏବଂ ସେଥିପାଇଁ ସମୟ ପୂର୍ବରୁ ଏପରି ଥଣ୍ଡାର ପ୍ରଭାବ ପଡୁଛି। ସେ କହୁଛନ୍ତି କି ଆସ୍ଥାନୁସାରେ ଆମେ ଯେଉଁ ଭଗବାନଙ୍କୁ ଅର୍ପଣ କରୁଛୁ ସେ ପୁଣି ଥରେ ମିଳିଥାଏ। ଏଥିପାଇଁ ଥଣ୍ଡାରେ ଭଗବାନଙ୍କୁ ଉଲର ବସ୍ତ୍ର ଏବଂ କମ୍ବଳ, ରେଜାଈର ସୃଗାର କରିଛୁ।

ବଡ ଗଣେଶ ମନ୍ଦିରର ପୂଜାରୀ ପ୍ରଦିପ କହିଛନ୍ତି କି ଏ ବର୍ଷ ସମୟ ପୂର୍ବରୁ ଶୀତ ଅନୁଭୂତ ହେଉଛି।ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର ବୈକୁଣ୍ଠ ଚତୁର୍ଦଶୀ ଠାରୁ ଭଗବାନଙ୍କୁ ଗରମ ବସ୍ତ୍ର ପିନ୍ଧା ଆରମ୍ଭ ହୋଇଥାଏ, ଯାହା ବସନ୍ତ ପଞ୍ଚମି ପର୍ଯ୍ୟନ୍ତ ଚାଲିଥାଏ। ଯେଉଁ ପ୍ରକାରର ମନୁଷ୍ୟକୁ ଶୀତ ହୋଇଥାଏ ସେହି ପ୍ରକାରର ଭଗବାନଙ୍କୁ ମଧ୍ୟ ଶୀତ ହୋଇଥାଏ। ଏହା ଭାବନାର ପୂଜା ଅଟେ।

ରାମ – ଜାନକୀ ମନ୍ଦିରର ପୂଜାରି ଦେବେନ୍ଦ୍ରନାଥ ମଧ୍ୟ କହିଛନ୍ତି କି ମନୁଷ୍ୟଙ୍କ ପରି ଭଗବାନଙ୍କୁ ମଧ୍ୟ ଶୀତ କପଡା ବ୍ୟତିତ ବହୁତ ଶୀତ ହେତୁ ହିଟର ଏବଂ ବ୍ଲୋଅର ମଧ୍ୟ ଲଗା ଯାଇଥାଏ। ଏକ ସାଧୁ ସୀଲମ କହିଛନ୍ତି କି ଭଗବାନଙ୍କୁ ଉଲର ବସ୍ତ୍ର ପିନ୍ଧାଇବା ପଛରେ ଭଗବାନଙ୍କୁ ପ୍ରକଟ କରିବା ହୋଇଥାଏ।

ବାରାଣସୀରେ ଶୀତର ପ୍ରଭାବ କହିବାକୁ ଗଲେ ତାପମାନ ସାଢେ ୬ଡିଗ୍ରୀ ତଳକୁ ଖସି ସାରିଛି। ବାରାରସୀରେ ଅତି ବେଶୀରେ ତାପମାନ ୧୮ ଡିଗ୍ରୀ ଆଉ ଅତି କମରେ ୬ ଡିଗ୍ରୀ ତାପମାନ ହୋଇଥାଏ। ସେଇଠି ଆଇଏମଡିଙ୍କ ଅନୁସାରେ ସହରରେ ଥଣ୍ଡା ପବନ ଅନୁଭୂତ ହେଲାଣି। ଯଦି ଏପରି ଚାଲି ରହିଲା ତେବେ ବାରାଣସୀର ଲୋକମାନଙ୍କ ପାଇଁ ସେଠାରେ ରହିବା ବହୁତ ସମସ୍ୟା ହୋଇ ପାରେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *