ଗୋଟିଏ ହାତରେ ସ୍ତ୍ରୀର କଟା ମୁଣ୍ଡ, ଅନ୍ୟ ହାତରେ ଛୁରୀ ଏବଂ ମୁହଁରେ ହସ …

ରାସ୍ତାରେ ନିଜ ଯୁବତୀ ପତ୍ନୀଙ୍କର କ୍ଷତ ବିକ୍ଷତ କଟା ମୁଣ୍ଡ ଧରିଥିବା ଜଣେ ବ୍ୟକ୍ତିଙ୍କ ଭାଇରାଲ ଭିଡିଓ ସମଗ୍ର ଇରାନକୁ ଥରାଇ ଦେଇଛି । ଯେତେବେଳେ ବ୍ୟକ୍ତି ଜଣକ ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଛନ୍ତି ସେତେବେଳେ ସେ ଏପରି କାମ କରିଥିଲେ । ପୋଲିସ୍ କୁ ସନ୍ଦେହ ହେଉଛି ଯେ 17 ବର୍ଷିୟ ମୋନା ହୈଦରୀଙ୍କୁ ତାଙ୍କ ସ୍ୱାମୀ ଏବଂ ଭିଣେଇ ଦକ୍ଷିଣ-ପଶ୍ଚିମ ସହର ଅହଭାଜରେ ହତ୍ୟା କରିଛନ୍ତି,ଇରାନର ଆଇଏସଏନଏ ସମାଚାର ଏଜେନ୍ସି ଏହି ରିପୋର୍ଟ ଦେଇଛି ।

ସରକାରୀ ସମାଚାର ଏଜେନ୍ସି ରିପୋର୍ଟ ଅନୁଯାୟୀ ସୋମବାର ସ୍ଥାନୀୟ ପୋଲିସ୍ ଦୁଇଜଣ ଅପରାଧୀଙ୍କୁ ଗିରଫ କରିଛନ୍ତି । ଏହି ଘଟଣା ପରେ ଇରାନର ମହିଳା ମାମଲାର ଅଧ୍ୟକ୍ଷ ଏନ୍ସିଂହ ଖଲାଜି ତତକ୍ଷଣାତ୍ ପଦକ୍ଷେପ ନେବା ଏବଂ ଏଭଳି ଘଟଣାକୁ ରୋକିବା ପାଇଁ ସଂସଦ କର୍ତ୍ତୁପକ୍ଷଙ୍କ ନିକଟରେ ଦାବି କରିଛନ୍ତି ।

ଇରାନର ଖବରକାଗଜ ଏବଂ ସୋସିଆଲ ମିଡିଆରେ ଏହି ହତ୍ୟାକାଣ୍ଡକୁ ନେଇ ଲୋକମାନଙ୍କ ମଧ୍ୟରେ ଆଶ୍ଚର୍ୟ୍ଯ ଓ କ୍ରୋଧ ଦେଖାଯାଉଛି ଏବଂ ଲୋକମାନେ ସାମାଜିକ ତଥା ଆଇନଗତ ସଂସ୍କାର ଆଣିବାକୁ ନିବେଦନ କରିଛନ୍ତି । ଦୈନିକ ନ୍ୟୁଜପେପର୍ ସାଜାନଦେଗି ର ରେପୋର୍ଟ ଅନୁଯାୟୀ “ଜଣେ ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଗଲା, ତାଙ୍କ ମୁଣ୍ଡକୁ ରାସ୍ତାରେ ଦେଖିଆ ଯାଇଥିଲା ଏବଂ ହତ୍ୟାକାରୀ ଏଥି ପାଇଁ ଗର୍ବିତ ମଧ୍ୟ ଥିଲା “। ସେହି ରିପୋର୍ଟ୍ ରେ ଆହୁରି ମଧ୍ୟ କୁହାଯାଇଛି ଯେ “ଆମେ ଏପରି ଦୁଃଖଦ ଘଟଣାକୁ କିପରି ଏତେ ସହଜରେ ଗ୍ରହଣ କରିପାରିବା ? ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଯାହା ଦ୍ଵାରା ଆଉ କୌଣସି ମହିଳାଙ୍କ ସହ ଏପରି ନହେବ । ”

ଲୋକପ୍ରିୟ ନାରୀବାଦୀ ଫିଲ୍ମ ନିର୍ମାତା ତହମିନେ ମିଲାନି ଇନଷ୍ଟାଗ୍ରାମରେ ଏକ ପୋଷ୍ଟକରି ଲେଖିଛନ୍ତି ଯେ-“ମୋନା ହୈଦରୀ ଅଜ୍ଞତାର ଶିକାର ହୋଇଥିଲେ ଏବଂ ଏହି ଅପରାଧ ପାଇଁ ଆମେ ସମସ୍ତେ ଦାୟୀ ବୋଲି ସେ କହିଛନ୍ତି “। ହୈଦରୀଙ୍କ ହତ୍ୟା ପରେ ପାରିବାରିକ ହିଂସାରୁ ମହିଳାମାନଙ୍କୁ ରକ୍ଷା କରିବା ପାଇଁ ଆଇନରେ ପରିବର୍ତ୍ତନ ଏବଂ ବିବାହ ପାଇଁ ଥିବା ଆଇନଗତ ବୟସ ସୀମା କୁ ବଢ଼ାଇବା ପାଇଁ ଦାବି ପୁଣି ଜୋରଦାର ହୋଇଛି । ବର୍ତ୍ତମାନ ଇରାନରେ ବିବାହର ସର୍ବନିମ୍ନ ବୟସ 13 ବର୍ଷ ରହିଛି ।

ଇରାନର ଗଣମାଧ୍ୟମ ଅନୁଯାୟୀ, ଯେତେବେଳେ ପୀଡିତାଙ୍କ ବିବାହ ହୋଇଥିଲା ସେତେବେଳେ ତାଙ୍କୁ ମାତ୍ର 12 ବର୍ଷ ହୋଇଥିଲା ଏବଂ ହତ୍ୟା ହେବା ବେଳକୁ ତାଙ୍କର ତିନି ବର୍ଷର ପୁଅ ଥିଲା । ଓକିଲ ଅଲି ମୋଜତହଜାଦେହେ ସମାଜବାଦୀ ପେପର ଶାର୍ଗରେ ଅନର କିଲିଙ୍ଗ କୁ ପ୍ରୋତ୍ସାହନ ଦେବା ପଛରେ କାନୁନ କୁ ଦାୟୀ କରିଛନ୍ତି ।

ସଂସଦର ସଦସ୍ୟ ଏଲହମ୍ ନଦାଫ୍ କହିଛନ୍ତି ଆଇଏଲ୍ଏନ୍ଏ ନ୍ୟୁଜର ଏଜେନ୍ସିକୁ କହିଛନ୍ତି ଯେ “ଦୁଃଖର ବିଷୟ ଆମେ ଏଭଳି ଘଟଣା ଦେଖୁଛୁ କାରଣ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ଆଇନର କାର୍ଯ୍ୟକାରିତାକୁ ନିଶ୍ଚିତ କରିବା ପାଇଁ କୌଣସି ଠୋସ୍ ଉପାୟ ନାହିଁ ।

ଆଇଆରଏନଏ ରିପୋର୍ଟ ଅନୁଯାୟୀ ଅଧିକାରୀମାନେ ନ୍ୟୁଜ୍ ୱେବସାଇଟ୍ ରୋକନାକୁ ଏହା କହି ବନ୍ଦ କରିଦେଲେ କି ଏହା ମାନସିକ ସ୍ତରରେ ବିଚଳିତ ସମାଜକୁ ପ୍ରୋତ୍ସାହନ ଦେଉଛି । ବାସ୍ତବରେ ଏହି ୱେବସାଇଟ୍ ଭାଇରାଲ୍ ଭିଡିଓକୁ ସେୟାର କରିଥିଲା ​​।

Leave a Reply

Your email address will not be published. Required fields are marked *