ଗୋଟେ ସପ୍ତାହ ରେ ଚୁଟି ହୋଇଯିବ କଳା ଓ ଘଞ୍ଚ , ଜାଣନ୍ତୁ କେମିତି ଲଗାଇବା ପିଆଜ ର ରସ

କ’ଣ ଆପଣ ଲମ୍ବା ସମୟ ରୁ ଆପଣଙ୍କ ବାଳ କୁ ଲମ୍ବା କରିବା ପାଇଁ ପ୍ରୟାସ କରୁଛନ୍ତି କିନ୍ତୁ ଆପଣଙ୍କୁ କୌଣସି ଫଳ ମିଳୁନାହିଁ । ତେବେ ଚିନ୍ତା କରନ୍ତୁ ନାହିଁ କେବଳ ପିଆଜ ରସ ଲଗାନ୍ତୁ । ବାଳ ର ଉନ୍ନତି କରିବା ପାଇଁ ପିଆଜ ରସ ଯାଦୁ ଭଳି କାମ କରିଥାଏ । ଏହାର ନିୟମିତ ପ୍ରୟୋଗ ଏକ ଆଣ୍ଟିଅକ୍ସାଇଡ ଏଜାଇମ ର ସ୍ତର କୁ ବଢାଇ ଥାଏ ଯାହା କୁ କୈଟେଲେଜ କୁହାଯାଏ ।

ପିଆଜ ରସ ରେ ସଲଫର ରହିଥାଏ ଯାହା ଆପଣଙ୍କ ବାଳ କୁ ପୋଷଣ ଦେଇଥାଏ ଓ ପୁଣିଥରେ ଆକ୍ଟିଭ କରିବାରେ ସାହାଯ୍ୟ କରିଥାଏ । ସଲ୍ଫର ବାଳ କୁ ପତଳା ଓ ଝଡ଼ିବା ରୁ ରୋକିଥାଏ । ପିଆଜ ରସ ରେ ଥିବା ଆଣ୍ଟିଅକ୍ସାଇଡ ବାଳ କୁ ଧଳା ହେବାରୁ ରୋକିଥାଏ । ଯଦି ଆପଣଙ୍କ ବାଳ କୁ ବଢାଇବା ପାଇ ସହଜ ଉପାୟ ଖୋଜୁଛନ୍ତି ତେବେ ପିଆଜ ରସ ର ଉପଯୋଗ କହିଥିବା ବିଧି ଅନୁସାରେ କରନ୍ତୁ ।

ପିଆଜ ରସ ଓ କ୍ୟାସ୍ଟର ଓଏଲ

କ୍ୟାସ୍ଟର ଓଏଲ ଓ ପିଆଜ ରସ କୁ ଦୁଇ ବଡ଼ ଚାମଚ ମିଶାନ୍ତୁ । ତାପରେ ଏହାକୁ ମୁଣ୍ଡରେ ଲଗାଇ ଭଲ ଭାବରେ ମାଲିସ କରନ୍ତୁ । ଏକ ଘଣ୍ଟା ପର୍ଯ୍ୟନ୍ତ ରଖି ସେମ୍ପୁ ବ୍ୟବହାର କରି ଧୋଇ ଦିଅନ୍ତୁ । ଏହି ତେଲ କୁ ଦୁଇ ଦିନ ରେ ଥରେ ଲଗାନ୍ତୁ । କ୍ୟାସ୍ଟର ଓଏଲ ଯେବେ ପିଆଜ ରସ ସହ ମିଶାଇ ଲଗାଇଲେ ତେବେ ବାଳ ଝଡ଼ିବା କମ ହୋଇଥାଏ ଓ ଘଞ୍ଚ ହୋଇଥାଏ ।

ପିଆଜ ରସ ଓ ଅଲିଭ ତେଲ

ପିଆଜ ରସ ତିନି ଚାମଚ ଓ ଅଲିଭ ତେଲ ୧୧/୨ ହିସାବରେ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ତା ପରେ ଏହାକୁ ମୁଣ୍ଡରେ ଲଗାନ୍ତୁ ଓ ସାର୍କୁଲାର ମୋସନ ରେ ୫ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ । ଏହା ପରେ ଦୁଇ ଘଣ୍ଟା ଛାଡି ଦିଅନ୍ତୁ ଓ ତା ପରେ ସାମ୍ପୁ ରେ ଧୋଇ ଦିଅନ୍ତୁ । ଦୁଇ ଦିନ ରେ ଥରେ ଏହି ତେଲ କୁ ଲଗେଇବା ଦ୍ଵାରା ବହୁତ ଫାଇଦା ମିଳିଥାଏ । ଅଲିଭ ତେଲ ରେ ରୁପି ସହ ଲଢେଇ କରିବା ପାଇଁ ସାହାଯ୍ୟ କରିଥାଏ ଓ ଏହା ବାଳ କୁ ବଢ଼ାଇବା ପାଇଁ ସାହାଯ୍ୟ କରିଥାଏ । ଏହା ସହ ବାଳ କୁ କଣ୍ଡିସନ ମଧ୍ୟ କରିଥାଏ ।

ପିଆଜ ଓ ନଡ଼ିଆ ତେଲ

ଏକ ଛୋଟ ପାତ୍ର ନେଇ ସେଥିରେ ୨ ଟେବୁଲ ଚାମଚ ପିଆଜ ରସ ଓ ୨ ଚାମଚ ନଡିଆ ତେଲ ରସ ଓ ୫ ବୁନ୍ଦା ଟି-ଟ୍ରି ତେଲ ମିଶ୍ରଣ କରନ୍ତୁ । ଏହାକୁ ଭଲ ଭାବରେ ମିଶାଇ ମୁଣ୍ଡରେ ଲଗାନ୍ତୁ । ୨ ମିନିଟ ପର୍ଯ୍ୟନ୍ତ ଏହାକୁ ମାଲିସ କରନ୍ତୁ ଓ ତା ପରେ ସାୱାର କେପ ରେ ଢାଙ୍କି ଦିଅନ୍ତୁ । ୩୦ ମିନିଟ ପରେ ସାମ୍ପୁ ରେ ମୁଣ୍ଡ ଧୋଇ ଦିଅନ୍ତୁ । ନଡ଼ିଆ ତେଲ ରେ ବିଶେଷ ରୁପରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥାଏ ଯାହା ରୁପି ଦୂର କରିଥାଏ ।

ବନ୍ଧୁଗଣ ଆସ କରୁଛୁ ଆପଣଙ୍କୁ ଆମର ଏହି ଟିପ୍ସ ପସନ୍ଦ ଆସିଥିବା ଯଦି ପସନ୍ଦ ଆସିଥାଏ ଲାଇକ କମେନ୍ଟ ଶେୟାର କରିବାକୁ ଭୁଲିବେ ନାହିଁ |

Leave a Reply

Your email address will not be published. Required fields are marked *