ମଧ୍ୟ୍ୟପ୍ରଦେଶର ରେବାର ଏକ ଯୁବକ ଏକ ତରଫା ପ୍ରେମ ପାଇଁ ମା ଏବଂ ଝିଅ କେତେ ଘଣ୍ଟା ପର୍ଯ୍ୟନ୍ତ ବନ୍ଧୁକର ଧମକ ଦେଖାଇ ଅଟକ ରଖିଥିଲା। ଏହି ଘଟଣା ବିଷୟରେ ସ୍ଥାନିୟ ଲୋକମାନେ ଜାଣିବା ପରେ ସେଠାର ପୋଲିସକୁ ଘଟଣା ବିଷୟରେ ଜଣାଇ ଥିଲେ।
ପୋଲିସ ସାବଧାନର ସହିତ ଘରକୁ ବନ୍ଦୀ କରି ମା ଏବଂ ଝିଅକୁ ମୁକ୍ତ କରିଲେ। କୁହାଯାଉଛି କି ଆରୋପୀ ୟୁପି ଏବଂ ଏମପିର ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀ ଅଟନ୍ତି। ପୋଲିସ ଆରୋପୀକୁ ଗିରଫ କରି ଜେଲ ପଠେଇ ଦେଇଛି।
କୁହାଯାଉଛି କି ଆରୋପିର ନାମ ରୋହିତ ସିଂହ ଅଟେ ଏବଂ ସେ ମୁମ୍ବାଇର ଅଟେ। ଝିଅ ସହିତ ତାର ଦୋସ୍ତି ଫେସବୁକରୁ ହୋଇଥିଲା। ଯେତେବେଳେ ଝିଅଟି ତା ସହିତ କଥା ହେବା ବନ୍ଦ କରି ଦେଇଥିଲା ସେତେବେଳେ ସେ ମୁମ୍ବାଇରୁ ରେବାରେ ଆସି ପହଁଚି ଥିଲା।
ସୋମବାରର ଦୁଇ ପ୍ରହରର ପାଖାପାଖି ୩ଟା ରେ ପୋଲିସକୁ ସୂଚନା ମିଳିଥିଲା କି ଏମପି ଏବଂ ୟୁପିର ଚତୁର ଅପରାଧୀ ରୋହିତ ସିଂହ ସମାନ ଥାନା କ୍ଷେତ୍ରର ଆଜାଦ ନଗର ମହଲର ଗୋଟିଏ ଘରେ ଜଣେ ମା ଏବଂ ତାଙ୍କ ଝିଅକୁ କେତେ ଘଣ୍ଟା ହେବ ବନ୍ଦୀ କରି ରଖିଛି। ସୂଚନା ମିଳିବା ମାତ୍ରେ ପୋଲିସ ସେଠାରେ ଆସି ପହଁଚି ଥିଲା ଏବଂ ନିଜର କାର୍ଯ୍ୟରେ ଲାଗି ପଡିଥିଲା। ପୋଲିସ ଯେତେବେଳେ କବାଟ ଖୋଲିବାକୁ ଚାହିଁଲା ସେତେବେଳେ ସେ କବାଟ ଖୋଲି ନଥିଲା। ଯାହାପରେ ପୋଲିସ ଘରକୁ ବନ୍ଦୀ ବନେଇ ପଡୋସୀ ମାନଙ୍କ ଛାତରେ ଛଡି କବାଟ ଭାଙ୍ଗି ଥିଲେ ଏବଂ ଭିତରୁ ଅପରାଧୀ ରୋହିତ ସିଂହକୁ ଗିରଫ କରିଥିଲା।
ଏହି ସମୟରେ ଆରୋପୀ ଯେଉଁ ମହିଳାଙ୍କୁ ବନ୍ଦୀ ବନେଇ ଥିଲା ତାଙ୍କ ଉପରେ ଫାୟାର କରିଥିଲା ଏହା ସହିତ ସେ ପୋଲିସଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲା କିନ୍ତୁ ସେଥିରେ ସେ ସଫଳ ହୋଇ ନଥିଲା। ପୋଲିସ ଆରୋପିକୁ ଗିରଫ କରି ଧାରା ୩୦୭ ଦ୍ବାରା ମାମଲା ଦର୍ଜ କରିଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।