ପୋଖରୀ ରେ ଗାଧୋଇବା ର ମଜା କିଛି ଅଲଗା । ଥଣ୍ଡା ଥଣ୍ଡା ପାଣି ଗାଧୋଇ ସାରିବା ପରେ ସବୁ ଥକ୍କା ପଳାଇଯାଏ । କିନ୍ତୁ ବେଳେ ବେଳେ ଏମିତି କିଛି ଘଟଣା ଘଟିଥାଏ ଯାହା ଆମକୁ ବହୁତ କଷ୍ଟ ଦେଇଥାଏ । ଏବେ ଥରେ ସେହି ବ୍ୟକ୍ତି କଥା ଭାବନ୍ତୁ ଯିଏ ମଜାରେ ଗାଧୋଇବା ପାଇଁ ପୋଖରୀ କୁ ଯାଇଥିବ ସେତେବେଳେ ତା’ର ଶରୀରରେ ରେ ରକ୍ତ ଶୋଷୁଥିବା କୀଟ ପଶିଯିବ ।
କଷ୍ଟରେ ଚିଲାଉ ଥିବା ବ୍ୟକ୍ତି ଯେତେ ପର୍ଯ୍ୟନ୍ତ ହସ୍ପିଟାଲ ପହଞ୍ଚେ ଜୋକ ତା ଶରୀରରୁ ସବୁ ରକ୍ତ ଶୋଷି ନେଇଥିବ । ବହୁତ ଚେଷ୍ଟା କରିବା ପରେ ଡାକ୍ତର ତା’ର ଶରୀରରୁ ଜୋକ କୁ ବାହାର କରିବାରେ ସମର୍ଥ ହେଲେ । ବାହାର କରିବା ପୂର୍ବରୁ ଲମ୍ବା ବାଡି ରେ ଡାକ୍ତର ଜୋକ କୁ ପ୍ରଥମେ ମାରିଲେ । ତାପରେ ଯାଇ ସେ ବ୍ୟକ୍ତି ର ଚମଡା କୁ ଛାଡ଼ିଲା । ଗୋଟେ ଜୋକ ତାଙ୍କର ଅବସ୍ଥା ଖରାପ କରି ଦେଇଥିଲା ।
ଏହି ଭଳି ଲୋମ ଟାଙ୍କୁରା ମାମଲା କଂବୋଡିୟା ରେ ସାମ୍ନା କୁ ଆସିଛି । ଏଠାରେ ରହୁଥିବା ଏକ ବ୍ୟକ୍ତି ଙ୍କୁ ପୋଖରୀ ରେ ଗାଧୋଇବା ମହଙ୍ଗା ପଡ଼ିଥିଲା ।
କଂବୋଡିୟା ର ସର୍ଜରୀ ଡାକ୍ତର ବ୍ୟକ୍ତିର ମୂତ୍ରାଶୟ ରୁ ଏକ ବଡ଼ ଜୋକ ବାହାର କରିଛନ୍ତି । ଏହି ଜୋକ ବ୍ୟକ୍ତି ର ଶରୀର ରେ ପଡ଼ିଥିଲା ଯେବେ ସେ ପୋଖରୀ ରେ ଗାଧୋଉଥିଲେ ।
ଏହି ବ୍ୟକ୍ତି ଙ୍କ ପରିଚୟ ଲୁଚାଇ ରଖାଯାଇଛି । ତାଙ୍କୁ କଂବୋଡିୟା ର ରାଜଧାନୀ ଫନୋଂ ପେହ୍ନ ରେ ୨୨ ଜୁନ ରେ ଆଡ଼ମିଶନ କରାଯାଇଥିଲା । ତାଙ୍କୁ ପରିସ୍ରା କରିବାରେ ବହୁତ କଷ୍ଟ ହେଉଥିଲା ।
ଡାକ୍ତର ତାଙ୍କର ଗୁପ୍ତାଙ୍ଗ ରେ କ୍ୟାମେରା ପକାଇଲେ ଯାହା ଫଳରେ ଜଣା ପଡ଼ିଲା କି ବ୍ୟକ୍ତି ଙ୍କୁ କାହିଁକି କଷ୍ଟ ହେଉଛି । କିନ୍ତୁ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଯେତେବେଳେ ସେ ବଡ ଜୋକ ଲାଗିଥିବାର ଦେଖିଲେ ।
ଯେବେ ଡାକ୍ତର ତାଙ୍କୁ ପଚାରିଲେ ତେବେ ଜଣା ପଡ଼ିଲା କି ସେ ବିନା କପଡା ରେ ପୋଖରୀ ରେ ଗାଧୋଉଥିଲେ । ସେହି ସମୟରେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗ ରେ ଜୋକ ପଶିଥିଲା । ଡାକ୍ତର ଙ୍କ କହିବା କଥା କି ଯେବେ ଜୋକ ତାଙ୍କ ଶରୀରକୁ ପଶିଥିଲା ସେତେବେଳେ ତା’ର ଆକାର ଛୋଟ ଥିଲା । ଭିତରକୁ ଯାଇ ରକ୍ତ ପିଇ ସେ ବଡ ହୋଇଯାଇଛି ।
ଡାକ୍ତର ବହୁତ କଷ୍ଟ ରେ ବ୍ୟକ୍ତି ର ଶରୀରରୁ ଜୋକ କୁ ବାହାର କରିଲେ । ତାହାକୁ ବାହାର କରିବା ଆଗରୁ ଡାକ୍ତର ପ୍ରଥମେ ତାକୁ ମାରିଲେ ତ ପରେ ଯାଇ ଜୋକ କୁ ବାହାର କରାଯାଇପାରିଲା । ଏହି ଖବର ପରେ ବିନା ଅନ୍ତବସ୍ତ୍ର ରେ ପୋଖରୀ କୁ ଯିବାକୁ ବାରଣ କରିଛନ୍ତି । ସେ କହିଛନ୍ତି କି ଏହି ସମୟ ଜୋକ ଙ୍କ ପାଇଁ ଉତ୍ତମ ଅଟେ । ଏହି ସମୟରେ ବହୁତ ସାବଧାନ ରହିବା ଜରୁରୀ ।