ମୁମ୍ବାଇ: ଡ୍ୟାନ୍ସ ରିୟାଲିଟି ଶୋ ଇଣ୍ଡିଆଜ୍ ବେଷ୍ଟ ଡ୍ୟାନସର୍(Indians Best Dancer) ର ଟ୍ରଫି ଗୁରୁଗ୍ରାମର ଅଜୟ ସିଂହ(Ajay singh) ଓରଫ ଟାଇଗର ପାପାଁ ଜିତିଥିଲେ। ରବିବାର ଦିନ ଗ୍ରାଣ୍ଡ ଫାଇନାଲ ହୋଇଥିଲା, ଯେଉଁଥିରେ ଟାଇଗର୍ ବାକି ଫାଇନାଲିଷ୍ଟଙ୍କୁ ହରେଇ ଦେଇ ଏହି ଟ୍ରଫିକୁ ନିଜ ନାମରେ କରିନେଇଥିଲେ। ଟ୍ରଫି ସହିତ ସେ ୧୫ ଲକ୍ଷ ଟଙ୍କା ଉପହାର ଏବଂ ଏକ ଏସୟୂବି ଭି ପୁରସ୍କାର ସ୍ଵରୂପ ମିଳିଥିଲା। ଟାଇଗରଙ୍କ କୋରିୟଗ୍ରାଫର ଭର୍ତିକା ଝା ଙ୍କୁ ୫ଲକ୍ଷ ଟଙ୍କାରେ ଚେକ୍ ଦିଆଯାଇଥିଲା।
ଫାଇନାଲ ରେ ଟାଇଗରଙ୍କ ମୁକାବିଲା ବାକି ୪ ଫାଇନାଲିଷ୍ଟ ମୁକୁଲ୍ ଜୈନ,ସୁଭ୍ରନିଲ୍ ପାଲ୍, ଶ୍ଵେତା ବାରିୟର୍ ଏବଂ ପରମଦୀପ ସହ ହୋଇଥିଲା। ପ୍ରତିଯୋଗିତା ରେ ମୁକୁଲର ଦ୍ଵିତୀୟ ସ୍ଥାନ ଏବଂ ଶ୍ଵେତା ତୃତୀୟ ସ୍ଥାନ ହାସଲ କରିଥିଲେ। ଟାଇଗରଙ୍କ କଥା କହିବା ତ ସେ ଏନସିଆରର ଗୁରୁଗ୍ରାମ ର ଅଟନ୍ତି ସେ ନିଜ ଜିତିବାର ଶ୍ରେଷ୍ଠତା ନିଜ ମା କୁ ଦେଇଛନ୍ତି। ଟାଇଗରଙ୍କ ପପିଂଙ୍ଗ ଡ୍ୟାନ୍ସ୍ ଫର୍ମ ବହୁତ ଭଲ ଅଟେ।ଅଡିସନ୍ ରାଉଣ୍ଡ ରେ ସେ ବେଖୟାଲି ଗୀତରେ ଏନିମେସନ ପପିଂଙ୍ଗ୍ କରି ଜଜଙ୍କ ହୃଦୟ ଜିତିଥିଲେ।
View this post on Instagram
ଶୋ ରେ ଗ୍ରାଣ୍ଡ୍ ଫିନାଲି ଡ୍ୟାନ୍ସ୍ ଏବଂ ମସ୍ତିରେ ଭରା ହୋଇଥିଲା। ଗ୍ରାଣ୍ଡ୍ ଫିନାଲି ରେ କୋରିୟଗ୍ରାଫର୍ ରାଘବ ଜୁଆଲ ଏବଂ ରାଘବ ୟାଲାନ୍ଦେ ସାମିଲ ହୋଇଥିଲେ। କୃଷ୍ଣା ଅଭିଷେକ ବି ଶୋରେ ସ୍ପେଶିଆଲ ଗେଷ୍ଟ ଭାବରେ ସାମିଲ ହୋଇଥିଲେ। ଶୋ ରେ ଜଜଶ୍ ଗୀତା କପୁର୍, ଟେରେନ୍ସ୍ ଲେବିସ୍ ଏବଂ ମଲାଇକା ଅରୋଡା ଥିଲେ। ଜଣା ଅଛି କି ଇଣ୍ଡିଆଜ୍ ବେଷ୍ଟ ଡ୍ୟାନସର୍ ରେ ଭାରତୀ ସିଂହ ଏବଂ ହର୍ଷ ଲିମ୍ବୋଚିୟା ହୋଷ୍ଟ କରୁଥିଲେ, ଯିଏ ଏବେ ଡ୍ରଗସ୍ କେସ ରେ ଅଥବା ହାଜତରେ ଅଛନ୍ତି।
View this post on Instagram
ଟାଇଗର ଏକ ଇଣ୍ଟରବ୍ୟୁରେ କହିଥିଲେ- ମୁଁ ବହୁତ ଖୁସି ଅଛି କି ମୋତେ ଏହି ଟାଇଟେଲ୍ ଟି ମିଳିଛି । ମୋ ଛୋଟ ବେଳର ସ୍ୱପ୍ନ ଆଜି ଯାଇ ପୂରଣ ହେଲା। ଏଇ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ମୁଁ ବହୁତ ପରିଶ୍ରମ କରିଛି। ମୋର ଅଭିଳାଷ ହେଉଛି କି ମୁଁ ହ୍ରିତିକ୍ ରୋଶନ ଏବଂ ଟାଇଗର୍ ସାର୍ଫଙ୍କ ପାଇଁ ମୁଁ କୋରିୟଗ୍ରାଫି କରିବି। ମୁଁ ବଲିଉଡ ରେ କାମ କରିବାକୁ ଚାହୁଁଛି ଏବଂ ଆନ୍ତର୍ଜାତୀୟ ସ୍ତରରେ ଇଣ୍ଡିଆକୁ ପ୍ରଦର୍ଶିତ କରିବାକୁ ଚାହୁଁଛି।
View this post on Instagram
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।