କୁହାଯାଏ ଯୋଡ଼ି ଉପରବାଲା ବନେଇଥାଏ। ସିଏ ଏହା ସ୍ଥିର କରିଥାନ୍ତି କି ଆପଣଙ୍କ ବାହାଘର କେବେ, କେଉଁଠି ଏବଂ କାହା ସହିତ ହେବ। ଏବେ ଚିକମଙ୍ଗଲୁର ଜିଲ୍ଲାର ତାରିକେରେ ତାଲୁକ ଗାଁର ଘଟଣାକୁ ହିଁ ଦେଖି ନିଅନ୍ତୁ। ଏଠାର ଜଣେ ବ୍ୟକ୍ତି ବାହାଘରରେ ଅତିଥି ହୋଇ ଆସିଥିଲେ, କିନ୍ତୁ ଯେତେବେଳେ ବାହାଘରରୁ ଯାଇଥିଲେ ତ ନିଜ ସହିତ କନିଆଁକୁ ସ୍ତ୍ରୀ କରି ନେଇ ଯାଇଥିଲେ। ବାସ୍ତବରେ ବାହାଘର ଦିନ ବର ଲୁଚି ପଳାଇ ଥିଲା ଏଥିପାଇଁ ଏହି ଅତିଥି ଜଣଙ୍କ କନିଆଁଙ୍କ ସହିତ ସାତଫେରା ନେଇଥିଲେ। ଚାଲନ୍ତୁ ଏହି ସିନେମା ଶୈଳୀର ବାହାଘର ବିଷୟରେ ଟିକେ ଅଧିକ ବିସ୍ତାର ଭାବରେ ଜାଣିବା।
ବାସ୍ତବରେ ଦୁଇ ଭାଇ ଅଶୋକ ଏବଂ ନବୀନ ରବିବାର ଦିନ ଗୋଟିଏ ସ୍ଥାନରେ ହିଁ ବାହା ହେବାର ଥିଲା। ଏହା ମଧ୍ୟରେ ନବୀନଙ୍କ ବାହାଘର ସିନ୍ଧୁ ନାମକ କନିଆଙ୍କ ସହିତ ହେବାର ଥିଲା। ଶନିବାର ଦିନ ତ ଦୁଇଜଣ ସାଥିହୋଇ ଫୋଟ ମଧ୍ୟ ଉଠାଇ ଥିଲେ। ବାହାଘରକୁ ଆସିଥିବା ସମସ୍ତ ବନ୍ଧୁବାନ୍ଧବ ମଧ୍ୟ ଦୁଇଜଣଙ୍କୁ ଆର୍ଶୀବାଦ ଦେଇଥିଲେ। କିନ୍ତୁ ଯେତେବେଳେ ବାହାଘର ଦିନ ଆସିଥିଲା ତ ବର ନବୀନ ନିଖୋଜ ହୋଇ ଯାଇଥିଲେ। ତର୍ଜମା କରିବାରୁ ଜଣା ପଡିଥିଲା କି ସେ ନିଜ ଗାର୍ଲଫ୍ରେଣ୍ଡଙ୍କ କହିବା ଅନୁସାରେ ବାହାଘରରୁ ଲୁଚି ପଳାଇଛନ୍ତି।
ମୁଖ୍ୟକଥା ନବୀନଙ୍କ ଗାର୍ଲଫ୍ରେଣ୍ଡ ତାଙ୍କୁ ଧମକ ଦେଇଥିଲେ କି ଯଦି ସେ ବାହା ହେବେ ତା’ହେଲେ ତାଙ୍କ ପ୍ରେମିକା ବାହାଘରକୁ ଆସି ବିଷ ଖାଇ ଜୀବନ ଦେଇଦେବେ। ଏହି କଥାକୁ ଡରି ନବୀନ ବାହାଘର ପୂର୍ବରୁ ହିଁ ଲୁଚି ପଳାଇ ଥିଲେ। ସେ ଗାର୍ଲଫ୍ରେଣ୍ଡକୁ ତୁମକୁରୁରେ ଦେଖା ହେବା ପାଇଁ କହିଥିଲେ। ହେଲେ ଏହା ପରଠାରୁ ତାଙ୍କର କୈାଣସି ଖବର ନାହିଁ। ଏଠାରେ ଯେତେବେଳେ ବାହାଘର ଦିନ ଆସିଥିଲା ତ ବର ନମିଳିବାରୁ ସିନ୍ଧୁ ଏବଂ ତାଙ୍କ ପରିବାର ଲୋକ ଚିନ୍ତାରେ ପଡ଼ି ଯାଇଥିଲେ।
ନବୀନଙ୍କ ଭାଇ ଅଶୋକ ତ ସେହି ମଣ୍ଡପରେ ସାତଫେରା ନେଇ ଯାଇଥିଲେ, କିନ୍ତୁ ସିନ୍ଧୁ ବିନା ବିବାହିତା କନିଆଙ୍କ ପରି କାନ୍ଦିବାକୁ ଲାଗିଥିଲେ। ଏହା ମଧ୍ୟରେ ତାଙ୍କ ପରିବାର ଲୋକ ନିଷ୍ପତ୍ତି ନେଇଥିଲେ କି ସେ ବାହାଘରକୁ ଆସିଥିବା ସମସ୍ତ ଅତିଥିଙ୍କ ମଧ୍ୟରେ ତାଙ୍କ ପାଇଁ ବର ଖୋଜିବେ। ଏହା ମଧ୍ୟରେ ବାହାଘରକୁ ଅତିଥି ହୋଇ ଆସିଥିବା ଚନ୍ଦ୍ରପ୍ପା ଏହି କାମ ପାଇଁ ରାଜି ହୋଇ ଯାଇଥିଲେ। ସେ ବୃତ୍ତିରେ ବୀଏମଟୀସୀ କଣ୍ଡକ୍ଟର ଅଟନ୍ତି। ସେ କନିଆଙ୍କ ସହିତ ବାହା ହେବାପାଇଁ ଇଚ୍ଛା ପ୍ରକାଶ କରିଥିଲେ। ପରିଶେଷରେ ଦୁଇଜଣଙ୍କ ପରିବାର ସହମତିରେ କଥା ପକ୍କା ହୋଇଥିଲା।
ଚନ୍ଦ୍ରପ୍ପା ଏବଂ ସିନ୍ଧୁ ସାତଫେରା ନେଇଥିଲେ ଏବଂ ସବୁଦିନ ପାଇଁ ଜଣେ ଅନ୍ୟ ଜଣଙ୍କର ହୋଇ ଯାଇଥିଲେ। ଏବେ ଯେତେବେଳେ ଶୋଶିଆଲ ମିଡ଼ିଆରେ ଏହି ଘଟଣାଟି ଭାଇରାଲ ହେଉଛି ତ ଯେ କେହିବି ଚନ୍ଦ୍ରପ୍ପାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି।ଯେ କେହିବି ଏତେ ଶୀଘ୍ର କାହା ସହିତ ବାହା ହେବାର ନିଷ୍ପତ୍ତି ନେଇ ପାରନ୍ତି ନାହିଁ, କିନ୍ତୁ ଚନ୍ଦ୍ରପ୍ପା ଏମିତି କରି କନିଆଁ ଏବଂ ତାଙ୍କ ପରିବାରର ଦୁଃଖକୁ ଖୁସିରେ ବଦଳାଇ ଦେଇଥିଲେ। ଏବେ ଚନ୍ଦ୍ରପ୍ପା ଏବଂ ସିନ୍ଧୁ ଦୁଇଜଣ ଯାକ ବହୁତ ଖୁସିରେ ଅଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।