ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଏକ ଯୁବକ ଆଇପିଏଲର ବାଜିରେ ଲାଗିଥିବା ଲକ୍ଷ ଲକ୍ଷ ଟଙ୍କାର ଦେବା ନେବା ବିବାଦରେ ଫାଶୀ ଲଗାଇ ଦେଇଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଯୁବକ ଜଣକ ପ୍ରଥମେ ଭିଡିଓ କରି ନିଜ ପରିବାର ଲୋକଙ୍କୁ ପଠାଇ ଥିଲା।
ଏହି ଘଟଣା ସହରର ଲସୂଡିୟା ଥାନା କ୍ଷେତ୍ରର ବୋଲି ଜଣା ଯାଉଛି। ଯେଉଁଠାରେ ସୁନୀଲ କୁଶବାହା ନାମକ ଜଣେ ଯୁବକ କ୍ରିକେଟ ବାଜିରେ ଦଶଲକ୍ଷ ଟଙ୍କା ନ ମିଳିବାରୁ ଏବଂ ତା ସହ ମାଡପିଟ କରିବା ପରେ ଫାଶୀ ଲଗାଇ ଦେଇଥିଲେ।
ଫାଶୀ ଲଗାଇବା ପୂର୍ବରୁ ସୁନୀଲ ସୋମବାର ରାତିରେ ନିଜର ଏକ ଭିଡିଓ କରି ତିନି ଜଣଙ୍କୁ ଦର୍ଶାଇ ଥିଲେ। ଭିଡିଓ ମିଳିବା ମାତ୍ରେ ହିଁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ବହୁତ ଚେଷ୍ଟା କରିଥଲେ। କିନ୍ତୁ ସେ ମିଳିନଥିଲେ କିଛି ସମୟ ପରେ ଜଣା ପଡିଥିଲା କି ତାଙ୍କର ମୃତ୍ୟୁ ହୋଇଯାଇଛି।
ମୃତକ ସୁନୀଲ ଭିଡିଓରେ କହିଛନ୍ତି କି ଚନ୍ଦନ ମହାରାଜ ବା ଚନ୍ଦନ ରଘୁବଂଶୀ ତାଙ୍କର ୧୦ଲକ୍ଷ ଟଙ୍କା ଦେଲେ ନାହିଁ। ଟଙ୍କା ମାଗିବାରୁ ଚନ୍ଦନ ତାଙ୍କୁ ବାବଣ୍ଡି ମନ୍ଦିର ପ୍ଳଟ ନଂ ୭୮ଠାକୁ ଡ଼ାକିଥିଲେ। ଯେଉଁଠାରେ ବିକ୍କି ଏବଂ ଛୋଟୁ ଖତ୍ରି ଯେଉଁ ଜନତା କ୍ଵାଟରରେ ରହୁଛନ୍ତି। ଏମାନେ ସବୁ ମିଶି ମୃତକ ସୁନୀଲଙ୍କୁ ମାରିଥିଲେ। ମୃତକଙ୍କ ଆଖପାଖର ଲୋକମାନେ କହୁଛନ୍ତି କି ଯେବେ ସୁନୀଲ କ୍ରିକେଟରେ ଲଗାଇଥିବା ବାଜି ଚନ୍ଦନ ରଘୁବଂଶୀଙ୍କ ପାଖରୁ ହାରି ଯାଇଥିଲେ ସେତେବେଳେ ସୁନୀଲ ୫ ଲକ୍ଷ ଟଙ୍କା ଜମା କରିଦେଇଥିଲେ। କିନ୍ତୁ ସୁନୀଲ ଯେବେ ବାଜିରେ ୧୦ ଲକ୍ଷ ଟଙ୍କା ଜିତିଗଲେ ତ ଚନ୍ଦନ ତାଙ୍କୁ ଟଙ୍କା ଦେଲା ନାହିଁ।
ବାଜିରେ ୧୦ ଲକ୍ଷ ଟଙ୍କା ଦେବାନେବା ବିବାଦରେ ଫାଶୀ ଲଗାଇଥିବା ସୁନୀଲ ପରିବା ବିକିବା କାମ କରୁଥିଲେ ଏବଂ ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ମାଆ ଏବଂ ଭାଇ ଅଛନ୍ତି। ମୃତକଙ୍କ ଶବକୁ ପୋଷ୍ଟବଟମ୍ କରିବା ପାଇଁ ଏମ.ବାୟ ଡାକ୍ତରଖାନାକୁ ପଠାଯାଇଛି ଏବଂ ପୋଲିସ ପୂରା ଘଟଣାର ତର୍ଜମାରେ ଲାଗି ପଡିଛନ୍ତି। ପୋଲିସଙ୍କ କହିବା କଥା ହେଉଛି କି ଦୋଷୀଙ୍କୁ ଛଡାଯିବ ନାହିଁ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।