ଲଭ ଷ୍ଟୋରୀ: ୮୨ବର୍ଷର ଚୌକିଦାରଙ୍କ ସହିତ ଦେଖା ହେବାପାଇଁ ଅଷ୍ଟ୍ରେଲିଆରୁ ଆସିବେ ତାଙ୍କ ପ୍ରଥମ ପ୍ରେମ ମରୀନା

ପ୍ରେମ କାହାଣୀ ଦୁନିଆର ପ୍ରତ୍ୟେକ କୋଣରୁ ସାମ୍ନାକୁ ଆସିଥାଏ। ରାଜସ୍ଥାନ ଥର ମରୁସ୍ଥଳରୁ ମଧ୍ୟ ଗୋଟିଏ ପ୍ରେମ କାହାଣୀ ସାମ୍ନାକୁ ଆସିଛି।୫୦ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ଏହି କାହାଣୀ। ଯାହାର ଦୂରତା ସଙ୍କୁଚିତ ହେବାକୁ ଯାଉଛି।୭୦ଦଶକର କଥା ଅଟେ। ଅଷ୍ଟ୍ରେଲିଆର ଜଣେ ଯୁବତୀ ଜ୍ୟାସଲମେର ବୁଲିବାକୁ ଆସିଥିଲେ।ପାଞ୍ଚ ଦିନର ଏହି ଯାତ୍ରାରେ ତାଙ୍କର ଦେଖା ଜଣେ ୩୦ବର୍ଷର ଯୁବକଙ୍କ ସହିତ ହୋଇଥିଲା।ମରୀନାଙ୍କୁ ଦେଖିବା ମାତ୍ରେ ହିଁ ଯୁବକଙ୍କୁ ତାଙ୍କ ପ୍ରଥମ ଦେଖାରେ ପ୍ରେମ ହୋଇଯାଇଥିଲା।

ବର୍ତମାନ ୮୨ବର୍ଷର ଅଟନ୍ତି ସେହି ବୃଦ୍ଧ

Humans Of Bombay ତାଙ୍କ କାହାଣୀ ସେୟାର କରିଛନ୍ତି।ପାଞ୍ଚ ଦଶକ ପୂର୍ବରୁ ସେ ଯୁବକ ଥିଲେ। ବର୍ତମାନ ୮୨ବର୍ଷର ଅଟନ୍ତି।ସେ ନିଜ ପ୍ରେମ କାହାଣୀ କହିବା ସମୟରେ କହିଥିଲେ କି ତାହା ପ୍ରଥମ ଦେଖାର ପ୍ରେମ ଥିଲା। ପାଞ୍ଚଦିନ ପର୍ଯ୍ୟନ୍ତ ଆମେ ଦୁଇଜଣ ପରସ୍ପରଙ୍କ ଠାରୁ ନଜର ହଟାଇ ପାରିନଥିଲୁ।ସେ କହିଥିଲେ, ‘ପାଞ୍ଚଦିନ ପରେ ଯେତେବେଳେ ମରୀନାଙ୍କୁ ପୁଣିଥରେ ଅଷ୍ଟ୍ରେଲିଆ ଫେରି ଯିବାର ଥିଲା ତ ସେ ମୋ ପାଖରେ ନିଜ ହୃଦୟର କଥା କହିଥିଲେ।’

Google

ଯେତେବେଳେ ମରୀନା କହିଥିଲେ ସେହି ତିନୋଟି ଶବ୍ଦ

ସେ କହିଥିଲେ କି ଯେତେବେଳେ ମରୀନା ‘I Love You’ କହିଥିଲେ ତ ତାଙ୍କୁ ସାରା ଦୁନିଆର ଖୁସି ମିଳି ଯାଇଥିଲା। ପୁରୁଣା ଦିନକୁ ମନେ ପକାଇ କହିଥିଲେ କି ସେହି ଶବ୍ଦ ଆଜି ପର୍ଯ୍ୟନ୍ତ ତାଙ୍କ କାନରେ ଶୁଣାଯାଇ ଥାଏ ଏବଂ ତାଙ୍କୁ ଶକ୍ତି ଦେଇଥାଏ।

ଲୋ-ନ କରି ଗଲେ ନିଜ ପ୍ରେମ ସହିତ ଦେଖା ହେବା ପାଇଁ

କୂଳଧାରା ଚୌକିଦାରର ଚାକିରି କରୁଥିବା ବୃଦ୍ଧ କହିଛନ୍ତି କି ଯେତେବେଳେ ମରୀନା ଫେରି ଯାଇଥିଲେ ତ କିଛିଦିନ ପରେ ଦେଖା କରିବା ପାଇଁ ମନ ହୋଇଥିଲା। କିନ୍ତୁ ପାଖରେ ଟଙ୍କା ନଥିଲା। କିନ୍ତୁ ଯିବାର ଥିଲା। ଏଥିପାଇଁ ସେ ୩୦ହଜାର ଲୋ-ନ ନେଇଥିଲେ। କେମିତି ଟଙ୍କାର ବ୍ୟବସ୍ଥା ହୋଇଥିଲା। ସେହି ଦିନକୁ ମନେ ପକାଇ କହିଥିଲେ କି ତିନି ମାସ ପର୍ଯ୍ୟନ୍ତ ସେ ମରୀନାଙ୍କ ପାଖରେ ମେଲବର୍ଣ୍ଣରେ ଥିଲେ।ମରୀନା ମୋତେ ଅଳ୍ପ ଇଂରାଜୀ ଶିଖାଇଥିଲେ, ମୁଁ ତାକୁ ପାଶୋରି ଦେଇଛି।

Google

ଅଲଗା ହେବା ପରେ ମଧ୍ୟ ପ୍ରେମ କମିନାହିଁ

ସେ କହିଛନ୍ତି ପ୍ରେମରେ ସମୟ ଜଣା ପଡ଼େନାହିଁ। ତାହା ହିଁ ହୋଇଥିଲା। ତିନିମାସ କେମିତି ବିତିଗଲା ଜଣା ପଡିଲାନି।ମରୀନା ଚାହୁଁଥିଲେ କି ସେ ଅଷ୍ଟ୍ରେଲିଆରେ ହିଁ ରହି ଯାଆନ୍ତୁ। କିନ୍ତୁ ତାଙ୍କ ପାଇଁ ଏହା ସମ୍ଭବ ନଥିଲା।’ମୁଁ ମୋ ନିଜ ଚିନ୍ତା ବିଷୟରେ କହିଥିଲି। ପୁଣି ଦୁଇଜଣ ଖୁସି ସହକାରେ ଅଲଗା ହୋଇ ଯାଇଥିଲେ। ସେ କହିଥିଲେ କି ଯେତେବେଳେ ଆମେ ଅଲଗା ହୋଇଥିଲୁ ତ ସେ ଟିକେ ଟିକେ କାନ୍ଦିଥିଲେ।ସମୟ ସହିତ ସବୁ ବଦଳି ଯାଇଥିଲା। ସେ ତାଙ୍କ ଦୁନିଆରେ ଏବଂ ମୁଁ ମୋ ଦୁନିଆରେ। କିନ୍ତୁ ଦୁହେଁ ପରସ୍ପରଙ୍କୁ କେବେ ଭୁଲି ନାହାଁନ୍ତି।’

ବାହା ହୋଇଗଲେ

ସେ କହିଥିଲେ କି ପରିବାର ଚାପ ଯୋଗୁଁ ସେ ବାହା ହୋଇ ଯାଇଥିଲେ।ପିଲା ହୋଇଥିଲେ। କିନ୍ତୁ ମରୀନାଙ୍କ କଥା ହୃଦୟରେ ହିଁ ବସି ରହିଥିଲା। ସେହି ସମୟରେ ଘର ଖର୍ଚ୍ଚ ପାଇଁ କୂଳଧାରା ସହରରେ ଚୌକିଦାର ଚାକିରି କରିଥିଲି। ଛୁଆ ମଧ୍ୟ ବଡ଼ ହୋଇ ଯାଇଛନ୍ତି, ସମସ୍ତଙ୍କ ବାହାଘର ହୋଇ ସାରିଛି। ଦୁଇବର୍ଷ ପୂର୍ବରୁ ସ୍ତ୍ରୀଙ୍କର ମୃ-ତ୍ୟୁ ହୋଇଯାଇଛି।ମରୀନାଙ୍କର ତ କୈାଣସି ଖବର ନଥିଲା।ସେ ଦେଖା ହେବେ କେବେ ନା ନାହିଁ, କେମିତି ହେବ? କୈାଣସି ସୂଚନା ନଥିଲା।

Google

କିନ୍ତୁ ପ୍ରେମ ହିଁ ତାଙ୍କୁ ଖୋଜି ନେଇଥିଲେ

କୁଳଧାରାର ଚୌକିଦାର ଯଦିଓ ନିଜ ପ୍ରେମକୁ ଖୋଜି ପାରିନଥିଲେ କିନ୍ତୁ ସେ ତାଙ୍କୁ ଖୋଜି ନେଇଥିଲେ। ଗୋଟିଏ ମାସ ପୂର୍ବରୁ ଗୋଟିଏ ଚିଠି ତାଙ୍କୁ ମିଳିଥିଲା। ଏହା ମରୀନାଙ୍କର ହିଁ ଥିଲା।ସେ କହିଥିଲେ କି ଗୋଟିଏ ମାସରୁ ପ୍ରତିଦିନ ଫୋନରେ କଥା ହେଉଥିଲେ। ଏମିତି ଲାଗୁଛି ଯେମିତି ମୋ ପୁରୁଣା ପ୍ରେମ ପୁଣିଥରେ ଫେରି ଆସିଛି।ମରୀନା ବହୁତ ଶୀଘ୍ର ହିଁ ଭାରତକୁ ଆସିବା ପାଇଁ ଚାହୁଁଛନ୍ତି।

Leave a Reply

Your email address will not be published. Required fields are marked *