ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏକ ୨୫ ବର୍ଷୀୟ ଯୁବକ କଥିତ ସ୍ଥରରେ ନିଜର ଜେଜେମାଙ୍କର ବେକ କାଟି ଦେଇଥିଲେ ଏବଂ ତାହା ପରେ ଶବକୁ ଅନେକ ଖଣ୍ଡ କରି ତାକୁ ପୁରା ଘର ଭିତରେ ଫୋପାଡି ଦେଇଥିଲେ।
ପୋଲିସ ମୁତାବକ ଆରୋପୀ କ୍ରିଷ୍ଟୋଫର ଡାୟସ ସୋମବାର ଦିନ ଥଇଥାନ କେନ୍ଦ୍ରରୁ ଫେରିବା ପରେ ନିଜର ଜେଜେମାଙ୍କୁ ହତ୍ୟା କରି ଦେଇଥିଲେ। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ ତାଙ୍କ ମତାପିତା ଇସ୍ରାଏଲରେ ଅଛନ୍ତି ଏବଂ ଥଇଥାନ କେନ୍ଦ୍ରରୁ ଫେରିବା ପରେ ଯୁବକ ଜଣକ ନିଜ ଜେଜେମାଙ୍କ ସହିତ ରହୁଥିଲେ।
ବାସ୍ତବରେ ଡାୟସ ନିଶାସକ୍ତ ପଦାର୍ଥର ଅଭ୍ୟସ୍ତ ଥିବା କାରଣରୁ ଥଇଥାନ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରୁ ଘରକୁ ଫେରିଥିଲେ। ରାତିରେ ଯେତେବେଳେ ତାଙ୍କ କକାଙ୍କ ପୁଅ ରାତ୍ରି ଭୋଜନ ପାଇଁ ଘରକୁ ଆସିଲେ ସେତେବେଳେ ଜେଜେମା ସମସ୍ତଙ୍କୁ ଡାୟସଙ୍କ ସହିତ କଥା ହେବାକୁ ମନା କରି ଦେଇଥିଲେ। ଡାୟସଙ୍କୁ ଏହି କଥାରେ କ୍ରୋଧ ଆସି ଯାଇଥିଲା ଏବଂ ମଙ୍ଗଳବାର ଦିନ ପାଖାପାଖି ମଧ୍ୟ ରାତ୍ରିରେ ଗୋଟିଏ ଛୁରୀ ନେଇ ନିଜ ଜେଜେମାଙ୍କର ଗଳା କାଟି ଦେଇଥିଲେ ଏବଂ ତାଙ୍କୁ ନିବସ୍ତ୍ର କରି ଦେଇଥିଲେ।
ଘଟଣାସ୍ଥଳରେ ଯେତେବେଳେ ପୋଲିସ ଅଧିକାରୀ ପହଞ୍ଚିଥିଲେ ସେତେବେଳେ ସେ ବୁଦ୍ଧା ମହିଳା ଜଣଙ୍କର ଶରୀରର ଅନେକ ଅଙ୍ଗକୁ କୋଠରୀର ଅନ୍ୟ ଭାଗରେ ବିଛାଇ ଦେଇଥିଲେ। ଡାୟସ ହତ୍ୟା ପରେ ନିଜର ପିତାଙ୍କୁ ଫୋନ କରିଥିଲେ, ଯିଏକି ଇସ୍ରାଏଲ ଯାତ୍ରାରେ ଥିଲେ। ସେ ନିଜର ଅପରାଧ ସ୍ୱୀକାର କରି ନେଇଥିଲେ।
ଆରୋପୀଙ୍କ ପିତା ମୁମ୍ବାଇ ପହଞ୍ଚିବା ବେଳକୁ ରକ୍ତରେ ଜୁଡୁବୁଡୁ ଘର ଭିତରେ ବସିଥିବା ଅବସ୍ଥାରେ ମିଳିଥିଲେ। ଏହାପରେ ପଡୋଶୀ ମାନଙ୍କୁ ସକାଳ ପାଖାପାଖି ୧୦:୧୫ ସମୟରେ ପୋଲିସକୁ ଫୋନ କରିଥିଲେ। ପୋଲିସ ଅଧିକାରୀଙ୍କ ମୁତାବକ ହତ୍ୟା ସହିତ ଅନେକ ଅପରାଧ ଗୁଡିକ ପାଇଁ ମଧ୍ୟ ଡାୟସଙ୍କ ବିରୋଧରେ କେସ ଫାଇଲ କରିଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତ ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।