ମନୋରଞ୍ଜନ ଜଗତରେ ହିନା ଖାନ (Hina Khan) ଗୋଟିଏ ବଡ଼ ନାମ ଅଟେ। ଟିଭି ସିରିୟଲ ହେଉ କିମ୍ବା ବଲିଉଡ ସିନେମା ହିନା ସବୁଠାରେ ନିଜର କଳାକୁ ପ୍ରଦର୍ଶନ କରି ସାରିଛନ୍ତି। ‘ବିଗ ବସ ୧୧’ରେ ଆସିବା ପରେ ଲୋକଙ୍କୁ ତାଙ୍କ ବାସ୍ତବ ଜୀବନ ବିଷୟରେ ଜଣା ପଡିଥିଲା। ଏହି ଶୋରେ ତାଙ୍କ ଫ୍ୟାନ ଫଲୋଇଙ୍ଗରେ ବହୁତ ବୃଦ୍ଧି ହୋଇଥିଲା। ହିନା ସୋସିଆଲ ମିଡିଆରେ ମଧ୍ୟ ବହୁତ ଏକ୍ଟିଭ ରୁହନ୍ତି। ଏଠାରେ ସେ ନିଜ ଜୀବନ ସହିତ ଯୋଡି ହୋଇ ରହିଥିବା ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି।
ଇନଷ୍ଟାଗ୍ରାମରେ ତାଙ୍କୁ ଏକ କୋଟି ଏଗାର ଲକ୍ଷରୁ ଅଧିକ ଲୋକ ଫୋଲୋ କରିଛନ୍ତି। ବର୍ତମାନ ହିନା ନିଜର ଗୋଟିଏ ସୁନ୍ଦର ଭିଡିଓ ନିଜର ଇନଷ୍ଟା ଏକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓରେ ହିନା ପ୍ରଥମେ ସାର୍ଟ, ଜ୍ୟାକେଟ ଏବଂ ସର୍ଟସ ପିନ୍ଧି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ପୁଣି ହଠାତ ଲାଇଟିଙ୍ଗ ନାଲି ହୋଇ ଯାଇଥାଏ ଏବଂ ହିନାଙ୍କ ପୋଷାକ ମଧ୍ୟ ବହୁତ ଛୋଟ ହୋଇ ଯାଇଥାଏ।
ଏହି ଛୋଟ ପୋଷାକରେ ସିନା ନିଜକୁ ବହୁତ ରୋମାଣ୍ଟିକ ଶୈଳୀରେ ପ୍ରଦର୍ଶନ କରିଛନ୍ତି। ଏଥିରେ ତାଙ୍କର ହଟନେସ ଦେଖିବା ଭଳି ହିଁ ହୋଇଛି। ବାସ୍ତବରେ ଏହି ପୂରା ଭିଡିଓ ହିନା #silhouttechallenge ଦ୍ଵାରା କରିଛନ୍ତି। ଇଣ୍ଟରନେଟରେ ବର୍ତ୍ତମାନ ଏହି ଚ୍ୟାଲେଞ୍ଜ ବହୁତ ଚାଲୁଛି। ଅନେକ ବଡ଼ବଡ଼ ତାରକା ମଧ୍ୟ ଏଥିରେ ଭାଗ ନେଉଛନ୍ତି।
ୟୁଟ୍ୟୁବ ଏବଂ ଟିକ-ଟାକରେ ବର୍ତ୍ତମାନ ଏହି ଚ୍ୟାଲେଞ୍ଜ ଚାଲୁଛି। ଏହି ଚ୍ୟାଲେଞ୍ଜରେ ଆପଣଙ୍କୁ ପ୍ରଥମେ ସାଧାରଣ ପୋଷାକରେ ରହିବାକୁ ପଡ଼ିଥାଏ ପୁଣି ଯେମିତି ଲାଇଟ ନାଲି ହୋଇଥାଏ ତ ନ୍ୟୁଡ ହୋଇ କିମ୍ବା ଛୋଟ ପୋଷାକରେ ଡ୍ୟାନ୍ସ କରିବାକୁ ପଡ଼ିଥାଏ। ଏହି ଚ୍ୟାଲେଞ୍ଜରେ ଗୋଟିଏ ସର୍ତ୍ତ ଏହା ମଧ୍ୟ ଥାଏ କି ଆପଣଙ୍କୁ ନାଲି ଲାଇଟରେ ଡ୍ୟାନ୍ସ କରିବା ସମୟରେ ଶୈଳୀ ବହୁତ ରୋମାଣ୍ଟିକ ହେବା ଦରକାର। ବାସ୍ତବରେ ହେନା ଏହି ଚ୍ୟାଲେଞ୍ଜ ବହୁତ ସୁନ୍ଦର ଭାବରେ କରିଛନ୍ତି।
ହିନାଙ୍କର ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬ଲକ୍ଷରୁ ଅଧିକ ଲୋକ ଲାଇକ କରି ସାରିଛନ୍ତି। ଏହି ଭିଡିଓକୁ ପୋଷ୍ଟ କରିବା ସମୟରେ ସେ କ୍ୟାପଶନରେ ଲେଖିଛନ୍ତି- #silhouette #silhouttechallenge। ଚାଲନ୍ତୁ ବର୍ତ୍ତମାନ ଆପଣ ମଧ୍ୟ ବିନା ବିଳମ୍ବରେ ଏହି ଭିଡିଓକୁ ଦେଖି ନିଅନ୍ତୁ।
View this post on Instagram
ହିନାଙ୍କ ଏହି ଭିଡିଓକୁ ଫ୍ୟାନ୍ସ ବହୁତ ଉପଭୋଗ କରୁଛନ୍ତି। ବିଶେଷକରି ରେଡ ଲାଇଟ ସମୟରେ ତାଙ୍କର ହଟ ବିକୀନୀ ଲୁକ ଫ୍ୟାନ୍ସମାନଙ୍କୁ ବହୁତ ପସନ୍ଦ ଆସୁଛି।କମେଣ୍ଟ ସେକସନରେ ଲୋକମାନେ ହିନାଙ୍କ ଲୁକ ଏବଂ ଡ୍ୟାନ୍ସର ପ୍ରଶଂସା କରୁଛନ୍ତି। କେହିଜଣେ ଲେଖିଛନ୍ତି ‘ହିନା ଆପଣ ବହୁତ ହଟ ଲାଗୁଛନ୍ତି, ତ ଆଉ କେହି କହିଛନ୍ତି କି ହିନା ଆପଣଙ୍କ ଠାରେ ସୁନ୍ଦରତା ଏବଂ ଟ୍ୟାଲେଣ୍ଟରେ ଭରି ହୋଇ ରହିଛି।
ପରିଶେଷରେ ଆପଣମାନଙ୍କୁ ହିନାଙ୍କର ଏହି ହଟ ଡ୍ୟାନ୍ସ ଭିଡିଓ କେମିତି ଲାଗୁଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।କଣ ଆପଣ ଏହି ପ୍ରକାର ଚ୍ୟାଲେଞ୍ଜ କରି ପାରିବେ?