ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମା କ୍ଷୀରର ମାତ୍ରା ବଢ଼ାଇବାର ଘରୋଇ ଉପଚାର। ମାତ୍ର ୪ଥର ସେବନ କରିବେ ଦେଖିବେ ମା କ୍ଷୀର ପର୍ଯ୍ୟପ୍ତ ମାତ୍ରାରେ ବଢ଼ିଯିବ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।
ବନ୍ଧୁଗଣ ଅନେକ ସମୟରେ ଏହା ଦେଖଦେଇ ଥାଏ ଯେ ପିଲା ଜନ୍ମ ହେବା ପରେ ମା କ୍ଷୀର ଶୁଖିଯାଏ। ଏମିତି ପରିସ୍ଥିତିରେ ନବଜାତ ଶିଶୁର ପେଟ ପୁରି ନଥାଏ ସେଥିପାଇଁ ଆମେ ମାର୍କେଟରୁ ମିଳୁଥିବା କ୍ଷୀର ବା milk ପାଉଡ଼ର ଆଣି ପିଲାକୁ ଖୁଆଇଥାଉ। କିନ୍ତୁ ଏହା ତ ଆପଣ ସମସ୍ତେ ଜାଣିଥିବେ ଛୋଟ ଶିଶୁ ଜନ୍ମ ହେବାର ୬ ମାସ ପର୍ଯ୍ୟନ୍ତ ମା କ୍ଷୀର ତା ପାଇଁ କେତେ ଆବଶ୍ୟକ ଅଟେ। ଯଦି ଆପଣ ମାର୍କେଟରୁ ମିଳୁଥିବା କ୍ଷୀର ଆଣି ପିଲାକୁ ଖାଆନ୍ତି ତେବେ ପିଲାର ମେନ୍ଟାଲ ଗ୍ରଥ, ଫିଜିକାଲ ଗ୍ରଥ ବା ଇମ୍ୟୁନିଟି ପାୱାରର ବିକାଶ ହୋଇନଥାଏ।
ଏମିତି ପରିସ୍ଥିତିରେ ଆପଣ କରିବେ ତ କରିବେ କଣ। ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆଜି ଆମେ ଆପଣଙ୍କ ପାଇଁ ଏମିତି ଘରୋଇ ଉପଚାର ନେଇଆସିଛୁ ଯାହା ବହୁ ପୂରାତନ କାଳରୁ ମା କ୍ଷୀର ବଢ଼ାଇବା ପାଇଁ ବା ମଦରର୍ସ ମିଲ୍କ ଇନକ୍ରିଜ କରିବା ପାଇଁ ପ୍ରୟୋଗ ହୋଇ ଆସୁଛି। ଡେଲିଭରି ପରେ ମା ମାନେ ଯଦି ଏହାର ସେବନ କରନ୍ତି ତେବେ କେବେବି ସେମାନଙ୍କ ମଧ୍ୟରେ କ୍ଷୀରରେ ଅଭାବ ଦେଖାଯାଇ ନଥାଏ। ତେବେ ବିଳମ୍ବ ନକରି ଆସନ୍ତୁ ଜାଣିବା ଏହାକୁ ଆପଣ କେମିତି ବନେଇବେ ଏବଂ ଆପଣ ଏହାର ସେବନ କିପରି କରିବେ।
ମା କ୍ଷୀର ବଢ଼େଇବା ପାଇଁ ଆଜି ଆମେ ଆପଣଙ୍କୁ ଦୁଇଟି ଉପାୟ ବତେଇବୁ ବନ୍ଧୁଗଣ ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଉଛି ଆମ ରୁଷେଇ ଘରୁ ବହୁତ ସହଜରେ ମିଳୁପାରୁଥିବା ଜୀରା। ଜୀରା ଉତ୍ତମ ମାତୃ ସ୍ତନ୍ୟ ବର୍ଧକ ଦ୍ରବ୍ୟ ଅଟେ। କୁମିସିସ ବା ଜିରାରୁ ଆଇରନ ପ୍ରଚୁର ମାତ୍ରାରେ ମିଳିଥାଏ। ଯାହାକି ଏକ ଏସେନସିଆଲ ମିନିରିଆଲ ବା ଅତ୍ୟାବଶ୍ୟକ ଖଣିଜ ପଦାର୍ରଥ ଅଟେ ନର୍ସିଂ ମଦରସ ବା ସ୍ତନ୍ୟପାନ କରାଉଥିବା ମା ମାନଙ୍କ ପାଇଁ। ଡା଼ଇଜେସନ ବା ପାଚନ ଠିକ କରିବା ପାଇଁ ଜୀରାର ପ୍ରୟୋଗ କରାଯାଇଥାଏ।
ଏହା ସହିତ ଜୀରା ଅଏଲମମେଣ୍ଟକୁ ପ୍ରସ୍ୟାହିତ କରିଥାଏ ଏବଂ ଗ୍ୟାସଟିକ ସମସ୍ୟାରୁ ଆରାମ ପ୍ରଦାନ କରିଥାଏ। ଯଦି ମା କ୍ଷୀର ଶୁଖି ଯାଇଥାଏ ତେବେ କଞ୍ଚା ଜୀରାକୁ ପ୍ରଥମେ ଗୁଣ୍ଡ କରିନିଅନ୍ତୁ। ଏବଂ ଏକ ଚମକ ଏହି ଗୁଣ୍ଡକୁ ନେଇ ଭାତ, ରୁଟି, ତରକାରୀ କୌଣସିଥିରେ ବି ମିଶେଇ ଖାଆନ୍ତୁ। କେବଳ ୪ ଥର ଏହାର ଏହିପରି ସେବନ କରିବା ଦ୍ବାରା ମା କ୍ଷୀରର ମାତ୍ରା ବଢ଼ି ଯାଇଥାଏ। ଲାକ୍ଟେଟିଟ ମଦର ବା ନର୍ସିଂ ମଦର ମାନଙ୍କ ପାଇଁ ଏହି ଉପାୟ ବହୁତ ଅଧିକ ଲାଭ ଦାୟକ ଅଟେ। ସ୍ତନ୍ୟପାନ କରାଉଥିବା ମହିଳା ମାନଙ୍କୁ ରୁଷେଇ ଘରୁ ମିଳୁଥିବା ଏକ ସାଧାରଣ ସାମଗ୍ରୀର ସେବନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଯାହାକି କମିନସିସ ବା ଜୀରା ଅଟେ।
ଏବେ ଜାଣିବା ଦିତୀୟ ଉପାୟ ବିଷୟରେ। ପ୍ରଥମେ ଆପଣ ଏକ ପେନ ନିଅନ୍ତୁ। ଏବଂ ସେଥିରେ ୨୫ ଗ୍ରାମ ମାତ୍ରାରେ ଘିଅ ନିଅନ୍ତୁ। ଏବେ ଏଥିରେ ଆପଣ ୧୦୦ଗ୍ରାମ ଜୀରା ପକାନ୍ତୁ। ଏହାକୁ ଭଲ ଭାବରେ ଭାଜି ନିଅନ୍ତୁ। ୫ ରୁ ୬ମିନିଟ ଏହାକୁ ଭଲ ଭାବରେ ଭାଜିଲା ପରେ ଆପଣ ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଏହା ଥଣ୍ଡା ହୋଇଗଲା ପରେ ଆପଣ ଏହାକୁ ଏକ ଗ୍ରାଇଣ୍ଡି ଯୋଗକୁ ନିଅନ୍ତୁ। ଏବେ ଆପଣ ଏଥିରେ ୫୦ ଗ୍ରାମ ମିସ୍ରି ମିଶାନ୍ତୁ। ଏବେ ଏହାକୁ ଭଲ ଭାବରେ ଗୁଣ୍ଡ କରିନିଅନ୍ତୁ।ଏହାକୁ ଆପଣ କାଚ ଯାରରେ ଷ୍ଟକ କରି ରଖି ପାରିବେ। ଏବେ ଆସନ୍ତୁ ଜାଣିବା ଆପଣ ଏହାର ସେବନ କିପରି କରିବେ।
ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଏକ ଗ୍ଲାସ ଗାଈ କ୍ଷୀର ସହିତ ଏହି ଗୁଣ୍ଡର ଏକ ଚାମଚ ମିଶାନ୍ତୁ। ଏବଂ ଏହାକୁ ଭଲ ଭାବରେ ମିକ୍ଶ କରି ନିଶ୍ଚୟ ସେବନ କରନ୍ତୁ। ପିଲା ଜନ୍ମ କରିଥିବା ମା ଯଦି ଭୋଜନରେ ଜୀରାର ଅଧିକ ସେବନ କରନ୍ତି ତାହେଲେ ନିଜ ଶିଶୁ ପାଇଁ ଅନ୍ୟ କୌଣସି କ୍ଷୀରର ଆବଶ୍ୟକତା ପଡ଼ିବ ନାହିଁ। ଏହାର ପ୍ରୟୋଗ ଦ୍ବାରା ନର୍ସିଂ ମଦର ବା ସ୍ତନ୍ୟପାନ କରାଉଥିବା ମାର ପର୍ଯ୍ୟାପ୍ତ କ୍ଷୀର ହେବାକୁ ଲାଗେ। ଏଥିରୁ ଆପଣଙ୍କୁ କୌଣସି ସାଇଟଇଫେକ୍ଟ ବା କ୍ଷତି ପହଞ୍ଚି ନଥାଏ। ଆଇରନର ଅଭାବ କାରଣରୁ ମା କ୍ଷୀର ଶୁଖି ଯାଇଥାଏ। ସେଥିପାଇଁ ଆଇରନ ଯୁକ୍ତ ଖାଦ୍ୟର ଅଧିକ ସେବନ କରନ୍ତୁ।