ପିଲାଟି ନିଜ ବିଛଣାରେ ଶୋଇଥିଲା। ହଠାତ ସେହି ପିଲାଟି ରହସ୍ୟମୟ ଭାବେ ବିଛଣା ତଳକୁ ଚାଲିଯାଇଥିଲା। ଏହି ଦୃଶ୍ୟ ପିଲାଟିର ରୁମ ଭିତରେ ଲଗାଯାଇଥିବା ସିସିଟିଭିରେ ଦେଖାଯାଇଥିଲା। ଯାହାକୁ ଦେଖି ପିଲାଟିର ବାପା ଭୟ-ଭୀତ ହୋଇଯାଇଥିଲେ। ଏହାପରେ ସେ ଏହି ଭିଡିଓ ଫୋଟୋକୁ ଟିକ-ଟକରେ ପୋଷ୍ଟ କରିଦେଇଥିଲେ। ଯାହାକୁ ଦେଖି ଲୋକମାନେ ଏବେ କହୁଛନ୍ତି, ଅଦୃଶ୍ୟ ଶକ୍ତିକୁ ନିଜ ଘରର ଚାବି ଦେଇ ସେଠାରୁ ତୁରନ୍ତ ପଳାଇଯାଅ।
ପାରାନୋର୍ମାଲ ଆକ୍ଟିଭିଟି ରହିଛି ଏଠାରେ:-
ଦର୍ପଣରେ ପ୍ରକାଶିତ ଖବର ଅନୁଯାୟୀ, @ joshdean0222 ତାଙ୍କ ଭିଡିଓ ପୋଷ୍ଟରେ କହିଛନ୍ତି ଯେ, “ତାଙ୍କ ଝିଅକୁ ଖଟ ତଳେ ଟାଣିବାର ଘଟଣା ରାତି ୧୧ଟା ୩୭ ମିନିଟରେ ଘଟିଥିଲା। ଏଠାରେ କିଛି ଅଜବ ଘଟଣା ଘଟୁଛି। ଏଠାରେ କୌଣସି ପାରାନୋର୍ମାଲ ଆକ୍ଟିଭିଟି ରହିଛି। ଯେତେବେଳେ ଏହି ଘଟ-ଣା ଘଟିଲା, ମୋ ଝିଅ ନିଜ ଖେଳନା ସହିତ ଶଯ୍ୟାର ଏକ ଅଂଶରେ ଖେଳୁଥିଲା”।
ଝିଅଟି ଭୟ-ଭୀତରେ ଡାକିଲା ମା’ଙ୍କୁ:-
Dad captures horrifying video of toddler being 'pulled under the bed' by 'ghost'https://t.co/hSIh7TTHon pic.twitter.com/jzgT3ZBnq7
— Mirror Weird News (@MirrorWeirdNews) February 23, 2021
ଭିଡିଓ ପୋଷ୍ଟ କରିବା ପରେ ଏପର୍ଯ୍ୟନ୍ତ ଏହାକୁ ୮୦ ଲକ୍ଷ ଥର ଦେଖାଯାଇଛି। ଝିଅଟିର ବାପା କହିଥିଲେ ଯେ, “ପ୍ରଥମେ ମୋ ଝିଅ ବିଛଣା ତଳକୁ ଓହ୍ଲାଇ ନିଜକୁ ଯାଉଥିବାର ଦେଖେ। କିନ୍ତୁ ସଙ୍ଗେ ସଙ୍ଗେ ସେ ଭୟ-ଭୀତ ହେବାକୁ ଲାଗିଲା। ପରେ ସେ କାନ୍ଦିବାକୁ ଲାଗିଲା ଏବଂ ଜୋରରେ ପାଟି କରିବାକୁ ଲାଗିଲା। ସେ ତା’ର ମା’ଙ୍କୁ ଡାକୁଥିଲା।
ସୋସିଆଲ ମିଡ଼ିଆରେ ଲାଇକ ଓ କମେଣ୍ଟ:-
ବିଛଣା ତଳେ ଝିଅର କୌଣସି ଗତି ଦେଖାଯାଉ ନଥିଲା। ଗୋଡ଼ ଯାହା ପୂର୍ବରୁ ବିଛଣା ତଳେ ଦେଖାଯାଉଥିଲା, ତାହା ଅଦୃଶ୍ୟ ହୋଇଯାଇଥିଲା। ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୭.୨୫ ଲକ୍ଷରୁ ଅଧିକ ଲାଇକ୍ ଏବଂ ୨୬ ହଜାରରୁ ଅଧିକ କମେଣ୍ଟ ଗ୍ରହଣ କରିଛି। ସୋସିଆଲ ମିଡ଼ିଆରେ ଏହି ଭିଡିଓକୁ ନେଇ ଲୋକଙ୍କ ପ୍ରତିକ୍ରିୟା ଆସୁଛି।
କମେଣ୍ଟ କରିଥିବା ଲୋକ:-
ଜଣେ ଲେଖିଛନ୍ତି ଯେ, ଝିଅଟି ଭୟ-ଭୀତ ଥିଲା, ତେଣୁ ସେ ଖଟ ତଳେ ଏକ କୋଣକୁ ଚାଲିଯାଇଥିଲା। ଅନ୍ୟଜଣେ କହିଛନ୍ତି ଯେ, ଏହା କେବେ ହୋଇପାରିବ ନାହିଁ। ତୃତୀୟଜଣକ କହିଛନ୍ତି ଯେ,” ଏହା ହୋଇପାରିବ ନାହିଁ, ପିଲାଟି ଠିକ ଅଛିତ ଏବେ? ତୁମର ପତ୍ନୀ ତା’ର ଶବ୍ଦ ଶୁଣି ପାରିଲେ ନାହିଁ କି? ସେହି ଭିଡିଓକୁ ଦେଖି ମୋର ହୃଦୟ ବସିଗଲା”।
ଝିଅଟି ଖୋଜୁଥିଲା ଖେଳନା:-
ଏହି ଭିଡିଓ ଉପରେ କମେଣ୍ଟ କରୁଥିବା ଲୋକଙ୍କ ମଧ୍ୟରୁ ଜଣେ କହିଥିଲେ ଯେ, “ଭୁତ ବୋଲି କିଛି ନାହିଁ। ଝିଅଟି ନିଜର ଖେଳନା ଖୋଜୁଛି। ତାହାକୁ ଆଣିବା ପାଇଁ ସେ ବିଛଣା ତଳକୁ ପଳାଇଛି। କିନ୍ତୁ ସେଠାରୁ ବାହାରକୁ କିପରି ଆସିବ ତାହା ଜାଣି ନପାରି ସେ କାନ୍ଦିଲା, ଚିତ୍କାର କଲା ଏବଂ ମା’କୁ ଖୋଜୁଥିଲା। ଏହା ଏକ ସାଧାରଣ କଥା”।