ପିରିୟଡ଼ରେ ମହିଳାମାନଙ୍କୁ ରୋଷେଇ ଘର ଏବଂ ମନ୍ଦିରକୁ କାହିଁକି ଯିବାକୁ ଦିଆଯାଏ ନାହିଁ? ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ଏହି ପରମ୍ପରା

ମହିଳାମାନଙ୍କର ପିରିୟଡ୍ସ ହେବା ଗୋଟିଏ ସାଧାରଣ କଥା ଅଟେ। ଏହି ଦିନମାନଙ୍କରେ ମହିଳାମାନଙ୍କୁ ବହୁତ କ-ଷ୍ଟ ସହିବାକୁ ପଡ଼ିଥାଏ। ତାଙ୍କ ଶରୀରରୁ ର-କ୍ତ ବାହାରିବା କାରଣରୁ ଶରୀର ଦୁ-ର୍ବ-ଳ ମଧ୍ୟ ହୋଇ ଯାଇଥାଏ। ପିରିୟଡଡ୍ସରେ ମହିଳାମାନଙ୍କର ମୁଣ୍ଡ ବି-ନ୍ଧାର ସମସ୍ୟା ମଧ୍ୟ ରହିଥାଏ।

ଭାରତରେ ପିରିୟଡ୍ସକୁ ନେଇ କିଛି ନୀତି ନିୟମ ମଧ୍ୟ ଅନେକ ଘରେ ଫଲୋ କରାଯାଇଥାଏ। ଯେମିତି କି ଏହି ଦିନମାନଙ୍କରେ ମହିଳାମାନଙ୍କୁ ରୋଷେଇ ଘର ଭିତରକୁ ଯିବାପାଇଁ ମନା କରାଯାଇଥାଏ। ସେଠାରେ ମନ୍ଦିର ଯିବା କିମ୍ବା ଭଗବାନଙ୍କ ପୂଜାପାଠ କରିବା ଉପରେ ମଧ୍ୟ ରୋ-କ ଲଗାଯାଇଥାଏ। ଏଥିଯୋଗୁଁ କଣ ଆପଣ କେବେବି ଏହା ପଛର କାରଣ ଜାଣିବା ପାଇଁ ଚେ-ଷ୍ଟା କରିଛନ୍ତି?

ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୋନିୟା ଚାୱଲା ଏହି ବିଷୟ ଉପରେ ସ୍ପ-ଷ୍ଟ କରିଥିଲେ। ସେ କହିଥିଲେ କି ପିରିୟଡ୍ସରେ ମହିଳାମାନଙ୍କୁ ରୋଷେଇ ଘରକୁ ଯିବାକୁ ନଦେବା ଏବଂ ମନ୍ଦିର, ପୂଜାପାଠ ଠାରୁ ଦୂରେଇ ରଖିବା ଲୋକମାନଙ୍କ ମାନସିକତାର ପରିଣାମ ଅଟେ। ଏହା ସେହି ଦିନ ଅଟେ ଯେବେ ମହିଳାଙ୍କୁ ସବୁଠାରୁ ଅଧିକ ଆରାମର ଆବଶ୍ୟକତା ହୋଇଥାଏ। ସେହି ସମୟରେ ମହିଳାଙ୍କ ଶରୀର ବହୁତ ଦୁ-ର୍ବଳ ହେବାର ଦେଖିବାକୁ ମଧ୍ୟ ମିଳିଥାଏ।

ଏଥିପାଇଁ ରୋଷେଇ ଘରକୁ ଯିବାକୁ ଦିଆଯାଏ ନାହିଁ:

ଡାକ୍ତର କହିଥିଲେ କି ପୂର୍ବ ଜମାନାରେ ଜଏଣ୍ଟ ଫ୍ୟାମିଲୀ ଅଧିକ ଥିଲେ। ସେତେବେଳେ ମହିଳାମାନଙ୍କୁ ଅନେକ ଲୋକଙ୍କ ପାଇଁ ଖାଦ୍ୟ ଏକାସାଥିରେ କରିବା ପାଇଁ ପଡୁଥିଲା। ସେହି ସମୟରେ ଅଧିକାଂଶ ମସଲା ମଧ୍ୟ ଘରେ ହିଁ ତିଆରି କରା ଯାଉଥିଲା। ଏହିସବୁ ବହୁତ ପରିଶ୍ରମର କାମ ଥିଲା। ଏଥିପାଇଁ ମହିଳାମାନଙ୍କୁ ବହୁତ ଆରାମର ଆବଶ୍ୟକତା ପଡୁଥିଲା। ଏଥିପାଇଁ ପିରିୟଡ୍ସ ଦିନରେ ସେମାନଙ୍କୁ ରୋଷେଇରୁ ଛୁଟି ଦେବାର ନି-ୟମ ଆରମ୍ଭ ହୋଇଥିଲା। ଏହାର ଗୋଟିଏ କାରଣ ଏହା ମଧ୍ୟ ଥିଲା କି ଏହି ଦିନମାନଙ୍କରେ ମହିଳାମାନଙ୍କ ଶରୀରରେ ପ୍ରଥମରୁ ହିଁ ଦୁର୍ବଳତା ଦେଖିବାକୁ ମିଳିଥାଏ। ଏଥିପାଇଁ ଏମାନଙ୍କ କାମରୁ ଛୁଟିର ଏହି ଦିନ ବେଷ୍ଟ ଥିଲା। ବାସ ସେବେଠାରୁ ଏହି ପରମ୍ପରାର ଆରମ୍ଭ ହୋଇଥିଲା।

ଏଥିପାଇଁ ପିରିୟଡ୍ସରେ କରିବାକୁ ଦିଆଯାଏ ନାହିଁ ପୂଜାପାଠ:

ଡାକ୍ତର ସୋନିୟା କହିଥିଲେ କି ପ୍ରାଚୀନ ସମୟରେ ଲୋକମାନେ ବହୁତ ଧାର୍ମିକ ପ୍ରବୃତ୍ତିର ଥିଲେ। ସେମାନେ ଏହି ପ୍ରକାରର କଥାକୁ ବିନା ତର୍କରେ ଧର୍ମ ସହିତ ଯୋଡି ଦେଉଥିଲେ। ପିରିୟଡ୍ସରେ ପୂଜା ନକରିବାକୁ ଦେବାର କାରଣ ଏହା ମନା ଯାଇଥାଏ କି ପ୍ରାଚୀନ ସମୟରେ ବିନା ମନ୍ତ୍ର ଉଚ୍ଚାରଣରେ କୈାଣସି ପୂଜା ପଦ୍ଧତି ପୂର୍ଣ୍ଣ ହୋଇନଥାଏ। ଏହି ତର୍କ ଥିଲାକି ଏହି ମନ୍ତ୍ର ଉଚ୍ଚାରଣ କରିବା ପାଇଁ ବହୁତ ଅଧିକ ଶକ୍ତି ଆବଶ୍ୟକ ହୋଇଥାଏ। ସେହି ପିରିୟଡ୍ସରେ ମହିଳାମାନେ ବହୁତ ଦୁ-ର୍ବଳ ହୋଇ ଯାଇଥାନ୍ତି। ଏଥିପାଇଁ ମହିଳାମାନଙ୍କ ସ୍ଵାସ୍ଥ୍ୟର ଯତ୍ନ ରଖିବା ପାଇଁ ସେମାନଙ୍କୁ ପୂଜାରେ ବସିବା ପାଇଁ ଦିଆଯାଏ ନାହିଁ। ହେଲେ ପରେ ଏହି କଥା ଗୋଟିଏ ଋଢିବାଦ ଚିନ୍ତାରେ ପରିବର୍ତ୍ତିତ ହୋଇ ଯାଇଛି।

Leave a Reply

Your email address will not be published. Required fields are marked *