ସତ୍ୟଯୁଗରେ ଭଗବାନ ଶ୍ରୀ ରାମ ସୀତାଙ୍କ ଅଗ୍ନି ପରୀକ୍ଷା ନେଇଥିଲେ । ତା’ପରେ ମାତା ସୀତା ନିଜର ଶୁଦ୍ଧତା ପ୍ରମାଣ କରିବାକୁ ଯାଇ ଜଳୁଥିବା ଚିତା ଉପରେ ଚାଲିବାକୁ ପଡିଥିଲା । ଏବେ କଳିଯୁଗରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ଚାରି ଦିନ ପାଇଁ ଘରୁ ପଳାଇଥିଲେ, ତେବେ ତାଙ୍କ ସ୍ୱାମୀ ପତ୍ନୀଙ୍କ ପବିତ୍ରତା ପରୀକ୍ଷା କରିବାକୁ ଯାଇ ତାଙ୍କ ହାତ ଫୁଟୁଥିବା ତେଲରେ ବୁଡେଇଥିଲେ । କେବଳ ଏତିକି ନୁହେଁ ସ୍ୱାମୀ ଏହି ଘଟ-ଣାର ଏକ ଭିଡିଓ ମଧ୍ୟ କରିଛନ୍ତି ।
ବାସ୍ତବରେ, ଏହି ସମଗ୍ର ଘଟ-ଣା ମହାରାଷ୍ଟ୍ରର ଉସ୍ମାନବାଦର ପରଣ୍ଡାର ଅଟେ । ଏଠାରେ ରହୁଥିବା ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଝଗଡା କରିଥିଲେ । ଏଭଳି ପରିସ୍ଥିତିରେ ସେ ତାଙ୍କ ଘରକୁ ଯିବା କଥା କହି ଶାଶୁ ଘରୁ ଚାଲିଯାଇଥିଲେ । କିନ୍ତୁ ମହିଳା ଜଣକ ତାଙ୍କ ମାତୃ ଘରେ ପହଞ୍ଚି ନଥିଲେ । ତା’ପରେ ଚାରି ଦିନ ପରେ ମହିଳା ଜଣକ ଘରକୁ ଫେରିବା ପରେ କହିଥିଲେ ଯେ ଦୁଇଜଣ ଲୋକ ମୋତେ ଅପ-ହରଣ କରି ନେଇଥିଲେ । ତଥାପି ସେହି ଲୋକମାନେ ମୋ ସହିତ କିଛି ଅପବ୍ୟବହର କରିନାହାନ୍ତି ।
ସ୍ୱାମୀଙ୍କୁ ସ୍ତ୍ରୀ ଙ୍କ କଥା ବିଶ୍ୱାସ ହୋଇନଥିଲା । ଏଭଳି ପରିସ୍ଥିତିରେ ସେ ନିଜ ପତ୍ନୀଙ୍କ ଶୁଦ୍ଧତା ପରୀକ୍ଷା କରିବା ପାଇଁ ଅଗ୍ନି ପରୀକ୍ଷା ନେଇଥିଲେ । ସେ ଗରମ ତେଲରେ 5 ଟଙ୍କାର ମୁଦ୍ରା ରଖି ପତ୍ନୀଙ୍କୁ ଏହାକୁ କାଢ଼ିବାକୁ କହିଥିଲେ । ନିଜର ପତିବ୍ରତା ପ୍ରମାଣ କରିବାକୁ ଯାଇ ପତ୍ନୀ ମଧ୍ୟ ଫୁଟୁଥିବା ତେଲରେ ହାତ ରଖିଥିଲେ । ଏହି ଘଟ-ଣାକୁ ମହିଳାଙ୍କ ସ୍ୱାମୀ ମୋବାଇଲରେ କଏଦ କରିଥିଲେ ।
ଭିଡିଓଟି ଖୁବ୍ ଶୀଘ୍ର ଭାଇ-ରାଲ୍ ହୋଇଥିଲା । ଭିଡିଓରେ ସ୍ୱାମୀ କହିଛନ୍ତି ଯେ ସେ ନିଜ ପତ୍ନୀଙ୍କ ସତ୍ୟ ଜାଣିବାକୁ ଚାହାଁନ୍ତି ତେଣୁ ସେ ଏପରି କରୁଛନ୍ତି । ବାସ୍ତବରେ ସ୍ବାମୀ ସ୍ତ୍ରୀ ପାରଧୀ ସମ୍ପ୍ରଦାୟର ଅଟନ୍ତି । ଏହି ସମ୍ପ୍ରଦାୟରେ, ଲୋକଙ୍କଠାରୁ ସତ୍ୟ ବାହାର କରିବା ପାଇଁ ଫୁଟୁଥିବା ତେଲରେ ହାତ ରଖିବା ପ୍ରଥା ଅଟେ । ଏଥିପାଇଁ ପାଞ୍ଚ ଟଙ୍କିଆ ମୁଦ୍ରା ଗରମ ତେଲ ଥିବା ଏକ କଡ଼େଇରେ ରଖାଯାଏ । ଏହା ପରେ ବ୍ୟକ୍ତିକୁ ନିଜର ଶୁଦ୍ଧତା ପ୍ରମାଣ କରିବା ପାଇଁ ସେହି ମୁଦ୍ରା ବାହାର କରିବାକୁ ପଡିଥାଏ । ଏହି କାରଣରୁ ପତ୍ନୀ ମଧ୍ୟ ତାଙ୍କ ସ୍ୱାମୀଙ୍କ ଆଗରେ ନିଜର ପବିତ୍ରତା ପ୍ରମାଣ କରିବା ପାଇଁ ଏପରି କରିଥିଲେ ।
ତେବେ ଏହି ଭିଡିଓ ଭାଇ-ରାଲ ହେବା ପରେ ଅଧିକାରୀମାନେ ଏହାର ତଦ-ନ୍ତ ଆରମ୍ଭ କରିଥିଲେ । ବର୍ତ୍ତମାନ ପତିବ୍ରତା ନାମରେ ମହିଳାଙ୍କୁ ନିର୍ଯାତନା ଦେଇଥିବା ସ୍ୱାମୀଙ୍କ ଉପରେ କୌଣସି କାର୍ଯୟାନୁଷ୍ଠାନ ଶୀଘ୍ର ନିଆଯାଇପାରେ । ଏହି ଭିଡିଓ ଭାଇ-ରାଲ ହେବା ପରେ ମହାରାଷ୍ଟ୍ର ବିଧାନ ପରିଷଦର ଅଧ୍ୟକ୍ଷ ନୀଲମ ଗୋରେ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନିକଟରେ ନିବେଦନ କରିଛନ୍ତି ଯେ ଦୋଷୀ ସ୍ୱାମୀଙ୍କ ବିରୋ-ଧରେ କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରାଯାଉ ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।