ବୋହୂ ଝିଅ ନୁହନ୍ତି ଏହି ଆଶ୍ରମକୁ ଆସିଥାନ୍ତି ପତ୍ନୀଙ୍କ ଦ୍ୱାରା ନିର୍ଯାତିତ ହୋଇଥିବା ସ୍ବାମୀ, ଏହି ନିର୍ଯାତନା ସହିବା ପରେ ଭିତରକୁ ଏଣ୍ଟ୍ରି ମିଳିଥାଏ

କେବଳ ଭାରତ ନୁହେଁ ସାରା ବିଶ୍ୱରେ ଅନେକ ପ୍ରକାରର ଆଶ୍ରମ ଅଛି । ଏଥି ମଧ୍ୟରୁ ଅନାଥ ଆଶ୍ରମ, ବୃଦ୍ଧା ଆଶ୍ରମ ଅନ୍ତର୍ଭୁକ୍ତ । ଯେଉଁ ପିଲାମାନଙ୍କୁ ଘର ମିଳିପାରେ ନାହିଁ କିମ୍ବା ଯେଉଁ ପୁଅମାନେ ନିଜ ବୃଦ୍ଧ ମାତାପିତାଙ୍କୁ ଘରୁ ବାହାର କରିଦେଇ ଥାନ୍ତି ସେହି ମାନଙ୍କୁ ଏହି ଆଶ୍ରମରେ ଆଶ୍ରୟ ଦିଅ ଯାଇଥାଏ । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଭାରତରେ ଏକ ଏପରି ଆଶ୍ରମ ଅଛି ଯେଉଁଠାରେ ପତ୍ନୀମାନଙ୍କ ଦ୍ୱାରା ନିର୍ଯାତିତ ହୋଇଥିବା ସ୍ବାମୀମାନଙ୍କୁ ଆଶ୍ରୟ ଦିଅ ଯାଇଥାଏ । ଯେଉଁ ପୁରୁଷମାନେ ନିଜ ପତ୍ନୀଙ୍କ ଅତ୍ୟାଚାର କାରଣରୁ ନିଜ ଘର ଏବଂ ସମାଜଠାରୁ ଦୂରେଇ ଯାଇଛନ୍ତି ସେହିମାନେ ଏଠାକୁ ଆସି ରହିଥାନ୍ତି । କିନ୍ତୁ ଏହି ଆଶ୍ରମରେ ଏଣ୍ଟ୍ରି ପାଇଁ ସେମାନଙ୍କୁ କିଛି ମାନଦଣ୍ଡ ଅତିକ୍ରମ କରିବାକୁ ପଡିଥାଏ । ଯଦି ସେମାନେ ଏହି ଜିନିଷ ଗୁଡିକୁ କ୍ୱାଲିଫାଇ କରିନିଅନ୍ତି ତେବେ ସେମାନଙ୍କୁ ଏହି ଆଶ୍ରମରେ ରହିବା ପାଇଁ ଅନୁମତି ମିଳିଥାଏ ।

ପତ୍ନୀ ନିର୍ଯାତିତ ପୁରୁଷ ଆଶ୍ରମ କୌଣସି ବହିରେ ଉଲ୍ଲେଖ ନାହିଁ । ଏହା ସତରେ ଅଛି । ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଏହି ଆଶ୍ରମ ଖୋଲା ଯାଇଛି ।

ଏହି ଆଶ୍ରମଠାରୁ ମାତ୍ର ୧୨ କିଲୋମିଟର ଦୂରରେ ମୁମ୍ବାଇ ଶିର୍ଡି ରାଜପଥ ଅଛି । ଏହାକୁ ବିଶେଷକରି ସେହି ଲୋକମାନଙ୍କ ପାଇଁ ଖୋଲା ଯାଇଛି ଯେଉଁମାନେ ନିଜ ପତ୍ନୀଙ୍କ ଦ୍ୱାରା ନିର୍ଯାତିତ ହୋଇଛନ୍ତି ।

ଏହି ଆଶ୍ରମର ପ୍ରତିଷ୍ଠା ଭାରତ ଫୁଲାରେ କରିଥିଲେ । ସେ ନିଜେ ମଧ୍ୟ ତାଙ୍କ ପତ୍ନୀଙ୍କ ଦ୍ୱାରା ନିର୍ଯାତିତ ହୋଇଛନ୍ତି । ତାଙ୍କ ପତ୍ନୀ ତାଙ୍କ ଉପରେ ଚାରୋଟି କେସ କରିଥିଲେ । ଏହି କାରଣରୁ ଭାରତଙ୍କୁ ବଞ୍ଚିବା ବହୁତ କଷ୍ଟ ହୋଇ ପଡ଼ିଥିଲା ।

ଭାରତଙ୍କ କୌଣସି ସମ୍ପର୍କୀୟ ତାଙ୍କ ସହିତ କଥା ହୋଇନଥିଲେ ଏବଂ ତାଙ୍କୁ ଦେଖା କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିଲେ । କେସ କାରଣରୁ ଅନେକ ମାସ ପର୍ଯ୍ୟନ୍ତ ସେ ତାଙ୍କ ଘରକୁ ମଧ୍ୟ ଯାଇପାରିନଥିଲେ । ଏହି କାରଣରୁ ଅନେକ ଥର ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ମନ ହେଉଥିଲା ।

ଏହି ସମୟ ମଧ୍ୟରେ ତାଙ୍କର ଦେଖା ଦୁଇ ତିନି ଜଣ ଲୋକଙ୍କ ସହିତ ହୋଇଥିଲା ଯେଉଁମାନେ ନିଜେ ମଧ୍ୟ ତାଙ୍କ ପତ୍ନୀଙ୍କ ଦ୍ୱାରା ନିର୍ଯାତିତ ହୋଇଥିଲେ । ଏହି ସମସ୍ତ ଲୋକ ନିଜ ନିଜ ମଧ୍ୟରେ ନିଜର ଦୁଃଖ କଥା ଆଲୋଚନା କରିଥିଲେ ଏବଂ ପରେ ସ୍ଥିର କଲେ ସେମାନେ ପରସ୍ପରକୁ ସାହାର୍ଯ୍ୟ କରିବେ ।

ସେମାନେ ସାହାର୍ଯ୍ୟରେ ଆଇନ ପରାମର୍ଶ ନେଲେ ଏବଂ ପତ୍ନୀଙ୍କ ଅତ୍ୟାଚାରରୁ ବାହାରି ଆସିଲେ । ଏହା ପରେ ସେମାନେ ବାକି ଏପରି ଲୋକଙ୍କୁ ସାହାର୍ଯ୍ୟ କରିବାର ନିଷ୍ପତ୍ତି ନେଲେ ଯେଉଁମାନେ ପତ୍ନୀମାନଙ୍କ ଦ୍ୱାରା ନିର୍ଯାତିତ ହୋଇଥିବେ ।

ସେଥିପାଇଁ ୧୯ ନଭେମ୍ବର ୨୦୧୬ ରେ ପୁରୁଷ ଅଧିକାର ଦିବସରେ ଏହି ଆଶ୍ରମ ପ୍ରତିଷ୍ଠା କରିଥିଲେ । ଏହି ଆଶ୍ରମରେ ପତ୍ନୀଙ୍କ ଦ୍ୱାରା ନିର୍ଯାତିତ ଲୋକମାନେ ରହିପାରିବେ । କିନ୍ତୁ ସେଥିପାଇଁ କିଛି ନିୟମ ପୂରଣ କରିବା ଆବଶ୍ୟକ ଅଟେ ।

ଏହି ଆଶ୍ରମର ପ୍ରଥମ ସର୍ତ୍ତ ହେଉଛି ସେହି ବ୍ୟକ୍ତିଙ୍କ ବିରୋଧରେ ଅତି କମରେ ୪୦ ଟି କେସ ଦାୟର ହୋଇଥିବ । ହଁ ଏହି ଆଶ୍ରମରେ ସେହି ବ୍ୟକ୍ତିମାନେ ରହିପାରିବେ ଯେଉଁମାନଙ୍କ ପତ୍ନୀ ତାଙ୍କ ଉପରେ ୪୦ ରୁ ଅଧିକ କେସ ପୋଲିସ ଥାନାରେ ଦେଇଥିବେ ।

ହୁଏତ ତାଙ୍କ ପତ୍ନୀ କେସ ଦାୟର କରି କିମ୍ବା ଗୁଜରାଣ ଭତ୍ତା ନ ଦେଇପାରିବା କାରଣରୁ ତାଙ୍କୁ ଜେଲ ଯିବାକୁ ପଡ଼ିଥିବ । ଏହା ସହିତ କେସ କାରଣରୁ ଚାକିରୀ ଛାଡ଼ିଥିବା ଲୋକମାନେ ମଧ୍ୟ ଏହି ଆଶ୍ରମରେ ରହି ପାରିବେ ।

ଏହି ଆଶ୍ରମରେ ରହୁଥିବା ଲୋକମାନେ ନିଜର କ୍ଷମତା ଅନୁସାରେ କାମ କରିଥାନ୍ତି ଏବଂ ଟଙ୍କା ରୋଜଗାର କରି ଫଣ୍ଡରେ ଜମା କରିଥାନ୍ତି । ଏଥିରେ ଆଶ୍ରମର ଖର୍ଚ୍ଚ ବାହାରିଥାଏ । ଅନେକ ଲୋକ ଏଠାରେ ବର୍ଷ ବର୍ଷରୁ ରହି ଆସୁଛନ୍ତି । ସେମାନଙ୍କ ପାଇଁ ବର୍ତ୍ତମାନ ଏହି ଆଶ୍ରମ ପରିବାର ପରି ହୋଇଯାଇଛି ।

Leave a Reply

Your email address will not be published. Required fields are marked *