ଏକ ମହିଳା ବୁଧବାର ଦିନ ଇଣ୍ଡିଗୋ ର ଦିଲ୍ଲୀ – ବାଙ୍ଗାଲୋର ରୁ ଏକ ଫ୍ଲାଇଟ ଭିତରେ ଏକ ଶିଶୁକୁ ଜନ୍ମ ଦେଲେ। ଇଣ୍ଡିଗୋ ତାଙ୍କ ବୟାନ ରେ କହିଛି ଯେ, ” ଆମେ ଏହି କଥା କୁ ସ୍ପଷ୍ଟ କରୁଛୁ ଯେ ଦିଲ୍ଲୀ – ବାଙ୍ଗାଲୋର 6E 122 ଫ୍ଲାଇଟ ରେ ଏକ ପିଲାର ଜନ୍ମ ହେଇଛି।ଆଉ କୌଣସି ଅଧିକ ତଥ୍ୟ ଉପଲବ୍ଧ ନାହିଁ।
ଏବିଏସନ୍ ଇଣ୍ଡଷ୍ଟ୍ରି ର ସୂତ୍ର ଅନୁସାରେ PTI କୁ କହିଲା ଯେ – ଦିଲ୍ଲୀ – ବାଙ୍ଗାଲୋର 6E 122 ଫ୍ଲାଇଟ ରେ ଏକ ଶିଶୁ ପୁତ୍ର ଜନ୍ମ ହେଇଛି, ଯିଏ ସନ୍ଧ୍ୟା ୭.୩୦ ରେ ଏୟାରପୋର୍ଟ ରେ ପହଞ୍ଚିଥିଲା।
ମାଆ ଏବଂ ପୁତ୍ର ଦୁଇ ଜଣ ଏବେ ସୁସ୍ଥ ଅଛନ୍ତି। ଶିଶୁ କୁ ଧରିଥିବା ଏୟାର ଇଣ୍ଡିଆ ର ସଦସ୍ୟଙ୍କର ଫୋଟ ସୋସିଆଲ ମିଡିଆରେ ଭାଇଲାର ହେବାରେ ଲାଗିଛି। ମହିଳା ଙ୍କୁ ଉଡାଣ ସମୟରେ ସୁରକ୍ଷିତ ରୂପେ ଜାହାଜ ଉପରେ ଚଢେଇବାରେ ସାହାଯ୍ୟ କରିଥିବା ରୁ ଏୟାର ସଦସ୍ୟ ମାନଙ୍କୁ ମଧ୍ୟ ପ୍ରଶଂସା କରାଯାଉଛି।
NBT ର ଏକ ରିପୋର୍ଟ ଅନୁସାରେ, ଇଣ୍ଡିଗୋ ଏୟାର ଲାଇନ ରେ ଏହି ଶିଶୁ କୁ ଆଜୀବନ ମାଗଣା ଟିକଟ ଦେବାକୁ ଘୋଷଣା କରାଯାଇଛି। ବାଙ୍ଗାଲୋର ରେ ଉଡାଣ ଭରିବା ପରେ, ଏୟାରପୋର୍ଟ ରେ ମାଆ ଏବଂ ପୁତ୍ର ଙ୍କୁ ସ୍ଵାଗତ କରାଯାଇଥିଲା।
https://twitter.com/shukla_tarun/status/1313878912376565766?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1313878912376565766%7Ctwgr%5Eshare_3&ref_url=https%3A%2F%2Fwww.indiatimes.com%2Fhindi%2Findia-news%2Fbaby-boy-delivered-in-indigo-flight-524718.html
A baby boy was delivered prematurely on a flight from Delhi to Bangalore, today: IndiGo Airlines pic.twitter.com/A8mS2HJtk7 pic.twitter.com/tgaNo0MfsN
— sawlaram patel (@sawlarampatel01) October 8, 2020
ଜଣା ଅଛି ଯେ ଏହା ପୂର୍ବରୁ ୨୦୧୭ ରେ ଜେଟ୍ ଏୟାର ୱେଜ୍ ର ସାଉଦି ଆରବ ଏବଂ ଭାରତ ମଧ୍ୟ ରେ ଫ୍ଲାଇଟ ରେ ଏକ ଶିଶୁ ପୁତ୍ର ଜନ୍ମ ଲାଭ କରିଥିଲା ଏବଂ ଏହାକୁ ମଧ୍ୟ ଆଜୀବନ ପର୍ଯ୍ୟନ୍ତ ମାଗଣା ଟିକଟ ଦେବାକୁ ନିଷ୍ପତି କରାଯାଇଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।