ନୂଆ ଚାକିରୀ କରିବାକୁ ଯାଉଛି କହି, ସ୍ତ୍ରୀ ଆଖିରେ ଧୂଳି ଦେଇ ପଡୋଶୀ ମହିଳାଙ୍କ ସହ ଫେରାର ହୋଇଗଲା ସ୍ୱାମୀ

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ବର୍ତ୍ତମାନ ସମୟରେ ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଅନୈତିକ ଛାପ ରହୁଛି। ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ମାମଲା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ।

ସାତ ଜନମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ତ୍ରୀ କୁ ଭୁଆଁ ବୁଲେଇ ପଡୋଶୀ ମହିଳାଙ୍କ ସହ ଫେରାର ହୋଇଗଲା ସ୍ୱାମୀ। ତେବେ ଏଭଳି ଘଟଣା ପଶ୍ଚିମବଙ୍ଗର ହୁଗୁଳିରେ ଘଟିଛି। ତେବେ ଖବର ଅନୁସାରେ, ମହିଳାଙ୍କ ସ୍ୱାମୀ ମନୀଷ ପଡୋଶୀ ଘରେ ରହୁଥିବା ବିଧବା ମହିଳାଙ୍କ ସହ ଫେରାର ହୋଇ ଯାଇଛନ୍ତି। ମହିଳାଙ୍କ କହିବାନୁଯାୟୀ ସେ ତାଙ୍କ ପତ୍ନୀଙ୍କୁ ଚାରି ଆଡ଼େ ଖୋଜିଲେ ଏପରିକି ତାଙ୍କ ସ୍ୱାମୀଙ୍କୁ କଲ୍ କରିବାକୁ ଚେଷ୍ଟା କଲେ ହେଲେ ଫୋନ ଲାଗିଲା ନାହିଁ। ହେଲେ ଯେତେବେଳେ ପଡୋଶୀ ଘରର ଭାଉଜ ମଧ୍ୟ ଫେରାର ହୋଇ ଯାଇଥିବା ଖବର ପାଇଲେ ସେତେବେଳେ ତାଙ୍କର ସନ୍ଦେହ ବୃଦ୍ଧି ପାଇଥିଲା।

ସେହି ସମୟରେ ସନ୍ଦେହ ନଥିଲା

ପୀଡିତା ଜଣକ ପୋଲିସ ରେ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ଘର ଛାଡ଼ି ଯିବା ପୂର୍ବରୁ ସେ ଅନେକ ଜରୁରୀ ଡକ୍ୟୁମେଣ୍ଟ ବ୍ୟାଗରେ ଭର୍ତ୍ତି କରୁଥିଲେ। ଏପରି କି ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ରଖୁଥିଲେ ହେଲେ ଯେତେବେଳେ ସ୍ତ୍ରୀ ତାଙ୍କୁ ଏହାକୁ ନେଇ ପ୍ରଶ୍ନ କରିଥିଲେ ସ୍ୱାମୀ ଉତ୍ତର ଦେଇଥିଲେ କି ସେ ଏକ ନୂଆ ଚାକିରୀ ପାଇଁ ଏହାକୁ ସାଇତି କରି ରଖୁଛନ୍ତି। ତେବେ ସେହି ସମୟରେ ସ୍ତ୍ରୀଙ୍କର ନିଜ ସ୍ୱାମୀଙ୍କ ଉପରେ ସନ୍ଦେହ ନଥିଲା। ହେଲେ ଦି ପହର ସମୟରେ ତାଙ୍କ ସ୍ୱାମୀ କେଉଁ ଆଡେ ଚାଲି ଯାଇଥିଲେ।

ନୋଟ ଜରିଆରେ ଫେରାର ହେବାର କଥା ଖୁଲାସା ହେଲା

ତେବେ ମହିଳା ଜଣକ ଯେତେବେଳେ ଖୋଜି ଖୋଜି ପଡୋଶୀ ଘରେ ରହୁଥିବା ବିଧବା ଭାଉଜଙ୍କ ପାଖରେ ପହଞ୍ଚିଲା ବେଳକୁ ସେଠାରେ ଭାଉଜ ଜଣକ ଫେରାର ଥିବା ଜାଣିବାକୁ ପାଇଲେ ଏବଂ ଏକ ନୋଟ ମଧ୍ୟ ପାଇଲେ। ତେବେ ସେହି ନୋଟରେ ଲେଖା ଥିଲା ଯେ ସେ ମନୀଷ ସହ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ଏଥିସହିତ ତାଙ୍କ ସ୍ୱାମୀଙ୍କ ପୈତୃକ ସମ୍ପତ୍ତି ମଧ୍ୟରୁ ଟିକେ ମଧ୍ୟ ନେଇ ନାହାନ୍ତି ବୋଲି ସେଥିରେ ଉଲ୍ଲେଖ କରିଥିଲେ।

ତେବେ ସ୍ୱାମୀଙ୍କ ଫେରାର ହୋଇଥିବା ଖବର ଶୁଣିବା ପରେ ମହିଳା ଜଣକ ଥାନାକୁ ଯାଇଥିଲେ ଏବଂ ସ୍ୱାମୀକୁ ଖୋଜି ଆଣିବା ପାଇଁ ଅଭିଯୋଗ କରିଥିଲେ। ତେବେ ପୋଲିସରେ ଅଭିଯୋଗ ପରେ ଖୋଜିବା ଆରମ୍ଭ କରି ଦେଇଛି।

Leave a Reply

Your email address will not be published. Required fields are marked *