ସଂଯୁକ୍ତ ରାଷ୍ଟ୍ର ସଂଘରେ ହୋଇଥିବା ଐତିହାସିକ ମତଦାନ ପରେ ଭାଙ୍ଗକୁ ପରିଶେଷରେ ଏକ ଔଷଧ ରୂପରେ ମାନ୍ୟତା ଦିଆଯାଇଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO) ର ବିଶେଷଜ୍ଞଙ୍କ ସୁପାରିଶ ପରେ ସଂଯୁକ୍ତ ରାଷ୍ଟ୍ର ସଂଘରେ ଏହା ସ୍ଥିର କରାଯାଇଛି। ସଂଯୁକ୍ତ ରାଷ୍ଟ୍ରରେ ମାଦକ ପଦାର୍ଥ ଆୟୋଗରେ ଭାଙ୍ଗକୁ ସେହି ଡ୍ରଗସ ଲିଷ୍ଟରୁ ହଟାଇ ଦେଇଛନ୍ତି ଯେଉଁଥିରେ ହେରୋଇନ ଭଳି ମାରାତ୍ମକ ଡ୍ରଗସ ସାମିଲ ହୋଇଥିଲା।
ଏହି ଲିଷ୍ଟରେ ସେହି ସବୁ ଡ୍ରଗସକୁ ରଖାଯାଇଥାଏ ଯାହା ବହୁତ ଖରାପ ହୋଇଥାଏ, ମନୁଷ୍ୟର ସ୍ବାସ୍ଥ୍ୟ ପାଇଁ ବହୁତ ମାରାତ୍ମକ ହୋଇଥାଏ ଏବଂ ଯାହା ଡିକ୍ତରୀବିଦ୍ୟାରେ ବହୁତ କମ କିମ୍ବା ନାହିଁ କହିଲେ ଚଳେ। ଏବେ ଏହି ଲିଷ୍ଟରୁ ଭାଙ୍ଗକୁ ହଟାଇ ଦିଆଯାଇଛି। ହେଲେ ୟୁଏନର ଆଇନ ଅନୁସାରେ,ଭାଙ୍ଗକୁ ଏବେବି ଅଣଡାକ୍ତରଖାନାରେ ବ୍ୟବହାର କ୍ଷେତ୍ରରେ ଏକ ପ୍ରତିବନ୍ଧକ ଡ୍ରଗସ ହିଁ ମନାଯାଇ ଥାଏ।
ପ୍ରତିବନ୍ଧକ ମାଦକ ପଦାର୍ଥ ଲିଷ୍ଟରୁ ବାହାର କରାଯିବା ପାଇଁ ସଂଯୁକ୍ତ ରାଷ୍ଟ୍ର ମତଦାନ କରିଥିଲେ। ଏହି ମତଦାନର ପକ୍ଷରେ ୨୭ଟି ଦେଶର ସେହି ୨୫ଜଣ ସଦସ୍ୟ ଏହା ବିରୁଦ୍ଧରେ ମତଦାନ କରିଥିଲେ। ଏହି ଐତିହାସିକ ଭୋଟିଂ ସମୟରେ ଆମେରିକା ଏବଂ ବ୍ରିଟେନ ବିପରୀତ ପକ୍ଷରୁ ମତଦାନ କରିଥିଲେ। ସେଥିରେ ଭାରତ, ପାକିସ୍ଥାନ, ନାଇଜେରିଆ ଏବଂ ଋଷ ଏହି ପରିବର୍ତ୍ତନକୁ ବିରୋଧ କରିଥିଲେ।
ୟୁଏନର ଏହି ନିଷ୍ପତ୍ତି ପରେ ଭାଙ୍ଗରେ ତିଆରି ହୋଇଥିବା ଔଷଧର ବ୍ୟବହାର ବଢିଥିବାର ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଭାଙ୍ଗକୁ ନେଇ ବୈଜ୍ଞାନିକ ପର୍ଯ୍ୟବେକ୍ଷଣକୁ ବି ବହୁତ ବଢିଯାଇଥିବାର ଦେଖିବାକୁ ମିଳିଥିଲା।ୟୁଏନର ଏହି ନିଷ୍ପତ୍ତି ପରେ ମନା ଯାଉଛି କି କେତେ ଦେଶରେ ଭାଙ୍ଗ ଏବଂ ଗଞ୍ଜେଇର ବ୍ୟବହାରକୁ ନେଇ ନିଜ ଶାସନ ନୀତିରେ ପରିବର୍ତ୍ତନ ଆଣି ପାରିଛନ୍ତି।
ଜଣା ଯାଉଛି କି ପୂର୍ବରୁ କିଛି ସମୟରୁ ଭାଙ୍ଗ ଏବଂ ଗଞ୍ଜେଇର ଡାକ୍ତରି ଲାଭକୁ ନେଇ ଚର୍ଚ୍ଚା ବହୁତ ଜୋରରେ ହୋଇଥିଲା। ପରିଶେଷରେ ୫୦ରୁ ଅଧିକ ଦେଶରେ ଭାଙ୍ଗର ଡାକ୍ତରି ମୂଲ୍ୟକୁ ବୁଝିସାରି ଏହାକୁ କୈାଣସି ନା କୈାଣସି ପକ୍ରିୟାରେ ଏହାକୁ ବୈଧ କରାଯାଇଛି। କନ୍ନଡା, ଉରଗ୍ବେ ଏବଂ ଆମେରିକାର ୧୫ଟି ରାଜ୍ୟରେ ଏହାର ପୁନଃ ସୃଷ୍ଟି ଏବଂ ଡାକ୍ତରି ବ୍ୟବହାରକୁ ବୈଧ କରାଯାଇଛି। ସେଠାର କିଛି ରିପୋର୍ଟରୁ ଏହା ବି ସାମ୍ନାକୁ ଆସିଛି କି ଭାରତରେ ଅଣଆଇନ ରୂପରେ ଗଞ୍ଜେଇକୁ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରରେ ଅଧିକ ମାତ୍ରାରେ ଗ୍ରହଣ କରାଯାଉଛି। ହେଲେ ଏହା ଏବେବି ଦେଶରେ ପ୍ରତିବନ୍ଧକ ହୋଇ ରହିଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।