ହିନ୍ଦୀ ସିନେମାର ବଳିଷ୍ଠ ଅଭିନେତା ଅକ୍ଷୟ କୁମାର ନିଜର ବହୁତ ଭଲ କାମ ସହିତ ଛପରଫାଡ ରୋଜଗାର ପାଇଁ ମଧ୍ୟ ସିନେମା ଇଣ୍ଡଷ୍ଟ୍ରିରେ ଏକ ଅଲଗା ଏବଂ ଏକ ସ୍ଵତନ୍ତ୍ର ପରିଚୟ ରଖିଛନ୍ତି। ଅକ୍ଷୟ କୁମାର ବଲିଉଡର ଜଣେ ଏମିତି ଅଭିନେତା ଅଟନ୍ତି, ଯିଏ ବହୁତ ସହଜରେ ବର୍ଷକୁ ତିନିରୁ ଚାରୋଟି ସିନେମା କରିଥାନ୍ତି। ୫୩ବର୍ଷ ବୟସରେ ମଧ୍ୟ ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ହିଟ ସିନେମା ଦେଉଛନ୍ତି।
ଅକ୍ଷୟ କୁମାରଙ୍କ କାମ ସହିତ ତାଙ୍କ ରୋଜଗାର ମଧ୍ୟ ଚର୍ଚ୍ଚାରେ ରହିଥାଏ। ଅକ୍ଷୟ କୁମାରଙ୍କ ବର୍ଷ ୨୦୨୦ର ରୋଜଗାର କଥା କୁହାଯିବ ତ ସେ ଏହି ସମୟରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଏହି ସମୟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଅକ୍ଷୟ କୁମାରଙ୍କ ବର୍ଷ ୨୦୨୦ର ସମସ୍ତ ରୋଜଗାରର ଖବରକୁ ଦର୍ଶାଯାଇଛି।
ଜଣା ଯାଉଛି କି, ଏହି ସମୟରେ ଫୋର୍ବସ (Forbes) ଦୁନିଆର ସବୁଠାରୁ ଅଧିକ ରୋଜଗାର କରୁଥିବା ଟପ ୧୦୦ କଳାକାରଙ୍କର ଏକ ତାଲିକା ଜାରି କରିଛନ୍ତି। ଏହି ତାଲିକାରେ ହିନ୍ଦୀ ସିନେମାର ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ଜଣା ଯାଉଛି କି, ଫୋର୍ବସର ହାଲିୟା ଲିଷ୍ଟରେ ଅକ୍ଷୟଙ୍କୁ ୫୨ତମ ସ୍ଥାନ ମିଳିଛି।
ଫୋର୍ବସର ରିପୋର୍ଟ ମୁତାବକ, ଖିଲାଡ଼ି କୁମାର ବର୍ଷ ୨୦୨୦ରେ ମୋଟ ୪୮.୫ ମିଲିୟନ ଡଲାର ରୋଜଗାର କରିଛନ୍ତି। ଭାରତୀୟ ମୁଦ୍ରାରେ ଏହା ୩୫୬କୋଟି ଟଙ୍କା ହୋଇଥାଏ। ଗୌରବର କଥା ହେଉଛି କି, ଅକ୍ଷୟ କୁମାର ସିନେମା ସହିତ ହିଁ ବିଜ୍ଞାପନ ଆଦିରେ ମଧ୍ୟ ବହୁତ ଭଲ ରୋଜଗାର କରିଥାନ୍ତି। ସେ ବଲିଉଡରେ ସବୁଠାରୁ ଅଧିକ ଟଙ୍କା ନେଉଥିବା ଅଭିନେତା ମାନଙ୍କ ମଧ୍ୟରେ ଜଣେ ଅଟନ୍ତି।
ଜଣା ଯାଉଛି କି, ଏହା ପୂର୍ବରୁ ଫୋର୍ବସ ଅଗଷ୍ଟ ୨୦୨୦ରେ ସାରା ଦୁନିଆର ସବୁଠାରୁ ଧନିଶୀଳ ଅଭିନେତା ମାନଙ୍କର ତାଲିକା ଜାରି କରିଥିଲେ। ଏହି ତାଲିକାରେ ମଧ୍ୟ ଅକ୍ଷୟ କୁମାରଙ୍କ ନାମ ସାମିଲ ଥିଲା। ଜଣା ଯାଉଛି କି, ସେ ଏହି ତାଲିକାରେ ସ୍ଥାନ ପାଇଥିବା ଏକମାତ୍ର ଭାରତୀୟ ଅଟନ୍ତି।
ଅତରଙ୍ଗୀ ପାଇଁ ନେଉଛନ୍ତି ୧୨୦କୋଟି ଟଙ୍କା ଫିସ
ଅକ୍ଷୟ କୁମାର ହିଟ ମେସିନ ରୂପରେ ମଧ୍ୟ ଜଣା ଯାଇଥାନ୍ତି। ଆଜିକା ସମୟରେ ପ୍ରତ୍ୟେକ ଫିଲ୍ମମେକର ତାଙ୍କୁ ନିଜ ସିନେମାରେ ନେବାକୁ ଚାହିଥାନ୍ତି। କାରଣ ଅକ୍ଷୟ କୁମାର କୈାଣସି ବି ସିନେମାରେ ରହିବାକୁ ସଫଳତାର ଗ୍ୟାରିଣ୍ଟ ମନା ଯାଇଥାଏ। ଜଣା ଯାଉଛି କି, ଏହି ସମୟରେ ଅକ୍ଷୟ କୁମାର ନିଜର ଆଗାମୀ ସିନେମା ଅନ୍ତରଙ୍ଗୀର ସୁଟିଂରେ ବ୍ୟସ୍ତ ରହୁଛନ୍ତି। ଖାସ କଥା ଏହା ହେଉଛି କି, ଅକ୍ଷୟ କୁମାର ଏହି ସିନେମା ପାଇଁ ୧୨୦କୋଟି ଟଙ୍କାର ବହୁତ ମୋଟା ଫିସ ନେଉଛନ୍ତି। ଏହି ସିନେମାରେ ଅକ୍ଷୟ କୁମାରଙ୍କ ସହିତ ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଏବଂ ଅଭିନେତା ଧନୁଷ ମଧ୍ୟ ନଜର ଆସିବେ।
ଅକ୍ଷୟ କୁମାରଙ୍କ ଗଣତି ହିନ୍ଦୀ ସିନେମାରେ ବହୁତ ଅନୁଶାସିତ ଏବଂ ବ୍ୟସ୍ତ କଳାକାର ମାନଙ୍କ ମଧ୍ୟରେ ବି ହୋଇଥାଏ। ଅକ୍ଷୟଙ୍କ ପାଖରେ ଅତରଙ୍ଗୀ ସହିତ କେତେ ବଡ଼ ପ୍ରୋଜେକ୍ଟ ମହଜୁଦ ରହିଛି। ଅକ୍ଷୟ କୁମାର ଶେଷଥର ସିନେମା ଲକ୍ଷ୍ମୀରେ ଦେଖିବାକୁ ମିଳିଥିଲେ। ଏହି ସିନେମା ନଭେମ୍ବର ୨୦୨୦ରେ ଦୀପାବଳୀ ସମୟରେ ଓଟୀଟୀ ପ୍ଳାଟଫର୍ମରେ ମୁକ୍ତିଲାଭ ହୋଇଥିଲା। ଅକ୍ଷୟ କୁମାର ଏଥିରେ ଏକ ଟ୍ରାନ୍ସଜେଣ୍ଡର ଚରିତ୍ରରେ ନଜର ଆସିଥିଲେ। ତାଙ୍କ ସହିତ ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ କିୟାରା ଆଡବାଣୀ କାମ କରିଥିଲେ।
ଜଣା ଯାଉଛି କି, ଅକ୍ଷୟ କୁମାରଙ୍କର ଶିଘ୍ର ମୁକ୍ତିଲାଭ ହେବାକୁ ଥିବା ସିନେମାରେ ସୂର୍ଯ୍ୟବଂଶୀ ସାମିଲ ଅଛନ୍ତି। ମାର୍ଚ୍ଚ ୨୦୨୦ରେ ସୂର୍ଯ୍ୟବଂଶୀର ଟ୍ରେଲର ଜାରି କରା ଯାଇଥିଲା, କିନ୍ତୁ ସିନେମା କୋରୋନା କାରଣରୁ ଏବେ ପର୍ଯ୍ୟନ୍ତ ମୁକ୍ତିଲାଭ ହୋଇ ପାରିନାହିଁ। ଅକ୍ଷୟଙ୍କର ଏହା ବହୁ ପ୍ରତିଷ୍ଠିତ ସିନେମା ବୋଲି ଜଣା ଯାଉଛି, ଯେଉଁଥିରେ ତାଙ୍କ ସହିତ ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ କୈଟରୀନା କୈଫ ରହିବେ।
ଅକ୍ଷୟ କୁମାରଙ୍କର ଆସିବାକୁ ଥିବା ସିନେମାରେ ବଚ୍ଚନ ପାଣ୍ଡେ, ବେଲ ବଟମ, ରାମ ସେତୁ, ରକ୍ଷା ବନ୍ଧନ, ପୃଥ୍ୱୀରାଜ ଚୌହାନ ମଧ୍ୟ ସାମିଲ ହୋଇଛି। ଏହା ମଧ୍ୟରୁ ବେଲ ବାଟମର ସୁଟିଂ ପୂରା ହୋଇ ସାରିଛି, ଯେତେବେଳେ କି ବଚ୍ଚନ ପାଣ୍ଡେର ସୁଟିଂ ମଧ୍ୟ ଚାଲୁ ରହିଛି। ଆଶା କରୁଛୁ କି, ଏହି ବର୍ଷ ଅକ୍ଷୟ କୁମାର ମଧ୍ୟ ତିନିରୁ ଚାରୋଟି ସିନେମାରେ ନଜର ଆସିବେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।