କବିବର ରାଧାନାଥ ରାୟ ତାଙ୍କ କବିତାରେ ଲେଖିଥିଲେ ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ। ସେମିତି ଆମେ ଯଦି ଗୋଟେ ସୁନ୍ଦର ଜାଗା କିମ୍ଵା ବସ୍ତ୍ରୁକୁ ଦେଖେ ତେବେ ତାକୁ ବାର ବାର ଦେଖିବାକୁ ଇଚ୍ଛା ହୁଏ କିନ୍ତୁ ଆମ ଦେଶରେ ଏମିତି ଏକ ଜାଗା ଅଛି ଯାହାର ସୁନ୍ଦର ତୃପ୍ତିକୁ ଅନୁଭବ କରିବା ପାଇଁ ଅନେକ ଲୋକ ଯାଆନ୍ତି କିନ୍ତୁ ସେମାନେ ସେଠି ବହୁତ୍ ସମୟ ରହି ପରନ୍ତିନି। ହଁ ଆଜ୍ଞା ଗୁଜୁରାଟ ରେ ଏମିତି ଏକ ଜାଗା ଅଛି ଯେଉଁଠିକୁ ସନ୍ଧ୍ୟା ପରେ କେହି ଯାଆନ୍ତିନି।
ଗୁଜୁରାଟ ସହରରୁ ୨୧ କିଲୋମିଟର ଦୂରରେ ଥିବା ଡୁମସ୍ ବିଜ୍ କୁ ଦେଖିବା ଦେଶର କୋଣ ଅନୁକୋଣରୁ ଲୋକ ଆସନ୍ତି। କିନ୍ତୁ ଏହି ସମୁଦ୍ର କୂଳରେ କେହିବି ସନ୍ଧ୍ୟା ପରେ ରୁହନ୍ତି ନାହିଁ। ଦିନ ସାରା ଜନଗହଳିରେ ପରିପୂର୍ଣ୍ଣ ସମୁଦ୍ର କୂଳଟି ସନ୍ଧ୍ୟା ପରେ ପୁରା ଶୁନଶାନ୍। ଆଖପାଖରେ କେହିବି ଲୋକ ନଥାନ୍ତି।
କାରଣ ସନ୍ଧ୍ୟା ହେଲେ ସମୁଦ୍ର କୂଳରେ ଭୂତ ବାହାରେ। ସମୁଦ୍ର କୂଳର ପାଖ ଅଞ୍ଚଳରେ ରହୁଥିବା ଲୋକେ କୁହନ୍ତି ସମୁଦ୍ରରୁ କୁଆଡେ ଲୋକଙ୍କ ଛାଇ ଆସି ପର୍ଯ୍ୟଟକଙ୍କୁ ଡରାଏ ଏବଂ ମାରିବାକୁ ଚେଷ୍ଟା କରେ। କେତେକ ପର୍ଯ୍ୟଟକ ମାନେ ମଧ୍ୟ ନିଜେ ଏମିତି କିଛି ଅନୁଭବ କରିଛନ୍ତି ବୋଲି କୁହନ୍ତି।
ସମୁଦ୍ରରେ କୂଳରେ କରାଯାଉଥିବା ମୃତ ଲୋକଙ୍କର କ୍ରିୟା କର୍ମ ଏବଂ ଯେଉଁ ମାନେ ସମୁଦ୍ରରେ ବୁଡ଼ି ମରିଯାଆନ୍ତି ତାଙ୍କ ଆତ୍ମା ଛାଇ ରୂପରେ ସେଠାରେ ବୁଲେ ବୋଲି ଲୋକେ କୁହନ୍ତି। ଡୁମସ୍ ବିଜ୍ ର ବାଲି କଳା ରଙ୍ଗର ଏବଂ ସନ୍ଧ୍ୟା ବେଳେ ସମୁଦ୍ରରେ କୂଳରୁ ଅନେକ ଭୟାନକ ଶବ୍ଦ ଶୁଣା ଯାଏ। ଯେମିତି କି ଚିତ୍କାର କରି ଡାକୁଛି ମତେ ବଞ୍ଚାଅ ମତେ ବଞ୍ଚାଅ ସେଥିପାଇଁ ସନ୍ଧ୍ୟା ପରେ ଡୁମସ୍ ବିଚ୍ ପକାରେ କେହି ରୁହନ୍ତିନି।