ନିଶାନ୍ତ ସିଂ ମାଲକାନି କହିଛନ୍ତି , “କୌଣସି ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ, ମୋର କୌଣସି ଆଘାତ ମଧ୍ଯ ହୋଇନାହିଁ। ମୁଁ ସମ୍ପୂର୍ଣ୍ଣ ଭାବରେ ଭଲ ଅଛି , କିନ୍ତୁ ମୋ ଗାଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି, ଯାହାକୁ ଉଠାଇବା ପାଇଁ କ୍ରେନ୍ କୁ ଡାକିବାକୁ ପଡିଲା | ମୁଁ କେବଳ ମାତାଙ୍କ ଆଶୀର୍ବାଦ ଏବଂ ଭଗବାନଙ୍କ ସହଯୋଗରେ ବଞ୍ଚିପାରିଛି “।
ବିଗ୍ ବସ୍ 14 ର ପ୍ରତିଯୋଗୀ ନିଶାନ୍ତ ସିଂ ମାଲକାନି ଏକ ଦୁର୍ଘଟଣାରେ ସମ୍ମୁଖୀନ ହୋଇଛନ୍ତି | ସେ ମୁମ୍ବାଇରୁ ଜୟ ସଲମେର ଯାଉଥିଲେ ଏବଂ ରାସ୍ତାରେ ତାଙ୍କର ଦୁର୍ଘଟଣା ଘଟିଥିଲା। ଯଦିଓ ନିଶାନ୍ତ ସୁରକ୍ଷିତ ଥିଲେ , ତାଙ୍କ ଗାଡି ଅବସ୍ଥା ଖରାପ ହୋଇଯାଇଛି। ତାଙ୍କ ଦୁର୍ଘଟଣାର ସମ୍ପୂର୍ଣ୍ଣ କାହାଣୀ କହିବା ସହ ନିଶାନ୍ତ ସିଂ ମାଲକାନି କହିଛନ୍ତି ଯେ ଯେତେବେଳେ ସମଗ୍ର ଦେଶ ନୂଆ ବର୍ଷ ଉତ୍ସବରେ ବ୍ୟସ୍ତ ହେବାକୁ ଯାଉଥିଲା , ଏହାର ଠିକ୍ 1 ମିନଟ୍ ପୂର୍ବରୁ ହିଁ ତାଙ୍କର ଦୁର୍ଘଟଣା ହୋଇଥିଲା ।
ନିଶାନ୍ତ ତାଙ୍କର ଦୁର୍ଘଟଣାର ବିଷୟ ବର୍ଣ୍ଣନା କଲେ :
ଜୟପୁର ଟାଇମ୍ସ ସହ ବାର୍ତ୍ତାଳାପ ସମୟରେ ନିଶାନ୍ତ ସିଂ ମାଲକାନି ଭଗବାନଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ “କୌଣସି ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ, ମୋର କୌଣସି ଆଘାତ ମଧ୍ୟ ହୋଇ ନାହିଁ। ମୁଁ ସମ୍ପୂର୍ଣ୍ଣ ଭଲ ଅଛି କିନ୍ତୁ ମୋ କାର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି, ଯାହାକୁ ଉଠାଇବା ପାଇଁ କ୍ରେନ୍ କୁ ଡାକିବାକୁ ପଡିଲା | ମୁଁ କେବଳ ମାତାର ଆଶୀର୍ବାଦ ଏବଂ ଭଗବାନଙ୍କ ସହଯୋଗରେ ବଞ୍ଚିଛି। ”
ସେରିଆଲ ଗୁଡନ ତୁମସେ ନା ହୋପାଏଗା ରେ କାମ କରିଥିବା ନିଶାନ୍ତ ସିଂ ମାଲଖାନି ନିଜେ ଗାଡି ଚଳାଉଥିଲେ ସେତିକିବେଳେ ଭୁଲ ପାର୍ଶ୍ୱ ରେ ଆସୁଥିବା ଏକ ଗାଡି ବହୁତ ଜୋରସରେ ତାଙ୍କ ଗାଡି ସହ ମାଡ କଲା। ରାସ୍ତା ଟିକେ ଛୋଟ ଥିବା କାରଣ ରୁ ଏବଂ ସମସ୍ତ ଙ୍କୁ ବଞ୍ଚେଇବା ଉଦେଶ୍ୟ ରେ ସେ ଗାଡି କୁ ରାସ୍ତା ପାର୍ଶ୍ୱ ରେ ଲଗେଇବା ବେଳେ ଗାଡି ଟି ଏକ ଗଭୀର ଗର୍ତ ରେ ପଡିଗଲା କିନ୍ତୁ ସମସ୍ତେ ସୁରଖିତ ଥିଲେ ।
ଯୋଉ ମଣିଷ ଆମ ଗାଡି କୁ ବାଡେଇଥିଲା ସେ ସେଠାରୁ ଫେରାର ହୋଇଗଲା । ପରେ କୌଣସି ଉପାୟ ରେ ସେ ହୋଟେଲ ରେ ଯାଇକି ପହଁଚିଲେ ।