ଦୁନିଆ ରେ ସବୁଠାରୁ ଶକ୍ତିଶାଳୀ ଦେଶ ମଧ୍ୟରୁ ଆମେରିକା ଏକ ଶକ୍ତିଶାଳୀ ଦେଶ ଯିଏ ଏବେ ବହୁତ ଚର୍ଚ୍ଚାରେ ଆସିଛି। ଏବେ ସେଠାରେ ରାଷ୍ଟ୍ରପତିଙ୍କ ଭୋଟ ପରେ ଦେଶର ଭବିଷ୍ୟତକୁ ବହୁତ ଜଲଦି ନିସ୍ପତି ନିଆ ଯିବ। କିନ୍ତୁ ଆମେରିକାର ଭୋଟ ମଧ୍ୟରେ ଅଚାନକ ସୋଶିଆଲ ମିଡିଆରେ ପନିର ଟିକ୍କା ଟ୍ରେଣ୍ଡ କରିବାକୁ ଲାଗିଲା। କେହି ବୁଝି ପାରିଲେ ନି କି ଆମେରିକା ର ଭୋଟ ଏବଂ ଭାରତର ଚର୍ଚ୍ଚିତ ପନିର ଟିକ୍କା ମଧ୍ୟରେ ଏମିତି କ’ଣ କନେକସନ ରହିଛି ? ବାସ୍ତବରେ ଏହି ଦୁୁଇଙ୍କ ମଧ୍ୟରେ କୌଣସି ସଂବଂଧ ନାହିଁ। କିନ୍ତୁ ଭୋଟ ଭିତରେ ଡେମୋକ୍ରେଟିକ ପାର୍ଟିର ଭାରତୀୟ ମୂଳ ସାଂସଦ କିଛି ଏମିତି କରିଦେଲେ କି ଏହା ଟ୍ରେଣ୍ଡ ରେ ଆସି ଯାଇଛି। ଆସନ୍ତୁ ଆପଣଙ୍କୁ କହୁଛୁ ସମୁର୍ଣ୍ଣ ଘଟଣା କ’ଣ।
ଭାରତରେ ପନିର ଟିକ୍କାକୁ ଶୌକରେ ଖିଆ ଯାଇଥାଏ । ଟିକ୍କା ମାନେ ପନିର କୁ ଚୁଲା ଉପରେ ମସଲା ମଧ୍ୟରେ ଘୋଡାଇ ତାକୁ ଭଲ ଭାବରେ ସିଝେଇବା। ଏହି ଡିସର ଭାରତ ସହିତ ବିଦେଶ ରେ ମଧ୍ୟ ବହୁତ ଫ୍ୟାନ ଅଛନ୍ତି।
ଆମେରିକାର ଭୋଟର ଗୋଟିଏ ରାତି ପୂର୍ବରୁ ଡେମୋକ୍ରେଟିକ ପାର୍ଟିର ଭାରତୀୟ ମୂଳର ସାଂସଦ ପ୍ରମିଳା ଯୟପାଲ ପାର୍ଟିର ଭାଇସ ପ୍ରେସିଡେଣ୍ଟ କମାଲ ହୈରିସଙ୍କ ପାଇଁ ଏକ ଖାସ ପାର୍ଟି ରଖିଥିଲେ, ଯେଉଁଥିରେ ସେ ତାଙ୍କର ପସନ୍ଦର ଖାଇବା ବନେଇ ଥିଲେ।
କିଛି ସମୟ ପରେ କମାଲ ହୈରିସଙ୍କ ସ୍ବାମୀ କହିଥିଲେ କି ତାଙ୍କ ସ୍ତ୍ରୀ ଙ୍କୁ ପନିର ଟିକ୍କା ବହୁତ ପସନ୍ଦ। ଏମିତିରେ ମଧ୍ୟ ପ୍ରମିଳା ଖାଇବାରେ ପନିର ଟିକ୍କା ରଖିଥିଲେ। କିନ୍ତୁ ଏଥିରେ ସେ କରି ଦେଇଥିଲେ ଏକ ଗଡବଡ।
ସେ ଟ୍ବୁଟରେ କମାଲ ହୈରିସ ଙ୍କର ପସନ୍ଦ ଖାଇବାର ଫଟୋ ଏବଂ ରେସିପି ସେୟାର କରି ଦେଇଥିଲେ। କିନ୍ତୁ ଏହା ତାଙ୍କର ହେଇଗଲା ବଡ ଭୁଲ କି ସେ ପନିର ଟିକ୍କା ବଦଳରେ ସୋଶିଆଲ ମିଡିଆରେ ପନିର ମଖନି ର ର ଫଟୋ ସେୟାର କରି ଦେଇଥିଲେ।
ଏହାକୁ ନେଇ ତାଙ୍କର ବହୁତ ମଜାକ କରା ଯାଇଥିଲା। ସୋଶିଆଲ ମିଡିଆରେ ଲୋକମାନେ ପ୍ରମିଳାଙ୍କ ଉପରେ ବହୁତ ମନ୍ତବ୍ୟ ଦେଲେ। କେତେକ ଲୋକ କହିଲେ କି ତାଙ୍କ ମିଛ ଜଣା ପଡିଗଲା। ସେ ବାହାରୁ ଖାଇବା ଅର୍ଡର କରିଥିଲେ। କେବଳ ଦେଖେଇ ହଉଥିଲେ କି ଖାଇବା ସେ ନିଜେ ବନେଇ ଥିଲେ ବୋଲି।
ଏହା ସହିତ କିଛି ଲୋକ ଏହି ମିମି କୁ କନ୍ବବର୍ଟ କରିଦେଲେ। କିଛି ଲୋକ ଦହିବରା ର ଫଟୋ କୁ ରସ ମଲେଇ କହି ସେୟାର କଲେ ଏବଂ ଆଉ କେତେକ ଲୋକ ଅନ୍ୟ ଡିସ କୁ କିଛି ଅଲଗା ନାମ ଦେଇ ସେୟାର କଲେ।
ତେବେ ଆପଣ ବୁଝି ପାରିଲେ କି ଆମେରିକା ରେ ଭୋଟ ରାଷ୍ଟ୍ରପତି ଙ୍କର ହେଉଛି କିନ୍ତୁ ବାସ୍ତବରେ ଜିତ ପନିର ଟିକ୍କା ର କ’ଣ ପାଇଁ ହେଇଛି। ଲୋକମାନେ ପ୍ରମିଳା ଙ୍କର ଏହି ଭୁଲ ପାଇଁ ତାଙ୍କର ବହୁତ ମଜାକ ଉଡେଇଲେ।
ଆପଣଙ୍କୁ କହି ଦେଉଛୁ ଯେ କମାଲ ହୈରିସ ଙ୍କ ପରି ପ୍ରମିଳା ମଧ୍ୟ ଚେନ୍ନାଈା ର ଅଟନ୍ତି। କିନ୍ତୁ ୧୯୮୨ ରେ ମାତ୍ର ୧୨ ବର୍ଷ ବୟସ ସେ ଆମେରିକା ପଳାଇ ଥିଲେ। ଏହା ପରେ ସେ ଭାରତ ବଦଳରେ ସେଠି ରହିଗଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।