ଏହି ଦେଶରେ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀଙ୍କୁ ରଖିବାକୁ ପଡିବ ନାହିଁ ଗୋଟିଏ ସରନେମ, ଏହାର ବିରୋଧରେ ଥିଲା UN

ଜାପାନ ବିବାହ ଏବଂ ସରନେମକୁ ନେଇ ଏପରି ଏକ ନିଷ୍ପତ୍ତି କରିଛି ଯାହା ଅନ୍ୟ ଦେଶ ପାଇଁ ମଧ୍ୟ ଉଦାହରଣ ସୃଷ୍ଟି କରିପାରେ | ଜାପାନ ସ୍ୱାମୀ-ସ୍ତ୍ରୀଙ୍କର ଗୋଟିଏ ସରନେମକୁ ରଖିବା ପାଇଁ ବାଧ୍ୟତାମୂଳକ ଆଇନକୁ ଶେଷ କରିବାର ନିଷ୍ପତ୍ତି କରିଛି |ସୂଚନାଯୋଗ୍ୟ ଯେ ମିଳିତ ଜାତିସଂଘ ସଂଗଠନ ମଧ୍ୟ ଏହି ଆଇନର ବିରୋଧ କରିଥିଲା |

ଜାପାନରେ ବର୍ତ୍ତମାନର ଆଇନ ମୁତାବକ ସ୍ୱାମୀ-ସ୍ତ୍ରୀଙ୍କର ଗୋଟିଏ ପ୍ରକାରର ସରନେମ ରହିବା ଆବଶ୍ୟକ ଅଟେ କିନ୍ତୁ ବର୍ତ୍ତମାନ ଏହା ପରିବର୍ତ୍ତନ ହେବାର ଅଛି | ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ଚାହିଁଲେ ଭିନ୍ନ ଭିନ୍ନ ସାରନେମ ରଖିପାରିବେ | ଏହାପୂର୍ବରୁ ଦମ୍ପତିଙ୍କର ବିବାହ ପରେ ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ମଧ୍ୟରୁ କେହି ଜଣକୁ ଅନ୍ୟଜଣଙ୍କର ସରନେମ ରଖିବାକୁ ପଡୁଥିଲା |

ଜାପାନର ପ୍ରଧାନମନ୍ତ୍ରୀ ୟୋଶିନ୍ଧେ ସୁଗା ଦେଶର ଲୋକମାନଙ୍କୁ ଭରସା ଦେଇଛନ୍ତି ଯେ ଏହି ନିୟମକୁ ବଦଳାଇବା ପାଇଁ ସେ ସମର୍ପିତ ଅଛନ୍ତି | କହି ରଖୁଛୁ ଯେ ସରନେମର ବାଧ୍ୟତାମୂଳକ କାରଣରୁ ଜାପାନରେ ଅଧିକାଂଶ ମହିଳା ମାନଙ୍କୁ ନିଜର ସରନେମ ବଦଳାଇବା ପାଇଁ ଅସହାୟ ହେବାକୁ ପଡୁଥିଲା | ଏହା କାରଣ ଅଟେ ଯେ ଜାପାନରେ ଏହି ଆଇନକୁ ମହିଳା ବିରୋଧ କୁହାଯାଉଥିଲା |

ମହିଳାଙ୍କ ବିରୋଧରେ ହେଉଥିବା ହିଂସାକୁ ଅଟକାଇବା ପାଇଁ ମିଳିତ ଜାତିସଂଘର କମିଟି ମଧ୍ୟ ଏହି ଆଇନକୁ ବଦଳାଇବା ପାଇଁ ପରାମର୍ଶ ଦେଇଥିଲା | ଜାପାନର ସମାଜ ମଧ୍ୟ ଏହି ଆଇନକୁ ବଦଳାଇ ଦେବାର ସପକ୍ଷରେ ଅଛି | ଜାପାନରେ ଗତ କିଛିଦିନ ହେବ ଯେଉଁ ସର୍ଭେ ହୋଇଛି ତାହା ମୁତାବକ ଅଧିକାଂଶ ଲୋକ ନିଜର ପୁରୁଣା ସରନେମକୁ ରଖିବା ପକ୍ଷରେ ହିଁ ଥିଲେ |

କୌତୁହଳପ୍ରଦ କଥା ଏହା ଯେ ଜାପାନର ପ୍ରଧାନମନ୍ତ୍ରୀ ଏହି ନିୟମକୁ ହଟାଇବା ପକ୍ଷରେ ଥିବା ବେଳେ ତାଙ୍କ ପାର୍ଟିର ଅନେକ ଏପରି ରୂଢିବାଦୀ ନେତା ଅଛନ୍ତି ଯେଉଁମାନେ ଏହାକୁ ହଟାଇବା ବିରୋଧରେ ଅଛନ୍ତି | ଏହାଦ୍ୱାରା ଜାପାନର ପ୍ରଧାନମନ୍ତ୍ରୀଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ | ଜାପାନରେ ଏକ ସର୍ଭେ ମୁତାବକ ଯେଉଁଠାରେ ୭୦.୬ ପ୍ରତିଶତ ଲୋକ ନିଜର ପୁରୁଣା ସରନେମକୁ ହିଁ ଜାରି ରଖିବା ପକ୍ଷରେ ଥିଲେ ସେହିପରି ୧୪.୪ ପ୍ରତିଶତ ଲୋକମାନେ ସ୍ୱୀକାର କରିଛନ୍ତି ଯେ ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କର ଗୋଟିଏ ସରନେମ ହେବା ଆବଶ୍ୟକ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *